|
logo
Live

Argus News - ଏହି ମୁସଲମାନ ଦେଶରେ ରହିଛି ହିନ୍ଦୁ ବିମାନ ବନ୍ଦର

International

ଏହି ମୁସଲମାନ ଦେଶରେ ରହିଛି ହିନ୍ଦୁ ବିମାନ ବନ୍ଦର

Arpita Mohanty
Browse all articles by Arpita Mohanty
·2 years ago·2 min read
ଏହି ମୁସଲମାନ ଦେଶରେ ରହିଛି ହିନ୍ଦୁ ବିମାନ ବନ୍ଦର

Key Points

  • ମୁସଲମାନ ଦେଶରେ ରହିଛି ହିନ୍ଦୁ ବିମାନ ବନ୍ଦର 
  • ଆଉ ଭିତରେ ପୂଜା ପାଉଛନ୍ତି ବିଷ୍ଣୁ ଏବଂ ଗରୁଡ 

ଅର୍ଗସ ବ୍ୟୁରୋ : ଇଣ୍ଡୋନେସିଆ ହେଉଛି ଏକମାତ୍ର ଦେଶ ଯେଉଁଠାରେ ରୁହନ୍ତି ୮୭ ପ୍ରତିଶତ ମୁସଲମାନ ଏବଂ ମାତ୍ର ୧.୭ ପ୍ରତିଶତ ହିନ୍ଦୁ ।  ଏକ ମୁସଲମାନ ଦେଶ କିନ୍ତୁ ଜଣେ ହିନ୍ଦୁ ସ୍ୱାଧୀନତା ସଂଗ୍ରାମୀଙ୍କ ନାମରେ ରହିଛି ବିମାନବନ୍ଦର। ଖାଲି ସେତିକି ନୁହେଁ ବିମାନବନ୍ଦର ଭିତରେ ଅନେକ ହିନ୍ଦୁ ଦେବା ଦେବୀଙ୍କ ପ୍ରତିମୂର୍ତ୍ତି ମଧ୍ୟ ରହିଛି। ଏହାର ନାମ ହେଉଛି ଗସ୍ତି ନାଗୁର ରାୟ ଅନ୍ତର୍ଜାତୀୟ ବିମାନବନ୍ଦର। ଇଣ୍ଡୋନେସିଆର ବାଲିଠାରେ ଏହା ଅବସ୍ତିତ। ତେବେ ଜାଣନ୍ତୁ  ସିଏ କିଏ ଆଉ କାହିଁକି ତାଙ୍କ ନାମରେ ଏଠାରେ ବିମାନବନ୍ଦର ରହିଛି।

ଗସ୍ତି ନାଗୁର ରାୟ ଇଣ୍ଡୋନେସିଆରେ ଜନ୍ମ ହୋଇଥିଲେ । ପରେ ସେ ସେନାରେ ଯୋଗ ଦେଇ ଜଣେ ବର୍ଣ୍ଣେଲ ଭାବେ କାର୍ଯ୍ୟ କରିଥିଲେ । ଧର୍ମୀୟ ଚେତନା ଦୃଷ୍ଟିରୁ ସେ ଜଣେ ହିନ୍ଦୁ ଥିଲେ । ଏବଂ ଇଣ୍ଡୋନେସିଆକୁ ଡଚ୍ ଦଖଲରୁ ମୁକ୍ତ କରିବାରେ ସେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଇଣ୍ଡୋନେସିଆରେ ଜଣେ ସାହାସି ଯୋଦ୍ଧା ଭାବରେ ତାଙ୍କ ନାମ ଲେଖା ଯାଇଛି । ତାଙ୍କ ନାମରେ ଅନେକ ପ୍ରତିମୂର୍ତ୍ତି ଦେଶରେ ଅଛି ଏବଂ ଏକ ଡାକ ଷ୍ଟାମ୍ପ ମଧ୍ୟ ଜାରି କରାଯାଇଛି ।

ଭଗବାନ ବିଷ୍ଣୁଙ୍କୁ ଇଣ୍ଡୋନେସିଆରେ ବହୁତ ସମ୍ମାନ କରାଯାଏ । ସେଠାରେ ତାଙ୍କର ଅନେକ ଗୁଡିଏ ମନ୍ଦିର ମଧ୍ୟ ରହିଛି । ୧୦-୧୧ ଶତାଦ୍ଧି ପର୍ଯ୍ୟନ୍ତ ଇଣ୍ଡୋନେସିଆରେ ଏକ ହିନ୍ଦୁ ସଂଖ୍ୟାଗରିଷ୍ଠତା ଥିଲା ଏବଂ ରାଜାମାନେ ମଧ୍ୟ ହିନ୍ଦୁ ଥିଲେ କିନ୍ତୁ ଧାର୍ମିକ ପରିବର୍ତ୍ତନ ପରେ ଏହି ଦେଶ ମୁସଲମାନ ସଂଖ୍ୟାଲଘୁ ଜନସଂଖ୍ୟାରେ ପରିଣତ ହୋଇଥିଲା। ଗରୁଡ ଭଗବାନ ବିଷ୍ଣୁଙ୍କ ବାହନ ହୋଇଥିବାରୁ ଉଭୟଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ବାଲି ବିମାନବନ୍ଦରରେ ଦେଖିବାକୁ ମିଳିଥାଏ । ତେବେ ଏହି ବିମାନବନ୍ଦରକୁ ଆସୁଥିବା ପ୍ରତ୍ୟେକ ଲୋକ ଏଠାରେ ଫଟୋ ଉଠାଇବା ସହିତ ଏହି ସ୍ଥାନର ମଜା ନେଇଥାନ୍ତି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧକ ପଢ଼ନ୍ତୁ ବିଦେଶ ଖବର

Sponsored
ଏହି ମୁସଲମାନ ଦେଶରେ ରହିଛି ହିନ୍ଦୁ ବିମାନ ବନ୍ଦର | Argus News