Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

 ଏହି ସ୍ଥାନକୁ ଥରେ ଗଲେ ଆଉ ଫେରିବେନି 

Manini Pattanayak
Browse all articles by Manini Pattanayak
·1 year ago·2 min read
 ଏହି ସ୍ଥାନକୁ ଥରେ ଗଲେ ଆଉ ଫେରିବେନି 

ନୂଆଦିଲ୍ଲୀ: ଆପଣ  ବୁଲିବାକୁ ଭଲ ପାଉଥିବେ ହେଲେ  ଭୁଲ୍‌ ବି ରେ ଏହ ସ୍ଥାନକୁ ଯିବେନି।  କାରଣ ଏଠାକୁ ଗଲେ  ଆପଣ ଆଉ ଫେରିବେନି। ଏମିତି  ଏକ ଜାଗା ଅଛି ଭାରତରେ    ଥରେ ଗଲେ ଆଉ ସେଠାରୁ ଫେରେନି ମଣିଷ।  ରହସ୍ୟ ହୋଇ ରହିଛି ସେହି ସ୍ଥାନ।  ଶୁଣାଯାଏ ସାଙ୍ଗରୀ ଲା ଘାଟି  ସହ ରହିଛି ଅନ୍ୟ ଦୁନିଆ ସହ ସମ୍ପର୍କ।   ପଡେନି ଏଠି ସୂର୍ଯ୍ୟ କି ଚନ୍ଦ୍ର କିରଣ।  ମଣିଷ ବଞ୍ଚେ ଏଠି ସହ ସହ ବର୍ଷ।    କିଏ କରେ ବିଶ୍ୱାସ କିଏ କରେ ଅବିଶ୍ୱାସ।  ହେଲେ କେତେ ସତ   ସାଙ୍ଗରୀ ଲା ଘାଟି ରହସ୍ୟ।   ଭାରତରେ ଏମିତି ବହୁତ ସ୍ଥାନ ରହିଛି ଯାହା ରହସ୍ୟରେ ଘେରି ରହିଛି।  ଯେଉଁ ରହସ୍ୟ ଶୁଣିଲେ  ଲୋମ ଟାଙ୍କୁରୀ ଯିବ ।  ସେମିତି ଏକ  ରହସମୟୀ ସ୍ଥାନ ସାଙ୍ଗରୀ ଲା ଘାଟି ।  ଯାହା ସାଙ୍ଘାତିକ୍‌ କାହାଣୀକୁ  ବଖାଣେ।   ଯାହାର ରହସ୍ୟ ଭେଦ କରିବା  ସାଧାରଣ  ମଣିଷଙ୍କ ପକ୍ଷେ ସମ୍ଭବ ନୂହେଁ । ସାଙ୍ଗରୀ ଲା ଘାଟି  ଭାରତ ଏବଂ ଚୀନ୍‌ ସୀମାରେ ଅବସ୍ଥିତ। କୁହାଯାଏ ସାଙ୍ଗରୀ ଲା ଘାଟି  ବ୍ରହ୍ମାଣ୍ଡର ଅନ୍ୟ  ଏକ ଦୁନିଆ ସହ ସଂଯୋଗ ଅଛି।  ଆଜି ଯାଏ ଏହି ଘାଟିକୁ କେହି ବି ଦେଖିପାରିନାହାଁନ୍ତି।

