Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Israel Earthquake / ଯୁଦ୍ଧ ପାଇଁ ପ୍ରସ୍ତୁତ ଇସ୍ରାଏଲ୍‌, ଆମେରିକା ସହ ମିଶି ଇରାନ୍ ଉପରେ କରିବ ଆକ୍ରମଣ !

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ଯୁଦ୍ଧ ପାଇଁ ପ୍ରସ୍ତୁତ ଇସ୍ରାଏଲ୍‌, ଆମେରିକା ସହ ମିଶି ଇରାନ୍ ଉପରେ କରିବ ଆକ୍ରମଣ !
Israel Earthquake

Key Points

ଇସ୍ରାଏଲର ନେଗେଭ୍‌ ମରୁଭୂମି ଆଜି ୪.୨ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି।

ସାରା ବିଶ୍ୱରେ ଏବେ ଯୁଦ୍ଧ ସ୍ଥିତି ଲାଗି ରହିଛି । ଆଉ ଏହାରି ଭିତରେ ସବୁଠାରୁ ବଡ଼ ଚର୍ଚ୍ଚାର ବିଷୟ ପାଲଟିଛି, ଆମେରିକା ଓ ଇରାନ୍‌ ମଧ୍ୟରେ ହେବାକୁ ଯାଉଛି ଭୟାନକ ଯୁଦ୍ଧ । ତେଣୁ ଏହି ଦୁଇ ରାଷ୍ଟ୍ରର ସମର୍ଥକ ମାନେ ମଧ୍ୟ ଯୁଦ୍ଧ ପାଇଁ ହେଲେଣି ପ୍ରସ୍ତୁତ । ଗୋଟିଏ ପଟେ ଆମେରିକା ଇରାନ୍‌ ଉପରେ ପ୍ରଚଣ୍ଡ ଆକ୍ରମଣ କରିବାକୁ ତୟାର ଥିବା ବେଳେ ଏପଟେ ଇରାନ୍‌ କହିଛି ଟ୍ରମ୍ପଙ୍କୁ ଗୁଳି କରି ଉଡ଼ାଇଦେବ । ଗତ ଥର ଭଳି ଏଥର ଗୁଳି ମିସ୍‌ ହେବନି । ଏଥର ଠିକ୍ ଯାଗରେ ବାଜିବ ଗୁଳି ।

ଏହି ଦୁଇ ଦେଶ ମଧ୍ୟ ଯୁଦ୍ଧ ପରିସ୍ଥିତି ଉପୁଜିଥିବା ବେଳେ ସେମାନଙ୍କ ସମର୍ଥକ ଦେଶ ମାନେ ମଧ୍ୟ ସାମ୍ନାକୁ ଆସିଲେଣି । ଇରାନ୍‌କୁ ସମର୍ଥନ ଜଣାଉଥିବା ଦେଶ ମାନେ ଖୋଲା ଖୋଲି ଯୁଦ୍ଧ ମଇଦାନକୁ ଓହ୍ଲାଇବାକୁ ଚେତାବନୀ ଦେଇଥିବା ବେଳେ ଏପଟେ ଆମେରିକାକୁ ସମର୍ଥନ କରୁଥିବା ଦେଶମାନେ ଆଉ ଦୁଇ ପାଦ ଆଗକୁ ବବଢ଼ିଛନ୍ତି । ୟୁଏସ୍‌କୁ ସମର୍ଥନ କରୁଥିବା ଦେଶ ମାନଙ୍କ ମଧ୍ୟରେ ରହିଛି ଇସ୍ରାଏଲ । ସେ ଏବେ ପରମାଣୁ ପରୀକ୍ଷଣ କରିଛି । ଯାହାଫଳରେ ଇସ୍ରାଏଲ୍‌ରେ ଭୂ-କମ୍ପ ସୃଷ୍ଟି ହୋଇଛି । ଏକଥା କୌଣସି ସରକାରୀ ସ୍ତରରେ ସ୍ୱୀକାର କରାଯାଇନଥିଲେ ମଧ୍ୟ ଅନେକ ଆନ୍ତର୍ଜାତୀୟ ଗଣମାଧ୍ୟମ ଏନେଇ ରିପୋର୍ଟ ପ୍ରକାଶ କରିଛନ୍ତି ।

