ଏହି ମହିଳାଙ୍କ ଠାରେ ମିଳିଲା ଦୂନିଆର ସବୁଠୁ ବିରଳ ରକ୍ତ ନମୁନା , ବୈଜ୍ଞାନିକ ହେଲେ ଆଶ୍ଚର୍ଯ୍ୟ

Key Points
ଗ୍ଵାଡେଲୁପର ଜଣେ ୬୮ ବର୍ଷୀୟ ମହିଳାଙ୍କ ଠାରୁ ବିଶ୍ଵର ସବୁଠୁ ଦୁର୍ଲଭ ରକ୍ତ ନମୁନା ମିଳିଛି । ଯାହାକୁ ଗ୍ଵାଡା ନେଗେଟିଭ ବୋଲି କୁହାଯାଉଛି । ଏହି ରକ୍ତ ନମୁନା ଦୂନିଆର ସବୁଠୁ ବିରଳ ରକ୍ତ ନମୁନା , ଯାହା କେବଳ ଜଣେ ମହିଳାଙ୍କ ନିକଟରେ ହିଁ ମିଳିଛି ।
ଫ୍ରାନ୍ସର ବୈଜ୍ଞାନିକମାନେ କିଛି ଏମିତି ପରୀକ୍ଷା କରିଛନ୍ତି, ଯାହା ପୁରା ମେଡିକାଲ ଜଗତକୁ ଆଶ୍ଚର୍ଯ୍ୟ କରିଦେବ । ଏକ ସାଧାରଣ ରକ୍ତ ନମୁନା ପରୀକ୍ଷାରୁ ମିଳିଛି ଏକ ବିଶେଷ ତଥ୍ୟ । ଗ୍ଵାଡେଲୁପର ଜଣେ ୬୮ ବର୍ଷୀୟ ମହିଳାଙ୍କ ଠାରୁ ବିଶ୍ଵର ସବୁଠୁ ଦୁର୍ଲଭ ରକ୍ତ ନମୁନା ମିଳିଛି । ଯାହାକୁ ଗ୍ଵାଡା ନେଗେଟିଭ ବୋଲି କୁହାଯାଉଛି । ଏହି ରକ୍ତ ନମୁନା ଦୂନିଆର ସବୁଠୁ ବିରଳ ରକ୍ତ ନମୁନା , ଯାହା କେବଳ ଜଣେ ମହିଳାଙ୍କ ନିକଟରେ ହିଁ ମିଳିଛି । ଏହି ବ୍ୟକ୍ତି କୌଣସି ଅନ୍ୟ ରକ୍ତଦାତାଙ୍କ ଠାରୁ ରକ୍ତ ନେଇପାରିବେନି, କାରଣ ଏହା ରକ୍ତ ସମୂହ କାହା ସହ ମିଶିପାରିବନି । ଏହି ରକ୍ତ ନମୁନାକୁ ଇଣ୍ଟରନେସନାଲ ସୋସାଇଟି ଅଫ ବ୍ଲଡ ଟ୍ରାନ୍ସଫ୍ୟୁଜନ ତରଫରୁ ୪୮ତମ ରକ୍ତ ସମୂହର ମାନ୍ୟତା ଦିଆଯାଇଛି ।
ଏକ ୫୪ ବର୍ଷୀୟ ମହିଳା ନିଜ ସର୍ଜରୀ ପାଇଁ ନିୟମିତ ରକ୍ତ ଯାଞ୍ଚ କରିବାକୁ ଯାଉଥିଲେ । ଯାଞ୍ଚ ସମୟରେ ଡାକ୍ତର ତାଙ୍କ ରକ୍ତରୁ ଏକ ଅସାମାନ୍ୟ ଆଣ୍ଟିବଡି ପାଇଥିଲେ । ଯାହା ଅନ୍ୟ କୌଣସି ଜଣାଶୁଣା ରକ୍ତ ନମୁନା ସହ ମେଳ ଖାଉ ନଥିଲା । ଡିଏନଏ ସିକ୍ୟୁନ୍ସିଂ ପଦ୍ଧତିରେ ବୈଜ୍ଞାନିକ ମାନେ ଜାଣିବାକୁ ପାଇଥିଲେ , ଏହି ମହିଳାଙ୍କ ରକ୍ତରେଏକ ବିଶେଷ ଜିନ୍ ଅଛି, ଯାହାକୁ PIGz ବୋଲି କୁହାଯାଏ । ଏହି ଜିନ୍ ଏକ ଏନଜାଇମ୍ରେ ପରିଣତ ହୁଏ । ଏହି ରକ୍ତ କଣିକାକୁ ଇଏମଏମ ନେଗେଟିଭ (EMM Negative) ବା ଗ୍ଵାଡା ନେଗେଟିଭ ବୋଲି କୁହାଯାଏ । ଏହି ରକ୍ତ କଣିକାରେ ଇଏମଏମ ଆଣ୍ଟିଜେନ ନଥାଏ, ଯାହା ସାଧାରଣତଃ ଅନ୍ୟ ରକ୍ତ କଣିକାରେ ରହିଥାଏ । ଏହି କାରଣରୁ ରକ୍ତ କଣିକା ଦୁର୍ଲଭ ଅଟେ । ଏହି ମହିଳାଙ୍କର ସାମାନ୍ୟ ବୌଦ୍ଧିକ ଅକ୍ଷମତା ରହିଛି ।