Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

Ritu Das
Browse all articles by Ritu Das
·1 year ago
ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ

ଅର୍ଗସ ବ୍ୟୁରୋ: ଆଜି ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ । କିଏ ହେବେ ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି ? ଡେମୋକ୍ରାଟ ପାର୍ଟିର କମଲା ହାରିସ୍ ନା ରିପବ୍ଲିକାନ୍ ପାର୍ଟିର ଡୋନାଲ୍‌ଡ ଟ୍ରମ୍ପ ! କିଏ କାହା ଉପରେ ପଡ଼ିବେ ଭାରି ? ଏହି ନିର୍ବାଚନ ଜରିଆରେ ଆମେରିକା ତାହାର 47ତମ ରାଷ୍ଟ୍ରପତିଙ୍କୁ ବାଛିବ । ବିଶ୍ବର ସର୍ବ ପୁରାତନ ଗଣତନ୍ତ୍ର, ଆମେରିକାର ରାଷ୍ଟ୍ରପତି ନିର୍ବାଚନ ଉପରେ ରହିଛି ସମସ୍ତଙ୍କ ନଜର । 

ଏଥର ନିର୍ବାଚନରେ ବୃହତ ବ୍ୟବଧାନରେ ନିର୍ବାଚନ ହେବା ନେଇ ଦୁଇ ପ୍ରାର୍ଥୀ ଦୃଢ଼ ଆଶାବାଦୀ ରହିଛନ୍ତି ।  ଆମେରିକାରେ ଇଲେକ୍ଟୋରା କଲେଜ୍‌ ପଦ୍ଧତି ଦ୍ବାରା ରାଷ୍ଟ୍ରପତି ନିର୍ବାଚନ ହୋଇଥାନ୍ତି । ରାଷ୍ଟ୍ରପତି ହେବା ପାଇଁ ଜଣେ ପ୍ରାର୍ଥୀଙ୍କୁ ୫୩୮ ଇଲେକ୍ଟୋରାଲ କଲେଜ ଭୋଟରୁ  270 ଇଲେକ୍ଟୋରାଲ କଲେଜ୍‌ ଭୋଟ୍‌ ଆବଶ୍ୟକ ।  ପ୍ରାର୍ଥୀଙ୍କୁ ଅତି କମରେ ତିନିଟି ପ୍ରମୁଖ ରାଜ୍ୟରେ ଜିତିବାକୁ ପଡ଼ିବ। 

ଅଧିକ ପଢ଼ନ୍ତୁ ବିଦେଶ ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Today is the | Argus News