|
logo
Live

Argus News - ହମାସକୁ ଟ୍ରମ୍ପଙ୍କ ଚେତାବନୀ ! 'ଇସ୍ରାଏଲ ଯାହା ନିଷ୍ପତ୍ତି ନେବ ଆମେରିକା ସମର୍ଥନ କରିବ'

International

ହମାସକୁ ଟ୍ରମ୍ପଙ୍କ ଚେତାବନୀ ! 'ଇସ୍ରାଏଲ ଯାହା ନିଷ୍ପତ୍ତି ନେବ ଆମେରିକା ସମର୍ଥନ କରିବ'

Satyendu Sekhar Mishra
Browse all articles by Satyendu Sekhar Mishra
·1 year ago·2 min read
ହମାସକୁ ଟ୍ରମ୍ପଙ୍କ ଚେତାବନୀ ! 'ଇସ୍ରାଏଲ ଯାହା ନିଷ୍ପତ୍ତି ନେବ ଆମେରିକା ସମର୍ଥନ କରିବ'

ହମାସକୁ ପୁଣି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ଚେତାବନୀ । ଶନିବାର ରାତି ୧୨ଟା ସୁଦ୍ଧା ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରିବାକୁ ସେ ପୂର୍ବରୁ ହମାସକୁ ଧମକ ଦେଇଥିଲେ । ନହେଲେ ପରିଣାମ ଭୟାବହ ହେବେ ବୋଲି ଚେତାଇ ଦେଇଥିଲେ । କିନ୍ତୁ ବର୍ତ୍ତମାନ ସୁଦ୍ଧା ହମାସ ପକ୍ଷରୁ ସମସ୍ତ ପଣବନ୍ଦୀଙ୍କୁ ମୁକ୍ତ କରାଯାଇନାହିଁ । ହମାସ ପ୍ରତିଶ୍ରୁତି ପାଳନ କରିବାରେ ବିଫଳ ହୋଇଛି । ଏବେ ଇସ୍ରାଏଲ ଚୂଡାନ୍ତ ନିଷ୍ପତ୍ତି ନେବ । ଇସ୍ରାଏଲ ଯେକୌଣସି ନିଷ୍ପତ୍ତି ନେବ ଆମେରିକା ଦୃଢ ସମର୍ଥନ କରିବ ବୋଲି ଟ୍ରମ୍ପ ଖୋଲାଖୋଲି ଚେତାଇ ଦେଇଛନ୍ତି ।

ତେବେ ହମାସ ଆତଙ୍କବାଦୀମାନେ ତିନି ଜଣ ଇସ୍ରାଏଲୀ ବନ୍ଧକଙ୍କୁ ଶନିବାର ଦିନ ମୁକ୍ତ କରିଥିଲେ । ତାଙ୍କୁ ପ୍ରଥମେ ଦକ୍ଷିଣ ଗାଜା ଷ୍ଟ୍ରିପରେ ଲୋକଙ୍କ ସାମ୍ନାରେ ପରେଡ୍ କରାଯାଇଥିଲା ଏବଂ ତା'ପରେ ରେଡକ୍ରସକୁ ହସ୍ତାନ୍ତର କରାଯାଇଥିଲା। ପ୍ରାୟ ଗୋଟିଏ ମାସ ପୂର୍ବେ ଯୁଦ୍ଧବିରତି ଆରମ୍ଭ ହେବା ପରଠାରୁ ଏହା ଷଷ୍ଠ ବନ୍ଧକ ଅଦଳବଦଳ ହେଇଥଇଲା। ହମାସ ତିନି ଜଣ ବନ୍ଧକଙ୍କୁ ମୁକ୍ତ କରିବା ପରେ ଇସ୍ରାଏଲ ୩୬୯ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବା ଆରମ୍ଭ କରିଛି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇସ୍ରାଏଲୀ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଧମକ ସତ୍ତ୍ୱେ, ହମାସ କେବଳ ତିନି ଜଣ ବନ୍ଧକଙ୍କୁ ମୁକ୍ତ କରିଛି। ଏଭଳି କରି ହମାସ ଟ୍ରମ୍ପଙ୍କୁ ନିଜର ଲାଲ ଆଖି ଦେଖାଇଥିବା ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି। ଏହି ଅସ୍ତ୍ରବିରତି ସମ୍ପର୍କରେ ବାରମ୍ବାର ସମସ୍ୟା ଦେଖାଦେଇଛି। ବନ୍ଧକଙ୍କ ବଦଳରେ ଇସ୍ରାଏଲକୁ ଶହ ଶହ ପାଲେଷ୍ଟାଇନ ବନ୍ଦୀଙ୍କୁ ମୁକ୍ତ କରିବାକୁ ବାଧ୍ୟ କରାଯାଇଥିବାରୁ ଚୁକ୍ତିନାମା ବାରମ୍ବାର ସମସ୍ୟାର ସମ୍ମୁଖୀନ ହୋଇଛି।

ଶନିବାର ଛଡ଼ାଯାଇଥିବା ତିନି ଜଣ ବନ୍ଧକ ହେଲେ ୩୬ ବର୍ଷୀୟ ଆମେରିକୀୟ-ଇସ୍ରାଏଲୀ ସାଗୁଇ ଡେକେଲ୍ ଚେନ୍, ୪୬ ବର୍ଷୀୟ ଇସ୍ରାଏଲୀ-ଆର୍ଜେଣ୍ଟିନା ନାଗରିକ ଆୟାର ହର୍ନ ଏବଂ ରୁଷୀୟ-ଇସ୍ରାଏଲୀ ୨୯ ବର୍ଷୀୟ ଆଲେକଜାଣ୍ଡର (ସାଶା) ଟ୍ରୋଫାନୋଭଙ୍କୁ ୭ ଅକ୍ଟୋବର ୨୦୨୩ରେ ହମାସ ନେତୃତ୍ୱରେ ହୋଇଥିବା ଆକ୍ରମଣ ସମୟରେ ଅପହରଣ କରାଯାଇଥିଲା।

ମୁକ୍ତ ହୋଇଥିବା ବନ୍ଦୀମାନଙ୍କୁ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସେମାନଙ୍କ ପରିବାର ସହିତ ପୁନଃମିଳନ ପାଇଁ ଇସ୍ରାଏଲୀ ସାମରିକ ହେପାଜତକୁ ନିଆଯାଇଥିଲା। ତିନିଜଣ ବନ୍ଧକ କ୍ଳାନ୍ତ ଜଣାପଡୁଥିଲେ। କିନ୍ତୁ ପୂର୍ବରୁ ମୁକ୍ତ ହୋଇଥିବା କିଛି ବନ୍ଦୀଙ୍କ ଅପେକ୍ଷା ସେମାନଙ୍କର ଅବସ୍ଥା ଭଲ ରହିଥିଲା

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ହମାସକୁ ଟ୍ରମ୍ପଙ୍କ ଚେତାବନୀ ! 'ଇସ୍ରାଏଲ ଯାହା ନିଷ୍ପତ୍ତି ନେବ ଆମେରିକା ସମର୍ଥନ କରିବ' | Argus News