Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Pakistan vs Afghanistan / ପାକିସ୍ତାନ ସୈନ୍ୟଙ୍କୁ ପୁଣି ମାରିଲା ଆଫଗାନିସ୍ତାନ, ତାପରେ ନେଲା ବଡ଼ ନିଷ୍ପତ୍ତି

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
ପାକିସ୍ତାନ ସୈନ୍ୟଙ୍କୁ ପୁଣି ମାରିଲା ଆଫଗାନିସ୍ତାନ, ତାପରେ ନେଲା ବଡ଼ ନିଷ୍ପତ୍ତି
Afghanistan vs Pakistan

Key Points

ଆଫଗାନିସ୍ତାନର ତାଲିବାନ ସରକାର ଏପରି ଏକ ନିଷ୍ପତ୍ତି ନେଇଛି ଯାହା ପାକିସ୍ତାନରେ ଜଳ ସଙ୍କଟକୁ ଆହୁରି ଉତ୍କଟ କରିବ ବୋଲି ଆଶଙ୍କା କରାଯାଉଛି ।

ରୁନ୍ଧି ହେଲାଣି ପାକିସ୍ତାନ । ଚାରିଆଡ଼ୁ ପାକିସ୍ତାନକୁ ପଡ଼ୁଛି ଚାପ । ଏପଟେ ଭାରତ ନାକେଦମ୍ କରିସାରିଥିବା ବେଳେ ସେପଟେ ଆଫ୍‌ଗାନିସ୍ତାନ ବି ଛାଡ଼ୁନି ସୁଯୋଗ । ପାକିସ୍ତାନ ଉପରେ ଦାଉ ସାଧୁଛି ଆଫଗାନିସ୍ତାନ । ପ୍ରଥମେ ପାକିସ୍ତାନକୁ ମରୁଡ଼ି ମୁହଁକୁ ଠେଲି ଦେଇଥିଲା ଭାରତ । ତାପରେ ଏବେ ଆଫଗାନିସ୍ତାନ ବି ସମାନ ଢ଼ଙ୍ଗରେ କରିଛି ଆଟାକ୍‌ । ହାତରେ ନମାରି ଭାତରେ ମାରୁଛି ଦେଶ । ନିରୁପାୟ ହୋଇପଡ଼ିଛି ପାକିସ୍ତାନ ।

ପହଲଗାମ ଆତଙ୍କବାଦୀ ହମ୍‌ଲା ପରେ, ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି ଭାରତ, ଯାହା ଫଳରେ ଅନେକ ଅଞ୍ଚଳରେ ସେଠାରେ ମରୁଡ଼ି ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମସ୍ୟାର ସମାଧାନ ନହେଉଣୁ ପାକିସ୍ତାନ ପାଇଁ ଆଉ ଏକ ସମସ୍ୟା ଛିଡ଼ା ହୋଇଛି । ଆଫଗାନିସ୍ତାନର ତାଲିବାନ ସରକାର ଏପରି ଏକ ନିଷ୍ପତ୍ତି ନେଇଛି ଯାହା ପାକିସ୍ତାନରେ ଜଳ ସଙ୍କଟକୁ ଆହୁରି ଉତ୍କଟ କରିବ ବୋଲି ଆଶଙ୍କା କରାଯାଉଛି ।

ଯଦି ତାଲିବାନ ସରକାର ଏପରି କରେ, ତେବେ ପାକିସ୍ତାନ ଡହଳ ବିକଳ ହେବା ସ୍ୱାଭାବିକ୍‌ । ବୁଲି ବୁଲି ଆସି ଭାରତର ଗୋଡ଼ ଧରିବ ପାକିସ୍ତାନ । କାରଣ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ଦିନକୁ ଦିନ ଶତ୍ରୁତା ବଢ଼ୁଥିବା ବେଳେ ଭାରତ ସହ ତାଲିବାନ ସରକାରର ସମ୍ପର୍କ ମଜଭୁତ ହେଉଛି । ଆଉ ଏହି କାରଣରୁ ଭାରତ ଆଗରେ ପାଣି ଟୋପେ ପାଇଁ ନେହୁରା ହୋଇପାରେ ପାକିସ୍ତାନ । ବିଗତ ଦିନରେ ଆଫଗାନିସ୍ତାନ ସହ ଆଲୋଚନା କରି ସମସ୍ୟା ସମାଧାନ କରିବାକୁ ଚେଷ୍ଟା କରିଥିଲା ପାକିସ୍ତାନ । କିନ୍ତୁ କୌଣସି ସୁଫଳ ମିଳିନଥିଲା । ପାକିସ୍ତାନର କୌଣସି କଥାକୁ ଗୁରୁତ୍ୱ ଦେଇନଥିଲା ତାଲିବାନ ସରକାର । ଅନ୍ୟପଟେ ତାଲିବାନ ସରକାରର ମନ୍ତ୍ରୀ ଭାରତ ଆସି ନିଜ ଆଡ଼ୁ ସହଯୋଗର ହାତ ବଢ଼ାଇଥିଲେ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ହାତ ମିଶାଇଥିଲେ ।

ପାକିସ୍ତାନ ବିରୋଧରେ ଆଫଗାନିସ୍ତାନ ଯେଉଁ ବଡ଼ ନିଷ୍ପତ୍ତି ନେଇଛି, ତାହା ହେଲା କୁନାର ନଦୀରୁ ନାଙ୍ଗରହାର ଅଞ୍ଚଳକୁ ପାଣି ପଠାଇବା ଯୋଜନା ସହିତ ଆଗକୁ ବଢ଼ିବା । ଏହି ପଦକ୍ଷେପ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶରେ ନଦୀର ପ୍ରବାହକୁ ଯଥେଷ୍ଟ ହ୍ରାସ କରିପାରିବ। ସମ୍ପ୍ରତି ପାକିସ୍ତାନ-ଆଫଗାନିସ୍ତାନ ସୀମାରେ ଉତ୍ତେଜନା ଦେଖାଦେଇଛି, ଯାହା ଫଳରେ ଉଭୟ ଦେଶର ଅନେକ ସୈନିକଙ୍କ ମୃତ୍ୟୁ ଘଟିଛି।

ଆଫଗାନିସ୍ତାନ ଟାଇମ୍ସର ଏକ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ଅର୍ଥନୈତିକ ଆୟୋଗର ବୈଷୟିକ କମିଟି କୁନାର ନଦୀରୁ ଦାରୁନ୍ତା ଡ୍ୟାମକୁ ପାଣିର ପ୍ରବାହକୁ ଅନ୍ୟଆଡ଼େ ମୋଡ଼ିବା ପ୍ରସ୍ତାବ ଉପରେ ଆଲୋଚନା କରିଥିଲେ ଏବଂ ଅନୁମୋଦନ କରିଥିଲେ। କାର୍ଯ୍ୟକାରୀ ହେବା ପରେ, ଏହି ପ୍ରକଳ୍ପ ଆଫଗାନିସ୍ତାନର ନାଙ୍ଗରହାରରେ ଅନେକ କୃଷି ଜମିକୁ ପ୍ରଭାବିତ କରୁଥିବା ଜଳ ଅଭାବକୁ ଦୂର କରିବ ବୋଲି ଆଶା କରାଯାଉଛି, କିନ୍ତୁ ଏହା ପାକିସ୍ତାନର ଖାଇବର ପଖତୁନଖ୍ୱାକୁ ଜଳ ପ୍ରବାହକୁ ହ୍ରାସ କରିବ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Pakistan vs Afghanistan | Trouble Mounts For Pakistan With Taliban's New Move Over Cross-Border River | Argus News