ବିଦ୍ରୋହୀ ଗୋଷ୍ଠୀ ହାୟତ ତହରିର ଅଲ ଶାମ କରିଛନ୍ତି ସିରିଆର ତିନିଟି ସହର ଉପରେ କବଜା
·1 year ago·1 min read

ଅର୍ଗସ ବ୍ୟୁରୋ: ସିରିଆରେ ଯୁଦ୍ଧ ସ୍ଥିତି ଗମ୍ଭୀର ହେବାରେ ଲାଗିଛି। ସିରିଆରେ ବିଦ୍ରୋହୀ ଗୋଷ୍ଠୀ ହାୟତ ତହରିର ଅଲ ଶାମ ତଥା HTS ଏବଂ ତାର ସହଯୋଗୀ ମାନେ ସିରିଆର ତିନିଟି ସହର ଉପରେ କବଜା କରିଛନ୍ତି। ସିରିଆରେ ନଭେମ୍ବର ୨୭ରେ ସେନା ଓ ବିଦ୍ରୋଦୀ ଗୋଷ୍ଠୀ ମଧ୍ୟରେ ସଂଘର ଆରମ୍ଭ ହୋଇଥିଲା। ତେବେ HTS ସହିତ ସେନା ବୁଝାମଣା କରିଥିବା ନେଇ ଚର୍ଚ୍ଚା ହେଉଛି।
ବିଦ୍ରୋହୀମାନେ ଦାରା, ହମା ପରେ ରାଜଧାନୀ ଦମିଶକକୁ ନିଜ କବଜାକୁ ନେବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ସେପଟେ ଇରାନ ସମର୍ଥିତ ହିଜବୁଲ୍ଲା ସଂଗଠନ ରାଷ୍ଟ୍ରପତି ଅସଦଙ୍କୁ ସୁରକ୍ଷା ଦେବାକୁ ଏହି ଯୁଦ୍ଧକୁ ଓହ୍ଲାଇଛି। HTSକୁ ରୋକିବା ଲାଗି ହିଜବୁଲ୍ଲାର ସଦସ୍ୟମାନେ ପ୍ରତିଆକ୍ରମଣ କରୁଛନ୍ତି। ଫଳରେ ସିରିଆରେ ଯୁଦ୍ଧ ସ୍ଥିତି ଅତି ଗମ୍ଭୀର ହେଉଛି। ଏପଟେ ସିରିଆର ସରକାରୀ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ସିରିଆ ବାୟୁସେନା ଓ ଋଷିଆ ବାୟୁସେନା, ଆର୍ଟିଲାରୀ ଓ ମିଜାଇଲ ଆକ୍ରମଣରେ ବିଦ୍ରୋହୀଙ୍କ ବହୁ ସଦସ୍ୟଙ୍କ ମୃତ୍ୟୁ ଘଟିଛି।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: