Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଏକାଠି ହେଲେ ୧୦ ଲକ୍ଷରୁ ଅଧିକ ହିନ୍ଦୁ, କରୁଛନ୍ତି ଶାନ୍ତିପୂର୍ଣ୍ଣ ପ୍ରତିବାଦ

International

ଏକାଠି ହେଲେ ୧୦ ଲକ୍ଷରୁ ଅଧିକ ହିନ୍ଦୁ, କରୁଛନ୍ତି ଶାନ୍ତିପୂର୍ଣ୍ଣ ପ୍ରତିବାଦ

Ritu Das
Browse all articles by Ritu Das
·1 year ago·1 min read
ଏକାଠି ହେଲେ ୧୦ ଲକ୍ଷରୁ ଅଧିକ ହିନ୍ଦୁ, କରୁଛନ୍ତି ଶାନ୍ତିପୂର୍ଣ୍ଣ ପ୍ରତିବାଦ

ଅର୍ଗସ ବ୍ୟୁରୋ: ବାଂଲାଦେଶରେ ସଂରକ୍ଷଣକୁ ନେଇ ହୋଇଥିବା ବିକ୍ଷୋଭ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ଗାଦି ଛଡ଼ାଇ ନେଇଥିଲା । ସେବେଠାରୁ ବାଂଲାଦେଶରେ ସ୍ଥିତି ଖରାପ ହେବାରେ ଲାଗିଛି । ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ବିରୋଧରେ ହିଂସା ଆରମ୍ଭ ହୋଇଛି । ହେଲେ ଏତେ ଦିନର ଅତ୍ୟାଚାର ସହି ସହି ଆଜି ରାଜରାସ୍ତାକୁ ଓହ୍ଲାଇଛନ୍ତି ଲକ୍ଷ ଲକ୍ଷ ହିନ୍ଦୁ ।

ଶାନ୍ତିପୂର୍ଣ୍ଣ ଭାବରେ କରୁଛନ୍ତି ପ୍ରତିବାଦ । ଏକା ସାଙ୍ଗରେ ସମସ୍ତଙ୍କ ଠାରୁ ଶୁଭୁଛି ମହାମନ୍ତ୍ର ଓ ଜୟ ଶ୍ରୀରାମ ନାମ ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା କୋଟି କୋଟି ଲୋକଙ୍କ ହୃଦୟକୁ ଛୁଇଁ ଯାଇଛି । ଗେରୁଆ ରଙ୍ଗର ପୋଷାକ ପିନ୍ଧି ହିନ୍ଦୁ ମାନେ ଏକତା ଦେଖାଉଛନ୍ତି । ଢ଼ାକା ସହରରେ ଏକାଠି ହେଲେ ୧୦ ଲକ୍ଷରୁ ଅଧିକ ହିନ୍ଦୁ, ଥରି ଉଠୁଛି ବାଂଲାଦେଶ।

ଯାହାକୁ ନେଇ ଏବେ ଦିବାଦ ଅଧିକ ହେବ ବୋଲି ଆଶା କରାଯାଉଛି । ଏପଟେ ବାଂଲାଦେଶରେ ସଂଖ୍ୟାଲଘୁଙ୍କ ବିରୋଧରେ ହିଂସା ଘଟଣାକୁ ନେଇ ଶନିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ନିର୍ଦ୍ଦେଶକ୍ରମେ ଏକ କମିଟି ଗଠନ କରାଯାଇଛି । ଏହି କମିଟି ବାଂଲାଦେଶରେ ହିନ୍ଦୁଙ୍କ ସମେତ ସଂଖ୍ୟାଲଘୁଙ୍କ ଉପରେ ସାମ୍ପ୍ରତିକ ସ୍ଥିତି ଏବଂ ଅତ୍ୟାଚାରର ସମୀକ୍ଷା କରୁଥିବା କୁହାଯାଉଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

Sponsored
Together, more than | Argus News