Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୂରିଲା ବର୍ଷେ

International

ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୂରିଲା ବର୍ଷେ

Banajyotshna Ray
Browse all articles by Banajyotshna Ray
·1 year ago·2 min read
ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୂରିଲା ବର୍ଷେ

ଅର୍ଗସ ବ୍ୟୁରୋ:  ଇସ୍ରାଏଲରେ ଗତବର୍ଷ ଅକ୍ଟୋବର ୭ରେ ହୋଇଥିବା ହମଲାକୁ ପୁରିଲା ବର୍ଷେ । । ଆଉ ଏହି ବର୍ଷକ ଭିତରେ ବହୁତ କିଛି ବଦଳି ମଧ୍ୟ ଯାଇଛି । ବିଶେଷ କରି ମଧ୍ୟପ୍ରାଚ୍ୟରେ ଏବେ ମହାଯୁଦ୍ଧ ଭଳି ଅବସ୍ଥା । ଗୋଟିଏ ପଟେ ଇସ୍ରାଏଲ ରହିଛି ତ ଅନ୍ୟପଟେ ପାଲେଷ୍ଟାଇନ, ଲେବାନନ, ଇରାନ, ୟେମେନ ଅଛନ୍ତି । ଇସ୍ରାଏଲ ଶତ୍ରୁଙ୍କ ବିରୋଧରେ ଜୋରସୋରରେ ଲଢ଼େଇ କରୁଛି ତ ଗାଜା ଆଉ ଲେବାନନରୁ ବି ଇସ୍ରାଏଲ ଉପରେ ଆଟାକ୍ ହେଉଛି । ୭ ଅକ୍ଟୋବରର ବର୍ଷ ପୂରଣ ଅବସରରେ ଗାଜାପଟିରୁ ଇସ୍ରାଏଲ ଉପରକୁ ଚାରିଟି ରକେଡ୍ ମାଡ଼ ହୋଇଛି । ଆଇଡିଏଫର ସୂଚନା ଅନୁସାରେ ଡିଫେନ୍ସ ସିଷ୍ଟମ ତିନିଟି ମିସାଇଲକୁ ଇଣ୍ଟରସେପ୍ଟ କରି ଡିଫ୍ୟୁଜ୍ କରିଛି ତ ଆଉ ଗୋଟିଏ ମିସାଇଲକୁ ଇସ୍ରାଏଲର ଖାଲି ଇଲାକାରେ ହିଁ ଉଡ଼ାଇ ଦିଆଯାଇଛି । ସେପଟେ ଇସ୍ରାଏଲ ହମାସର ବାରୁଦି ଠିକଣା ଉପରେ ଧୂଆଁଧାର ହମଲା ଜାରି ରଖିଛି ।

ଗାଜାପଟିରେ ଏବେ ବି ବୁଲୁଛି ଇସ୍ରାଏଲ ଟ୍ୟାଙ୍କ । ଇସ୍ରାଏଲ ସେନା ଗାଜାରେ ଜୋରଦାର କରିଛି ହମଲା । ହମାସ ଠିକଣା ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ ଏୟାରଫୋର୍ସ । ଏପଟେ ଦକ୍ଷିଣ  ଲେବାନନରେ ବି ହିଜବୁଲ୍ଲାହ ଆତଙ୍କବାଦୀଙ୍କ ଉପରେ ନିଆଁ ବର୍ଷା କରୁଛି ଇସ୍ରାଏଲ । ଇସ୍ରାଏଲ ସେନା ପକ୍ଷରୁ ଗ୍ରାଉଣ୍ଡ ଅପରେସନ ମଧ୍ୟ ଜାରି ରହିଛି । ଅନେକ ସ୍ଥାନରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୁଡ଼ଙ୍ଗ ସାମ୍ନାକୁ ଆସୁଛି । ପୂର୍ବରୁ ଗତବର୍ଷ ଅକ୍ଟୋବର ୭ରେ ଇସ୍ରାଏଲ ସୀମାରେ ପଶି ହମାସ ଆତଙ୍କବାଦୀ ହମଲା କରିଥିଲେ ।  ମ୍ୟୁଜିକ ଫେଷ୍ଟିଭାଲକୁ ଟାର୍ଗେଟ୍ ବନାଇଥିଲେ ଆତଙ୍କବାଦୀ । ମ୍ୟୁଜିକ ଫେଷ୍ଟିଭାଲରେ ହିଁ ୩୬୪ ଜଣଙ୍କୁ ହତ୍ୟା କରାଯାଇଥିଲା । ଇସ୍ରାଏଲର ମୋଟ୍ ୧୨୦୦ ଲୋକଙ୍କୁ ହତ୍ୟା କରିଥିଲେ ଆତଙ୍କବାଦୀ । ୨୫୦ ଲୋକଙ୍କୁ ବନ୍ଦୀ ବନାଇଥିଲେ । ଏହାପରେ ଇସ୍ରାଏଲ ମୁହଁତୋଡ୍ ଜବାବ ଦେଇଥିଲା । ହମାସ ଉପରେ ସିଧା ହମଲା କରି ଗାଜାରେ ପ୍ରତିଶୋଧ ନେଇଥିଲା ।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Raja Festival
Sponsored
Trauma of Oct 7 attack still hangs over Israel as war spreads | Argus News