ଯଦି ବି କେହି ଏହି  ରହସ୍ୟମୟୀ ସ୍ଥାନକୁ ଦେଖିଛି ତେବେ ସେ ସେଠାରୁ ଫେରିଆସିପାରି ନାହିଁ। ବୈଜ୍ଞାନିକ ମାନେ କୁହନ୍ତି ସାଙ୍ଗରୀ ଲା ଘାଟି ର ଡାଇରେକ୍ଟ କନେକ୍ସନ ଅନ୍ୟ ଏକ ଦୁନିଆ ସହ ରହିଛି। ଆହୁରି ମଧ୍ୟ କୁହାଯାଏ  ଏ ଘାଟିରେ ସମୟ ସ୍ଥିର ଥାଏ।  ଯେଉଁଥିପାଇଁ ଏଠାକାର ଲୋକେ  ଯେତେଦିନ ଚାହିଁବେ  ସେତେଦିନ ବଞ୍ଚିପାରିବେ ଅନ୍ୟ ଅର୍ଥରେ କହିବାକୁ ଗଲେ ଏଠାକାର ଲୋକମାନେ ଅମର।  ଜେମ୍ସ ହିଲଟନ୍ ତାଙ୍କ ପୁସ୍ତକ ଲାଷ୍ଟ ହୋରାଇଜନ୍‌  ଏହି ରହସ୍ୟମୟୀ ଘାଟି ସମ୍ପର୍କରେ ଲେଖିଥିଲେ ଯେ,  ଲୋକମାନେ ସେଠାରେ ଶହ ଶହ ବର୍ଷ  ଜୀବିତ ଥାନ୍ତି। 
 ସାଙ୍ଗରୀ ଲା ଘାଟି ସର୍ବଦା  ରହସମୟୀ ଆଲୋକରେ ଆଲୋକିତ ହୋଇରହିଥାଏ ।  ଆଶ୍ଚର୍ଯ୍ୟକର କଥା  ଏଠାରେ  ସୂର୍ଯ୍ୟ କି ଚନ୍ଦ୍ରର ଆଲୋକ  କେବେ ବି ପଡେନି।  ହେଲେ ଏହି ରହସ୍ୟମୟୀ ଆଲୋକ ସଦାସର୍ବା ଘାଟିର ଚର୍ତୁପାଶ୍ୱରେ ପଡିଥାଏ।  

ଏହି ରହସ୍ୟମୟୀ ଆଲୋକ ବିଷୟରେ  ତିବତ ଭାଷାରେ ଲେଖା ହୋଇଥିବା  ବହି 'କାଲ୍‌ ବିଜ୍ଞାନ' ରେ ବଣ୍ଣିତ ହୋଇଛି। ତନ୍ତ୍ର, ମନ୍ତ୍ର ସାଧନା ପାଇଁ ଏହି ଘାଟି ବିଶ୍ୱରେ ପ୍ରଶିଦ୍ଧ। କାରଣ ଅନେକ ପ୍ରଶିଦ୍ଧ ତାନ୍ତ୍ରିକମାନେ  ନିଜ ବହିରେ ଏହି ଘାଟି କଥା ବର୍ଣ୍ଣନା କରିସାରିଛନ୍ତି। ଟାଙ୍ଗସା ଜନଜାତି ଏହି  ଘାଟିର  ନିକଟରେ ବସବାସ କରନ୍ତି।  ସେମାନେ କୁହନ୍ତି  ଘାଟିରୁ  ସବୁବେଳେ ରହସ୍ୟମୟ ଶଦ୍ଦ ଶୁଣିବାକୁ ମିଳିଥାଏ।  ଏହି ଶଦ୍ଧ  ରାତି ଅଧରେ  ଶୁଭିଥାଏ।  ସାଙ୍ଗରୀ ଲା ଘାଟି କୁ ଯିଏ ବି ଖୋଜିବାକୁ ଯାଇଛି ସେ ଫେରିକି ଆସି ନାହିଁ। ଏହାକୁ ପୃଥିବୀର ଆଧ୍ୟାତ୍ମିକ ନିୟନ୍ତ୍ରଣ କେନ୍ଦ୍ର ମଧ୍ୟ କୁହାଯାଏ | କାରଣ ଏହି ଘାଟି ବୁଦ୍ଧମାନଙ୍କର ତପୋବନ ଥିଲା।  ସେଥିପାଇଁ ଏହାକୁ  ସିଦ୍ଧାଶ୍ରମ ମଧ୍ୟ କୁହାଯାଏ।   ଚୀନର ସୈନିକ ମାନେ ମଧ୍ୟ ଏହି ଘାଟିର ରହସ୍ୟ ଜାଣିବାକୁ ପୁରା ଚେଷ୍ଟା ଚଲାଇଛନ୍ତି କିନ୍ତୁ ଆଜିଯାଏ ଜାଣିପାରିନାହାଁନ୍ତି। ଏହାର ରହସ୍ୟ ଜାଣିବା ପାଇଁ ବିଶ୍ୱର ଏକ୍ପପୋର୍ଟ ମାନେ  ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇପାରିନାହାଁନ୍ତି।   ହେଲେ    ଘାଟିରେ ଲୁଚି ରହିଛି ଅନେକ ଅକୁହା ସତ ।   
ଅଧିକ ଦେଖନ୍ତୁ : 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
This place is identified with various names such as Shangri-La, Siddhashram or, mostly, Shambhala. | Argus News