Videos
|
International

ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ,ବୁଦ୍ଧିମାନ ଲୋକଙ୍କ ଖେଳ 

Sangram Tripathy
Browse all articles by Sangram Tripathy
·2 years ago·2 min read
ଆଜି ଅନ୍ତର୍ଜାତୀୟ ଚେସ୍ ଦିବସ,ବୁଦ୍ଧିମାନ ଲୋକଙ୍କ ଖେଳ 


ଅର୍ଗସ ବ୍ୟୁରୋ: ବୁଦ୍ଧିମାନ ଲୋକଙ୍କ ଖେଳ ଚେସ୍ । ଆଜି ବିଶ୍ବ ଚେସ୍‌ ଦିବସ । ଚେସ୍’ ଦୁଇ ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ଖେଳାଯାଉଥିବା ପ୍ରାଚୀନ, ବୌଦ୍ଧିକ ଓ ସାଂସ୍କୃତିକ ଖେଳଗୁଡ଼ିକ ମଧ୍ୟରୁ ଅନ୍ୟତମ। ଅଲମ୍ପିକ୍‌ କ୍ରୀଡ଼ା ସମୟରେ ୧୯୨୪, ଜୁଲାଇ ୨୦ ତାରିଖରେ ୱାର୍ଲଡ୍‌ ଚେସ୍‌ ଫାଉଣ୍ଡେସନ୍‌ ବା ଏଫ୍‌ଆଇଡିଇ ପ୍ୟାରିସ୍‌ରେ ସ୍ଥାପିତ ହୋଇଥିଲା। ୧୯୬୬ ମସିହାରୁ ପ୍ରତିବର୍ଷ ଏହାର ପ୍ରତିଷ୍ଠା ଦିବସକୁ ‘ଅନ୍ତର୍ଜାତୀୟ ଚେସ୍‌ ଦିବସ’ ଭାବେ ପାଳନ କରାଯାଉଛି।

 

୨୦୧୯ ମସିହା ଡିସେମ୍ବର ୧୨ ତାରିଖରେ ଜାତିସଂଘ ମହାସଭା ଦ୍ବାରା ଏହି ଦିବସକୁ ସ୍ବୀକୃତି ମିଳିଛି। ବିଶ୍ବର ପ୍ରାୟ ୧୮୮ ଦେଶରେ ପ୍ରାୟ ସାଢ଼େ ୬ କୋଟି ସ୍ବୀକୃତିପ୍ରାପ୍ତ ଚେସ୍‌ ଖେଳାଳି ଅଛନ୍ତି।  ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୃଦ୍ଧବନିତା ,ସର୍ବଜନ ଆଦୃତ ତଥା ବୟସ ଓ ସ୍ଥାନର କୌଣସି ପ୍ରତିବନ୍ଧକ ନଥିବାରୁ ଏହା ସବୁ ବର୍ଗରେ ସବୁଠି ବେଶ  ଗ୍ରହଣୀୟ। ଚତୁର୍ଥରୁ ଷଷ୍ଠ ଶତାବ୍ଦୀ ମଧ୍ୟରେ ଭାରତରେ ଏହି ଖେଳ ସୃଷ୍ଟି ହୋଇଥିଲା। ପ୍ରଥମେ ଏହାର ନାମ ଥିଲା ଚତୁରଙ୍ଗ। ଏହା ଖେଳ ମାଧ୍ୟମରେ ସ୍ମରଣଶକ୍ତି, ମାନସିକ ଦକ୍ଷତା, ଗଣନା କ୍ଷମତା, ଭାବନା ଶକ୍ତି, ସୃଜନଶୀଳତା, ଏକାଗ୍ରତା ବୃଦ୍ଧି ହୋଇଥାଏ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ବର୍ତ୍ତମାନ ଭାରତ ବିଶ୍ବ ଚେସ୍‌ ମାନଚିତ୍ରରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି। ଅନ୍ୟତମ ସୁପର୍‌ ପାୱାର ଭାବେ ବର୍ତମାନ ରୁଷିଆ ପଛକୁ ଭାରତ ବିଶ୍ବରେ ଦ୍ବିତୀୟ ସ୍ଥାନରେ ରହିଛି। ଭାରତରେ ଏବେ ୫୬,୪୪୬ ଅନ୍ତର୍ଜାତୀୟ ଏଲୋ ରେଟେଡ୍‌ ଖେଳାଳି, ୮୫ ଜଣ ଗ୍ରାଣ୍ଡ ମାଷ୍ଟର୍‌, ୧୨୪ ଅନ୍ତର୍ଜାତୀୟ ମାଷ୍ଟର୍‌, ୨୩ ମହିଳା ଗ୍ରାଣ୍ଡ୍ ମାଷ୍ଟର୍‌, ୪୨ ମହିଳା ଅନ୍ତର୍ଜାତୀୟ ମାଷ୍ଟର୍‌ ଅଛନ୍ତି। ବିଶ୍ବନାଥନ ଆନନ୍ଦ, କୋନେରୁ ହମ୍ପିଙ୍କ ପରବର୍ତ୍ତୀ ପିଢ଼ିରେ ବର୍ତ୍ତମାନ ଅର୍ଜୁନ ଏରିଗୈସି, ଡି ଗୁକେଶ, ବିଦିତ ଗୁଜରାଟୀ, ନିହାଲ ସାରିନ୍‌, ହରିକ୍ରୀଷ୍ଣା ଓ ଆର୍‌ ପ୍ରଜ୍ଞାନନ୍ଦଙ୍କ ଭଳି ଯୁବ ସୁପର ଗ୍ରାଣ୍ଡମାଷ୍ଟର୍‌ ବିଶ୍ବ ଚେସ୍‌ରେ ଚହଳ ପକାଇଛନ୍ତି। ଭାରତରେ ଚେସ୍‌କୁ ଅଧିକ ଲୋକପ୍ରିୟ କରିବାରେ ଗ୍ରାଣ୍ଡମାଷ୍ଟର ବିଶ୍ବନାଥନ୍‌ ଆନନ୍ଦଙ୍କର ବଡ଼ ଯୋଗଦାନ ରହିଛି।

Today is International Chess Day, the game of the wise | Argus News