Donald Trump / ଟ୍ରମ୍ପଙ୍କ ବଡ଼ ଘୋଷଣା, କହିଲେ ଆମେରିକା ହେଉଛି ମାଲେମାଲ୍
·10 months ago·2 min read

Key Points
ବଡ଼ ଘୋଷଣା କଲେ ଟ୍ରମ୍ପ
ହୋଇଯିବେ ମାଲାମାଲ
ଆମେରିକା ରୋଜଗାର କରୁଛି କୋଟି କୋଟି
ହୋଇଯିବେ ମାଲାମାଲ
ଆମେରିକା ରୋଜଗାର କରୁଛି କୋଟି କୋଟି
ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ଘୋଷଣା। କହିଲେ ଆମେରିକା ହେଉଛି ମାଲେମାଲ। ଟ୍ରମ୍ପ କହୁଛନ୍ତି ଯେ, ମୋ ପାଇଁ ସବୁକିଛି ସମ୍ଭବ ହୋଇଛି। ମୁଁ ଯେଉଁ ନିଷ୍ପତ୍ତି ନେଇଛି ତାହା ଠିକ ପ୍ରମାଣିତ ହୋଇଛି । ଯାହାକୁ ନେଇ ସବୁଠି ଚର୍ଚ୍ଚା ଜୋର ଧରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ ନୀତି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ, ଖୁବଶୀଘ୍ର ପ୍ରତ୍ୟେକ ଆମେରିକୀୟ ନାଗରିକ ୨,୦୦୦ ଡଲାର ପେମେଣ୍ଟ ପାଇବେ। ଏହି ପରିମାଣ ତାଙ୍କ ପ୍ରଶାସନ ଦ୍ୱାରା ସଂଗୃହୀତ ଟାରିଫ ରାଜସ୍ବରୁ ପ୍ରଦାନ କରାଯିବ।
ଆମେରିକାର ସୁପ୍ରିମକୋର୍ଟ ତଦନ୍ତ କରୁଛନ୍ତି, ଟ୍ରମ୍ପ ଅତ୍ୟଧିକ ବ୍ୟାପକ ଟାରିଫ୍ ଲାଗୁ କରି ତାଙ୍କ କାର୍ଯ୍ୟନିର୍ବାହୀ କ୍ଷମତାର ଅପବ୍ୟବହାର କରିଛନ୍ତି କି ନାହିଁ। କୋର୍ଟର ତଦନ୍ତକୁ ସମ୍ପୂର୍ଣ୍ଣ ଭିତ୍ତିହୀନ। ଟାରିଫ୍ ହେଉଛି ତାଙ୍କର ସବୁଠାରୁ ଶକ୍ତିଶାଳୀ ଅର୍ଥନୈତିକ ଅସ୍ତ୍ର। ଆମେ ଟ୍ରିଲିୟନ ଡଲାର ରୋଜଗାର କରୁଛୁ। ଏହି ନୀତି ଆମେରିକାକୁ ଶକ୍ତିଶାଳୀ, ସମୃଦ୍ଧ ଏବଂ ଆତ୍ମନିର୍ଭରଶୀଳ କରୁଛି ବୋଲି ଟ୍ରମ୍ପ କହିଛନ୍ତି।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ଟାରିଫ ଧମକକୁ ନେଇ ଏକାଠି ବ୍ରିକ୍ସ ରାଷ୍ଟ୍ର ସମୂହ
ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ, ଟ୍ରୁଥ ସୋସିଆଲରେ ଲେଖିଛନ୍ତି, ଯେଉଁମାନେ ଟାରିଫ ବିରୋଧରେ ଅଛନ୍ତି ସେମାନେ ମୂର୍ଖ! ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଆମେରିକା ବିଶ୍ୱର ସବୁଠାରୁ ଧନୀ ଏବଂ ସବୁଠାରୁ ସମ୍ମାନିତ ଦେଶ ପାଲଟିଛି, ମୁଦ୍ରାସ୍ଫୀତି ବହୁତ କମ ଏବଂ ରେକର୍ଡ ଉଚ୍ଚ ଷ୍ଟକ ବଜାର ଅଭିବୃଦ୍ଧି ସହିତ।
