Videos
|
International

ମାତ୍ର କିଛି ଦିନରେ ବୁଡିଯିବ ଏହି ଦେଶ , ଅଷ୍ଟ୍ରେଲିଆକୁ ସ୍ଥାନାନ୍ତର ହେଉଛନ୍ତି ବାସିନ୍ଦା

Swoyang prajna Mishra
Browse all articles by Swoyang prajna Mishra
·1 year ago·2 min read
ମାତ୍ର କିଛି ଦିନରେ ବୁଡିଯିବ ଏହି ଦେଶ , ଅଷ୍ଟ୍ରେଲିଆକୁ ସ୍ଥାନାନ୍ତର ହେଉଛନ୍ତି ବାସିନ୍ଦା

Key Points

ଆଉ ମାତ୍ର କିଛି ଦିନରେ ବୁଡିଯିବ ଏହି ଦେଶ
ଅଷ୍ଟ୍ରେଲିଆକୁ ସ୍ଥାନାନ୍ତର ହେଉଛନ୍ତି ଏହି ଦେଶର ବାସିନ୍ଦା
ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ

ଆଉ ମାତ୍ର କିଛି ଦିନରେ ସମ୍ପୁର୍ଣ୍ଣ ପାଣିରେ ବୁଡିଯିବ ଦେଶ । ସେଥିପାଇଁ ଏବେଠୁ ଅଷ୍ଟ୍ରେଲିଆକୁ ସ୍ଥାନାନ୍ତର ହେବାରେ ଲାଗିଛନ୍ତି ଦେଶର ବାସିନ୍ଦା । ଜନସଂଖ୍ୟା ପାଖାପାଖି ଅଧା ଲୋକ ଅଷ୍ଟ୍ରେଲିଆକୁ ଦେଶକୁ ସ୍ଥାନାନ୍ତର ହୋଇ ସାରିଛନ୍ତି ।
ପ୍ରଶାନ୍ତ ମହାସାଗର ନିକଟରେ ଥିବା ତୁବାଲୁ ଏକ ଛୋଟ ଦ୍ଵୀପ ଦେଶ । ଏହି ଦେଶର ଚାରିପାଖରେ ଘେରି ରହିଛି ପ୍ରଶାନ୍ତ ମହାସାଗର । ଏହି ଦେଶର ଜନସଂଖ୍ୟା ପାଖାପାଖି ୧୧ ହଜାର ହେବ । ଜଳବାୟୁ ପରିବର୍ତ୍ତନକୁ ନେଇ ଏହି ଦେଶ ଏକ ଭୟାନକ ପରିସ୍ଥିତି ଆଡକୁ ଗତି କରୁଛି । ନାସାର ଗବେଷଣାରୁ ଜଣା ପଡିଛି, ଏହି ଦେଶ ସମ୍ପୂର୍ଣ୍ଣ ପାଣିରେ ବୁଡିଯିବ । ସେଥିପାଇଁ ପ୍ରତିବର୍ଷ ଏହି ଦେଶର ବାସିନ୍ଦା ଅଷ୍ଟ୍ରେଲିଆରେ ରହିବା ପାଇଁ ରେଜିଷ୍ଟ୍ରେସନ କରି ସ୍ଥାନାନ୍ତର ହେବା ଆରମ୍ଭ କରିଛନ୍ତି । ୧୬ ଜୁନ୍‌ରେ ଆରମ୍ଭ ହୋଇଥିବା ଭିସା ଆବେଦନରେ ପାଖାପାଖି ଜନସଂଖ୍ୟାର ଅଧା ୫ ହଜାର ୧୫୭ ଲୋକ ଅଷ୍ଟ୍ରେଲିଆର ଶରଣରେ ରହିବା ପାଇଁ ରେଜିଷ୍ଟ୍ରେସନ କରାଇଛନ୍ତି ।

ତୁବାଲୁ ଅଷ୍ଟ୍ରେଲିଆ ଏବଂ ହବାଇ ମଧ୍ୟରେ ରହିଛି । ଚାରିପଟେ ଘେରି ରହିଛି ପ୍ରଶାନ୍ତ ମହାସାଗର । ବିଗତ ୩୦ ବର୍ଷ ହେବ ସମୁଦ୍ରର ସ୍ତର ୬ ଇଞ୍ଚ ବଢିବାରେ ଲାଗିଛି । ବୈଜ୍ଞାନିକ ମାନେ କହିଛନ୍ତି, ୨୦୫୦ ସୁଦ୍ଧା ତୁବାଲୁ ପାଣିରେ ବୁଡିଯିବ । ୨୧୦୦ ମସିହା ବେଳକୁ ତୁବାଲୁର ୯୦ ପ୍ରତିଶତ ଜମି ପାଣିରେ ବୁଡିଯିବ ।

ବାରମ୍ବାର ତୋଫାନ , ଜୁଆର ମାଡି ଆସୁଥିବା ଯୋଗୁଁ ଲୁଣିଆ ସମୁଦ୍ର ପାଣି ମଧୁର ଜଳ କୂପଗୁଡ଼ିକରେ ପ୍ରବେଶ କରୁଛି, ଯାହା ପାନୀୟ ଜଳ ଏବଂ ଫସଲକୁ ନଷ୍ଟ କରୁଛି ।

ଏପରି ଭୟାନକ ପରିସ୍ଥିତିରୁ ବାହାରିବା ପାଇଁ ୨୦୨୩ରେ ଅଷ୍ଟ୍ରେଲିଆ ଏବଂ ତୁବାଲୁ ଫାଲୋପିଲି ୟୁନିୟନ ସନ୍ଧିରେ ସ୍ଵାକ୍ଷର କରିଛନ୍ତି। ଯାହା ୨୦୨୪ରେ ଲାଗୁ କରାଯାଇଛି । ସନ୍ଧି ହିସାବରେ ପ୍ରତିବର୍ଷ ତୁବାଲୁର ୨୮୦ ଲୋକ ଅଷ୍ଟ୍ରେଲିଆକୁ ସ୍ଥାନାନ୍ତର ହୋଇପାରିବେ । ଭିସା ପାଇଁ ୧୬ ଜୁଲାଇରୁ ୧୮ ଜୁଲାଇ ଯାଏଁ ରେଜିଷ୍ଟ୍ରେସନ କରାଯାଇଥିଲା । ବର୍ତ୍ତମାନ ଯାଏ ଜନସଂଖ୍ୟାର ଅଧା ଲୋକ ୫ ହଜାର ୧୫୭ ଲୋକ ରେଜିଷ୍ଟ୍ରେସନ କରିଛନ୍ତି ।

ଏହି ଭିସା ଦ୍ଵାରା ତୁବାଲୁର ଲୋକ ଅଷ୍ଟ୍ରେଲିଆରେ ରହି ପାରିବେ । ସେଠାରେ ସେମାନେ ରହି କାମ କରିପାରିବେ , ପାଠ ପଢିପାରିବେ, ଅନ୍ୟ ସାଧାରଣ ଲୋକଙ୍କ ଭଳି ସମସ୍ତ ସୁବିଧା ମଧ୍ୟ ଉପଲବ୍ଧ କରିପାରିବେ ।
ସେମାନେ ଯେବେ ଚାହିଁବେ ତୁବାଲୁ ଫେରି ପାରିବେ, କିନ୍ତୁ ଦେଶ ବୁଡିଯିବା ଯୋଗୁଁ ନିଜ ଦେଶକୁ ଫେରିବାର ଆଶା ଖୁବ କମ ରହିଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
This country will sink in a few days, residents are migrating to Australia | Argus News