Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ସତ ମାନିଲେ ଟ୍ରମ୍ପ, କାହିଁକି ଲଗାଇଲେ ଭାରତ ଉପରେ ଟାରିଫ ?

Banajyotshna Ray
Browse all articles by Banajyotshna Ray
·10 months ago·1 min read
ସତ ମାନିଲେ ଟ୍ରମ୍ପ, କାହିଁକି ଲଗାଇଲେ ଭାରତ ଉପରେ ଟାରିଫ ?

Key Points

ଧରାପଡ଼ିଗଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସତ

କାହିଁକି ଭାରତ ଉପରେ ଲଗାଇଲେ ଟାରିଫ

ହ୍ବାଇଟ ହାଉସ ପ୍ରେସ ପକ୍ଷରୁ ଧରାପଡ଼ିଲା ସତ

ସାମ୍ନାକୁ ଆସିଲା ସବୁ ସତ। ଧରାପଡ଼ିଗଲା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସତ। କାହିଁକି ଭାରତ ଉପରେ ଲଗାଇଲେ ଟାରିଫ। ଆମେରିକା ପୂର୍ବରୁ ଭାରତ ଉପରେ ୨୫% ଟାରିଫ୍‌ ଲଗାଇଥିଲା। କିନ୍ତୁ କିଛି ଦିନ ପରେ, ଏହା ୨୫ ପ୍ରତିଶତ ଅଧିକ ଟାରିଫ୍‌ ବୃଦ୍ଧି କରି ଏହାକୁ ଦ୍ୱିଗୁଣିତ କରିଛି। ବର୍ତ୍ତମାନ ଭାରତ ଉପରେ ଆମେରିକା ଦ୍ୱାରା ମୋଟ ୫୦% ଟାରିଫ୍‌ ଲଗାଯାଇଛି। ଯାହାକୁ ନେଇ ଦୁଇ ଦେଶ ମଧ୍ୟରେ ଲାଗି ରହିଛି ତିକ୍ତତା। ହ୍ବାଇଟ ହାଉସ ପ୍ରେସ ସଚିବ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ବିବାଦର ଅନ୍ତ ପାଇଁ ଭାରତ ଉପରେ ଟାରିଫ୍‌ ଲଗାଇଛନ୍ତି।


ସେ କହିଛନ୍ତି, ଟ୍ରମ୍ପ ଚାହାଁନ୍ତି ଯେ ଦୁଇ ଦେଶ ମଧ୍ୟରେ ବିବାଦର ଅନ୍ତ ହେଉ। ଲେଭିଟ କହିଛନ୍ତି, ଆମେରିକା ରାଷ୍ଟ୍ରପତି ଚାହାଁନ୍ତି ଯେ ଦୁଇ ଦେଶ ମଧ୍ୟରେ ସଂଘର୍ଷ ଯଥାଶୀଘ୍ର ସମାପ୍ତ ହେଉ। ଟ୍ରମ୍ପ ହ୍ବାଇଟ ହାଉସରେ ୟୁକ୍ରେନର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଭେଟିଥିଲେ। ରାଷ୍ଟ୍ରପତି ରୁଷିଆ-ୟୁକ୍ରେନ ଯୁଦ୍ଧ ସମାପ୍ତ କରିବା ପାଇଁ ଲୋକଙ୍କ ଉପରେ ପ୍ରବଳ ଚାପ ପକାଇଛନ୍ତି। ଏଥିରେ ଭାରତ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟାରିଫ୍‌ ଏବଂ ଅନ୍ୟାନ୍ୟ ପଦକ୍ଷେପ ଅନ୍ତର୍ଭୁକ୍ତ। ଟ୍ରମ୍ପ ସବୁବେଳେ ଚାହାଁନ୍ତି, ରୁଷିଆ ଏବଂ ୟୁକ୍ରେନ ବିବାଦର ଅନ୍ତ ହେଉ। ପୁଟିନଙ୍କ ସହ ଆଲୋଚନା କରି ଏହି ବିବାଦର ଅନ୍ତ କରିବାକୁ ଜେଲେନସ୍କିଙ୍କୁ କହିଥିଲେ ଟ୍ରମ୍ପ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump accepts the truth, why did he impose tariffs on India? || Argus News | Argus News