Videos
|
International

କାଲି ଆମେରିକା ରାଷ୍ଟ୍ରପତି ନିର୍ବାଚନ,ଟ୍ରମ୍ପ ଏବଂ ହ୍ୟାରିସଙ୍କ ମଧ୍ୟରେ ଟକ୍କର 

Sangram Tripathy
Browse all articles by Sangram Tripathy
·1 year ago·1 min read
କାଲି ଆମେରିକା ରାଷ୍ଟ୍ରପତି ନିର୍ବାଚନ,ଟ୍ରମ୍ପ ଏବଂ ହ୍ୟାରିସଙ୍କ ମଧ୍ୟରେ ଟକ୍କର 

ଅର୍ଗସ ବ୍ୟୁରୋ: ଆସନ୍ତାକାଲି ଆମେରିକାରେ ନିର୍ବାଚନ । ପୂର୍ବତନ ରାଷ୍ଟ୍ରପତି ଡୋନାଲଡ୍ ଟ୍ରମ୍ପ ଓ ଉପରାଷ୍ଟ୍ରପତି କମଳା ହ୍ୟାରିସଙ୍କ ମଧ୍ୟରେ ଟକ୍କର । ଭୋଟରଙ୍କୁ ମନେଇବା ପାଇଁ ଦୁଇ ପ୍ରାର୍ଥୀ ବିଭିନ୍ନ ରାଜ୍ୟରେ ମାରାଥନ୍ ପ୍ରଚାର କରିଛନ୍ତି । ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ କଡା ଟକ୍କର ହେବ । ଡେମୋକ୍ରାଟିକ୍ ପ୍ରାର୍ଥୀ କମଲା ହ୍ୟାରିସ୍ ଆମେରିକାର ଲୋକମାନଙ୍କୁ ସର୍ବୋତ୍ତମ ଚିକିତ୍ସା ସୁବିଧା ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି। କମ ମୂଲ୍ୟରେ ଲୋକମାନେ ଯେପରି ଚିକିତ୍ସା ସୁବିଧା ପାଇବେ ସେ ନିଶ୍ଚିତ କରିବେ ବୋଲି କହିଛନ୍ତି । ଗାଜାରେ ଯୁଦ୍ଧ ବନ୍ଦ, ପଣବନ୍ଦୀ ମାନଙ୍କୁ ମୁକ୍ତ କରିବା , ପାଲେଷ୍ଟାଇନ୍ ଲୋକମାନଙ୍କ ଅଧିକାର ସୁରକ୍ଷିତ ରଖିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି ।  ଆମେରିକାର ପୂର୍ବତନ ରାଷ୍ଟ୍ରପତି ତଥା ରିପବ୍ଲିକ ପାର୍ଟି ପ୍ରାର୍ଥୀ ଡୋନଲଡ୍ ଟ୍ରମ୍ପ ମଧ୍ୟ ମାରାଥନ୍ ପ୍ରଚାର କରିଛନ୍ତି । ଜର୍ଜିଆରେ ନିର୍ବାଚନ ପ୍ରଚାର ବେଳେ ୨୦୨୦ ନିର୍ବାଚନରେ ଅନିୟମିତତା ହୋଇଥିବା ଅଭିଯୋଗ କରିଛନ୍ତି। ଏଥିପାଇଁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡିଲା ଏଥର ଲୋକମାନେ ତାଙ୍କ ସପକ୍ଷରେ ଅଛନ୍ତି ବୋଲି ଟ୍ରମ୍ପ କହିଛନ୍ତି 
 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Tomorrow's US presidential election, clash between Trump and Harris | Argus News