ଟ୍ରମ୍ପ ଏହା ମଧ୍ୟ କହିଛନ୍ତି ଯେ, ଆମେରିକା ଟାରିଫରୁ ଟ୍ରିଲିୟନ ଡଲାର ରୋଜଗାର କରୁଛି, ଯାହା କେବଳ ୩୭ ଟ୍ରିଲିୟନ ଡଲାର ଜାତୀୟ ଋଣ ହ୍ରାସ କରିବା ପାଇଁ ବ୍ୟବହୃତ ହେବ ନାହିଁ ବରଂ ସାଧାରଣ ନାଗରିକଙ୍କ ମଧ୍ୟରେ ଲାଭାଂଶ ଭାବରେ ବଣ୍ଟନ କରାଯିବ। ତାଙ୍କ ଅନୁସାରେ, ପ୍ରତ୍ୟେକ ଆମେରିକୀୟ (ଉଚ୍ଚ-ଆୟ ଗୋଷ୍ଠୀ ବ୍ୟତୀତ) ଶୀଘ୍ର ଅତି କମରେ ୨,୦୦୦ ଡଲାର ପାଇବେ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ବଡ଼ ବୟାନ, ଆମେରିକା ପୃଥିବୀକୁ ୧୫୦ ଥର ଧ୍ୱଂସ କରିପାରେ
ତାଙ୍କ ପୋଷ୍ଟରେ, ସେ ଆମେରିକା ଅର୍ଥନୀତିର ରେକର୍ଡ-ଭଙ୍ଗ ସଫଳତା ବିଷୟରେ ମଧ୍ୟ ଉଲ୍ଲେଖ କରିଛନ୍ତି। ୪୦୧,୦୦୦ (ଅବସର ସଞ୍ଚୟ) ସର୍ବକାଳୀନ ସର୍ବାଧିକ। ସାରା ଦେଶରେ ନୂତନ ପ୍ଲାଣ୍ଟ ଏବଂ କାରଖାନା ନିର୍ମାଣ କରାଯାଉଛି। ତଥାପି ଟ୍ରମ୍ପ ଏହି ଯୋଜନାର କାର୍ଯ୍ୟାନ୍ବୟନ ପ୍ରକ୍ରିୟା କିମ୍ବା ସମୟସୀମା ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ପ୍ରଦାନ କରି ନ ଥିଲେ।
ସୂଚନାନୁସାରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲଗାଇଛନ୍ତି । ପୂର୍ବରୁ ଭାରତ ଉପରେ ଟ୍ରମ୍ପ ୨୫ ପ୍ରତିଶତ ଟାରିଫ ଲଗାଇଥିବା ବେଳେ ପରେ ପୁଣି ଅତିରିକ୍ତ ୨୫ ପ୍ରତିଶତ ଟାରିଫ ଲଗାଇଛନ୍ତି । ଏହି କ୍ରମରେ ଟ୍ରମ୍ପ ଭାରତ ଉପରେ ମୋଟ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି । ଭାରତ କ୍ରମାଗତ ଭାବେ ରୁଷ ଠାରୁ ତେଲ କିଣୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଥିବା ଆମେରିକା ତରଫରୁ କୁହାଯାଇଛି । ଆମେରିକା ଭାରତ ଉପରେ ୨୫ ପ୍ରତିଶତ ଟାରିଫ ଓ ପେନାଲ୍ଟୀ ଘୋଷଣା କରିଥିଲା । ରୁଷ ଠାରୁ ତେଲ କିଣିବା ଏହା ପଛର କାରଣ ବୋଲି ଟ୍ରମ୍ପ କହିଥିଲେ । ଟ୍ରମ୍ପଙ୍କ ଦ୍ବାରା ଜାରି ଆଦେଶରେ କୁହାଯାଇଛି, ଏହି ଟାରିଫ ୨୧ ଦିନ ଭିତରେ ଲାଗୁ ହେବ । ଅର୍ଥାତ ଅଗଷ୍ଟ ୨୭ ଠାରୁ ଭାରତରୁ ଆମେରିକା ପଠାଯାଉଥିବା ଜିନିଷ ଉପରେ ଲାଗୁ ହେବ ।
ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics
Explore more stories