ଇସ୍ରାଏଲର ନେଗେଭ୍‌ ମରୁଭୂମି ଆଜି ୪.୨ ତୀବ୍ରତାର ଭୂମିକମ୍ପରେ ଥରି ଉଠିଛି। ସକାଳ ୯ଟାରେ ହୋଇଥିବା ଏହି ଭୂକମ୍ପ ଲୋକଙ୍କ ମଧ୍ୟରେ ଆତଙ୍କ ଓ ଦ୍ୱନ୍ଦ୍ୱ ସୃଷ୍ଟି କରିଥିଲା। ଆଖପାଖ ଅଞ୍ଚଳରେ ଆଲାରାମ୍‌ ବାଜିବାରୁ ଲୋକେ ଘର ଛାଡ଼ି ଦୌଡ଼ିଥିଲେ। ଇରାନ ସହିତ ଇସ୍ରାଏଲର ତିକ୍ତତା ବୃଦ୍ଧି ଭିତରେ ଏହା ଏକ ପରମାଣୁ ପରୀକ୍ଷଣଜନିତ ଭୂକମ୍ପ ବୋଲି କୁହାଯାଉଛି। କେନ୍ଦ୍ରୀୟ ଇସ୍ରାଏଲ ଏବଂ ଜେରୁଜେଲମର ଉତ୍ତରରେ ଥିବା ଅଞ୍ଚଳ ପର୍ଯ୍ୟନ୍ତ ଏହି ଭୂକମ୍ପର ତୀବ୍ର ଝଟ୍‌କା ଅନୁଭୂତ ହୋଇଥିଲା। ସୂଚନାଯୋଗ୍ୟ, ନେଗେଭ୍‌ ମରୁଭୂମିର ଡିମୋନା ଅଞ୍ଚଳରେ ଇସ୍ରାଏଲର ଏକ ପରମାଣୁ କେନ୍ଦ୍ର ରହିଛି । ଇସ୍ରାଏଲ ଏବେ ଇରାନକୁ ସବୁଠାରୁ ବଡ଼ ବିପଦ ବୋଲି ବିବେଚନା କରୁଥିବାରୁ ସର୍ବାଧିକ ସତର୍କତା ଅବଲମ୍ବନ କରିଛି।

ଡିମୋନା ପରମାଣୁ କେନ୍ଦ୍ର ୧୯୫୦ ଦଶକର ଶେଷ ଭାଗରେ ନିର୍ମାଣ ହୋଇଥିଲା। ଏଠାରେ ଇସ୍ରାଏଲର ଅଘୋଷିତ ଆଣବିକ ଅସ୍ତ୍ରଶସ୍ତ୍ର କାର୍ଯ୍ୟକ୍ରମ ଜାରି ରହିଛି ବୋଲି ବିଶ୍ବାସ କରାଯାଏ। ଆଜିର ଭୂକମ୍ପ ପରମାଣୁ ପରୀକ୍ଷଣଜନିତ ବୋଲି ପ୍ରଚାର ହେବାପରେ ମଧ୍ୟପ୍ରାଚ୍ୟରେ ଆତଙ୍କ ଖେଳିଯାଇଛି। ଇରାନ ସଙ୍କଟ ମଧ୍ୟରେ ଆମେରିକା ଏବେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଥିବାରୁ ଇରାନର ପରମାଣୁ ସାମର୍ଥ୍ୟକୁ ନେଇ ଚର୍ଚ୍ଚା ଜାରି ରହିଛି। ଇରାନ ପରମାଣୁ ବୋମା ହାସଲ କରିନାହିଁ ବୋଲି ଦାବି କରୁଥିବାବେଳେ ବୋମା ପ୍ରସ୍ତୁତିର ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ସୁରକ୍ଷା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଜୁନ ୨୦୨୫ରେ ଆମେରିକା ଇରାନର ପରମାଣୁ ପ୍ରତିଷ୍ଠାନ ଉପରେ ଆକ୍ରମଣ କରିଥିଲା।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Israel Earthquake | Tremors in Israel's Negev desert spark nuke-test buzz amid Iran crisis | Argus News