Earthquake Latest News / ତିବ୍ଦତରେ ଶକ୍ତିଶାଳୀ ଭୂ-କମ୍ପ ଝଟକାରେ ଏଯାଏ ୧୬ ମୃତ…୩୨ରୁ ଅଧିକ ଆହତ…ଉଦ୍ଧାର କାର୍ଯ୍ୟ ଜାରି
·1 hour ago·2 min read

Key Points
ଗତକାଲି ବିଳମ୍ବିତ ରାତିରେ ଚିବ୍ଦତର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଲାଗିଥିବା ସୂଚନା ମିଳିଛି
ଗତକାଲି ବିଳମ୍ବିତ ରାତିରେ ଚିବ୍ଦତର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଲାଗିଥିବା ସୂଚନା ମିଳିଛି। ରାତିରେ କୌଣସି କ୍ଷୟକ୍ଷତିର ସୂଚନା ମିଳିପାରି ନଥିଲା। ଏଥିରେ ୧୬ ଜଣ ପ୍ରାଣ ହରାଇଥିବା ବେଳେ ୩୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ସଂଖ୍ୟା ଅଧିକ ହୋଇପାରେ ବୋଲି ଅନୁମାନ କରାଯାଉଛି। ଏଯାଏ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
ରିପୋର୍ଟ ଅନୁସାରେ, ହିମାଳୟ କ୍ଷେତ୍ର ତିବ୍ଦତରେ ଶକ୍ତିଶାଳୀ ଭୂକମ୍ପ ହୋଇଛି । ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୭.୦ ବୋଲି ଜଣାପଡ଼ିଛି । ଭାରତର ନ୍ୟାସନାଲ୍ ସେଣ୍ଟର ଫର୍ ସିସ୍ମୋଲୋଜି ଅନୁସାରେ, ଭୂକମ୍ପ ଭାରତୀୟ ସମୟ ଅନୁସାରେ ରାତି ୮.୦୩ ମିନିଟରେ ହୋଇଥିଲା । ପ୍ରଥମେ ଏହି ଭୂକମ୍ପର କେନ୍ଦ୍ର ଭୂପୃଷ୍ଠରୁ ୧୭୩ କିଲୋମିଟର ଗଭୀର ବୋଲି ସୂଚନା ଦିଆଯାଇଥିଲା । କିନ୍ତୁ ନୂଆ ସୂଚନା ଅନୁସାରେ ଏହା କେନ୍ଦ୍ର ଭୂମି ଠାରୁ ମାତ୍ର ୧୦ କିଲୋମିଟର ଗଭୀରରେ ରହିଛି ।
ଚୀନର ଭୂକମ୍ପ ନେଟୱାର୍କ କେନ୍ଦ୍ର ସିଇଏନସି ଅନୁସାରେ, ଭୂକମ୍ପ ସ୍ଥାନୀୟ ସମୟ ଅନୁସାରେ ରାତି ପ୍ରାୟ ୧୦.୩୩ ମିନିଟରେ ଉତ୍ତର ତିବ୍ବତର ନାଗୁ କ୍ଷେତ୍ରରେ ହୋଇଛି । ଏହାର କେନ୍ଦ୍ର ତିବ୍ଦତର ରାଜଧାନୀ ଲାସାଠାରୁ ୪୦୦ କିଲୋମିଟର ଦୂରରେ ରହିଛି ।
ଚାଇନା ଅଧିକାରୀଙ୍କ ସୂଚନାନୁସାରେ, ଆହତଙ୍କ ମଧ୍ୟରୁ ୧୧ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଅନ୍ୟ ୨୧ ଜଣଙ୍କୁ ସାମାନ୍ୟ ଆଘାତ ଲାଗିଛି । ଏହାସହ ଅନେକ ଘର ମଧ୍ୟ ଭାଙ୍ଗି ଯାଇଛି । ଭୂମିକମ୍ପର କେନ୍ଦ୍ରସ୍ଥଳୀ ଥିବା ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଏହା ୨୦୨୪ ଜାନୂଆରୀ ପରେ ତିବ୍ଦତରେ ଆସିଥିବା ସବୁଠୁ ବଡ଼ ତୀବ୍ରତାର ଭୂମିକମ୍ପ ବୋଲି କୁହାଯାଉଛି ।
ସ୍ଥାନୀୟ ପ୍ରଶାସନ ପକ୍ଷରୁ ଅନେକ ଭିଡିଓ ଜାରି କରାଯାଇଛି । ଏଥିରେ ଲୋକେ ଭୟରେ ଘରୁ ବାହାରି ଆସୁଥିବା ଦେଖିବାକୁ ମିଳିଛି । ଆଉ କିଛି ବ୍ୟକ୍ତି ରାତି ସାରା ଘର ବାହାରେ ରହିଛନ୍ତି । ଏଣେତେଣେ ଧାଉଁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତିବ୍ଦତ ଅଞ୍ଚଳରେ କାହିଁକି ଭୂକମ୍ପ ହୁଏ?
ତିବ୍ଦତ ଅଞ୍ଚଳ ଏହାର ଭୂକମ୍ପୀୟ କାର୍ଯ୍ୟକଳାପ ପାଇଁ ଜଣାଶୁଣା। ଏହାର ମୁଖ୍ୟ କାରଣ ହେଉଛି ଭାରତୀୟ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍ଗୁଡ଼ିକ ମଧ୍ୟରେ ଘଟୁଥିବା ସଂଘର୍ଷ ବା ଧକ୍କା ହୁଏ। ଯେଉଁ ପ୍ରକ୍ରିୟା ଯୋଗୁଁ ହିମାଳୟ ପର୍ବତମାଳା ସୃଷ୍ଟି ହୋଇଥିଲା। ଐତିହାସିକ ତଥ୍ୟରୁ ଜଣାପଡ଼େ ଯେ, ଏହି ଅଞ୍ଚଳରେ ବାରମ୍ବାର ଭୂକମ୍ପ ଅନୁଭୂତ ହୋଇଆସୁଛି, ଯାହା ଏହାକୁ ବିଶ୍ୱର ଅନ୍ୟତମ ଅଧିକ ଭୂକମ୍ପ ପ୍ରବଣ ଅଞ୍ଚଳରେ ପରିଣତ କରିଛି।

Related Topics
Explore more stories