Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇରାନର ତିନିଟି ଆଣବିକ କେନ୍ଦ୍ରର ବଡ କ୍ଷତି ଟ୍ରମ୍ପଙ୍କ ଦାବି

Rashmita Mishra
Browse all articles by Rashmita Mishra
·1 year ago·1 min read
ଇରାନର ତିନିଟି ଆଣବିକ କେନ୍ଦ୍ରର ବଡ କ୍ଷତି ଟ୍ରମ୍ପଙ୍କ ଦାବି

Key Points

ଇରାନର ତିନିଟି ଆଣବିକ କେନ୍ଦ୍ରର ବଡ କ୍ଷତି ହୋଇଥିବା ଟ୍ରମ୍ପଙ୍କ ଦାବି
ମାଟିତଳେ ଥିବା ଇରାନର ଆଣବିକ କେନ୍ଦ୍ର ଧ୍ବଂସ
ମାଟିରେ ମିଶି ଯାଇଛି ଇରାନର ଆଣବିକ କେନ୍ଦ୍ର
ଆମେରିକାର ଅପରେସନ ମିଡନାଇଟ୍ ହାମର
ଫରେଦା, ନାତାଞ୍ଜ ଓ ଇସଫାହାନ୍ ଆଣବିକ କେନ୍ଦ୍ର ଉପରେ ଆକ୍ରମଣ
ଇରାନରେ କ୍ଷମତା ପରିବର୍ତ୍ତନ ପାଇଁ ମତ ରଖିଲେ ଡୋନାଲଡ ଟ୍ରମ୍ପ

ଗତକାଲି ଇରାନର ତିନିଟି ଆଣବିକ କେନ୍ଦ୍ର ଉପରେ ଆମେରିକାର ଆକ୍ରମଣ ପରେ ପୁଣି ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ । ଇରାନର ଆଣବିକ କେନ୍ଦ୍ର ଗୁଡିକରେ ବିପୁଳ କ୍ଷତି ହେଇଥିବା ଟ୍ରମ୍ପ ଦାବି କରିଛନ୍ତି । ସାଟେଲାଇଟ୍ ଚିତ୍ରରୁ ଏହା ସ୍ପଷ୍ଟ ଜଣାପଡୁଛି । ମାଟିତଳେ ଥିବା ଇରାନର ଆଣବିକ କେନ୍ଦ୍ରଗୁଡିକ ଧ୍ବଂସ ହୋଇଯାଇଛି।


ଗତକାଲି ଅପରେସନ ମିଡନାଇଟ ହାମର ଜରିଆରେ ଇରାନର ତିନିଟି ଆଣବିକ କେନ୍ଦ୍ର ଫରେଦା, ନାତାଞ୍ଜ ଓ ଇସଫାହାନ ଉପରେ ଆକ୍ରମଣ କରିଥିଲା । ଏଥିସହ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଇରାନରେ କ୍ଷମତା ପରିବର୍ତ୍ତନ ପାଇଁ ଦାବି କରିଛନ୍ତି । ଇରାନବାସୀଙ୍କ ସ୍ବାଥଁ ପାଇଁ ଶାସନରେ ପରିବର୍ତ୍ତନର ଆବଶ୍ୟକତା ରହିଥିବା ଟ୍ରମ୍ପ ସୋସିଆଲ ମିଡିଆରେ ମତ ରଖିଛନ୍ତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
trump-claims-major-damage-to-three-iranian-nuclear-sites | Argus News