Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଟ୍ରମ୍ପଙ୍କ ଉପରେ ଆକ୍ରମଣ ପ୍ଲାନ, ଅଳ୍ପରେ ବର୍ତ୍ତିଗଲେ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
ଟ୍ରମ୍ପଙ୍କ ଉପରେ ଆକ୍ରମଣ ପ୍ଲାନ, ଅଳ୍ପରେ ବର୍ତ୍ତିଗଲେ

Key Points

  • ପୁଣି ଟ୍ରମ୍ପଙ୍କ ଉପରେ ଆକ୍ରମଣ
  • ଗୁଳିବର୍ଷା କରିବା ପୂର୍ବରୁ ଧରାପଡିଲେ ଦୁର୍ବୃତ୍ତ
  • ପୂର୍ବରୁ ୨ ଥର ଟ୍ରମ୍ପଙ୍କ ଉପରେ ହେଲାଣି ଆକ୍ରମଣ

ଅର୍ଗସ ବ୍ୟୁରୋ:  ଆମେରିକା ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ତୃତୀୟ ଥର ଲାଗି ଆକ୍ରମଣ ଯୋଜନା ହୋଇଛି । ଅବଶ୍ୟ ଏହି ଆକ୍ରମଣ ହେବା ପୂର୍ବରୁ ଅପରାଧୀଙ୍କୁ ପୋଲିସ କାବୁ କରିଛି । କିନ୍ତୁ ଲଗାତାର ତୃତୀୟ ଥର ଲାଗି ଆଟାକ୍‌ର ଯୋଜନା ହୋଇଥିବାରୁ ଟ୍ରମ୍ପଙ୍କ ଜୀବନ ପ୍ରତି ବିପଦ ରହିଥିବା ସ୍ପଷ୍ଟ ହୋଇଛି । 

ଆସନ୍ତା ମାସରେ ହେବାକୁ ଯାଉଛି ଆମେରିକାର ରାଷ୍ଟ୍ରପତି ନିର୍ବାଚନ । ଏଥର ପ୍ରାର୍ଥୀ ଅଛନ୍ତି ଡୋନାଲ୍ଡ ଟ୍ରମ୍ପ ଓ କମଲା ହାରିସ । କେମିତି ନିଜ ଦଳ ସପକ୍ଷରେ ଭୋଟ୍‌ ପଡ଼ିବ ସେନେଇ ଉଭୟ ନେତା ବିଭିନ୍ନ ସଭାସମିତିର ଆୟୋଜନ କରିବା ସହିତ ପ୍ରେସିଡେଣ୍ଟସିଆଲ ଡିବେଟ୍‌ ବି ହେଉଛି । ହେଲେ ଏହାରି ଭିତରେ ତୃତୀୟ ଥର ପାଇଁ ରିପବ୍ଲିକାନ୍ ପାର୍ଟି ପ୍ରାର୍ଥୀ ଟ୍ରମ୍ପ୍‌ଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଛି । କିନ୍ତୁ ସେ ସୁରକ୍ଷିତ ଅଛନ୍ତି । ଏଥର ଟ୍ରମ୍ପ୍‌ଙ୍କ ଉପରେ ମାରାତ୍ମକ ଆକ୍ରମଣ କରିବାକୁ ଆସିଥିବା ବ୍ୟକ୍ତି ପୂର୍ବତନ ରାଷ୍ଟ୍ରପତିଙ୍କ ରାଲିର ମାତ୍ର କିଛିସ୍ଥାନ ଦୂରରୁ ଧରାପଡିଥିଲେ ।

ଥରେ କି ଦୁଇଥର ନୁହେଁ ବରଂ ଲଗାତାର ତିନିତିନି ଥର ଟ୍ରମ୍ପଙ୍କ ଉପରେ ଆକ୍ରମଣ ହେବା ପରେ କେବଳ ଆମେରିକା ନୁହେଁ, ବିଶ୍ଵରେ ବି ଚର୍ଚ୍ଚା ଜୋର । ଏହାପୂର୍ବରୁ ଜୁଲାଇ ୧୩ରେ, ମାଥ୍ୟୁ କ୍ରୁକ୍ସ ପେନସିଲଭାନିଆର ବଟଲରରେ ଟ୍ରମ୍ପ୍‌ଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା। ହେଲେ ସୁରକ୍ଷା କର୍ମୀମାନେ ତାଙ୍କୁ ଏନକାଉଣ୍ଟର କରିଥିଲେ । ଏହା ପରେ ସେପ୍ଟେମ୍ବରରେ ଦ୍ୱିତୀୟ ଥର ପାଇଁ ତାଙ୍କ ଉପରେ ଆକ୍ରମଣ କରିବାକୁ ଉଦ୍ୟମ କରାଯାଇଥିଲା । ଗଲ୍ଫ କୋର୍ସରେ ଟ୍ରମ୍ପ୍‌ଙ୍କ ଜୀବନ ନେବାକୁ ଚେଷ୍ଟା କରୁଥିବା ରିୟାନ ୱେସଲି ରାଓଥ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିଲା। ଆଉ ଏବେ ତୃତୀୟ ଥର ଲାଗି ଆକ୍ରମଣ କରୁଥିବା ବ୍ୟକ୍ତିଙ୍କ ନାମ ହେଉଛି ୱେମ ମିଲର । କିନ୍ତୁ ସୌଭାଗ୍ୟର କଥା କି ଆକ୍ରମଣ ପୂର୍ବରୁ ଦୁର୍ବୃତ୍ତଙ୍କୁ ଗିରଫ କରିଛି ପୋଲିସ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସୂଚନା ଅନୁସାରେ, ୱେମ ମିଲରଙ୍କୁ ପାଖରୁ ଗୁଳି ଓ ପ୍ରେସ୍‌ର ଏକ ନକଲି ଆଇ-କାର୍ଡ ଜବତ କରାଯାଇଛି । ଟ୍ରମ୍ପ୍‌ଙ୍କ ରାଲି ପାଇଁ ତାଙ୍କର ଏକ ପାସ୍ ମଧ୍ୟ ଥିଲା । ପୋଲିସ କହିବା କଥା, ୱେମ ମିଲର ଲାସ ଭେଗାସର ବାସିନ୍ଦା । ମୋଟ୍‌ ଉପରେ, ଏଥର ଆମେରିକାର ନିର୍ବାଚନରେ ​​ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନଙ୍କ ନାମ ପ୍ରତ୍ୟାହାର ପରେ ଡେମୋକ୍ରାଟିକ୍ ପାର୍ଟି କମଲା ହାରିସ୍‌ଙ୍କୁ ରାଷ୍ଟ୍ରପତି ପଦ ପାଇଁ ପ୍ରାର୍ଥୀ କରିଛି । ନିର୍ବାଚନରେ ​​ମୁଖ୍ୟ ଲଢ଼େଇ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ କମଲା ହାରିସ୍‌ଙ୍କ ମଧ୍ୟରେ ହେଉଛି । ଡେମୋକ୍ରାଟିକ୍ ପାର୍ଟିର ପ୍ରାର୍ଥୀ କମଲା ହାରିସ୍ ବର୍ତ୍ତମାନ ଉପରାଷ୍ଟ୍ରପତି ପଦରେ ଅଛନ୍ତି । ରିପବ୍ଲିକାନ୍ ପାର୍ଟିର ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ରହିଥିଲେ। ସମୟ କହିବ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଏଥର ବାଜି ମାରୁଛି କିଏ ?
 

Sponsored
Trump’s Return to Scene of Attack | Argus News