Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

UNGA / ଏସ୍କେଲେଟର, ଟିପି ବନ୍ଦ ହେଲା ନା କରାଗଲା?

Priyanka Panda
Browse all articles by Priyanka Panda
·9 months ago·2 min read
ଏସ୍କେଲେଟର, ଟିପି ବନ୍ଦ ହେଲା ନା କରାଗଲା?

Key Points

ଟ୍ରମ୍ପ ଚଢ଼ୁ ଚଢ଼ୁ ବନ୍ଦ ହେଇଗଲା ଏସ୍କେଲେଟର
କହିବାକୁ ଯାଉଯାଉ କାମ ଦେଲାନି ଟିପି
ଜାତିସଂଘ କହିଲା ତୃଟି ହେବା ପଛରେ ଟ୍ରମ୍ପଙ୍କ ଟିମ୍

ନୂଆଦିଲ୍ଲୀ:ଜାତିସଂଘରେ ଟ୍ରମ୍ପ ହଟହଟା। ଚାଲିବା ବେଳେ ବନ୍ଦ ହେଇଗଲା ଏସ୍କେଲେଟର ଆଉ ପଢ଼ିବା ବେଳେ କାମ ଦେଲାନି ଟେଲିପ୍ରମ୍ପଟର। ଯାହାକୁ ନେଇ ନିଜ ଭାଷଣରେ ଜାତିସଂଘକୁ ଘେରିଲେ ଟ୍ରମ୍ପ। ଜାତିସଂଘର ସାଧାରଣ ସଭାରେ ଯୋଗଦେବାକୁ ପହଞ୍ଚିଥିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ସାଙ୍ଗରେ ଥିଲେ ପତ୍ନୀ ମେଲାନିଆ ଟ୍ରମ୍ପ। ଜାତିସଂଘର ଆସେମ୍ବଲି ହଲକୁ ପ୍ରବେଶ କରିବାକୁ ଏସ୍କେଲେଟର ରହିଥିଲା ସଠିକ ଭାବରେ କାମ ବି କରୁଥିଲା। ହେଲେ ମେଲାନିଆ ଓ ଟ୍ରମ୍ପ ଚଢ଼ିବା ବେଳକୁ ହଠାତ୍ ବନ୍ଦ ହୋଇଯାଇଥିଲା। ଯେଉଁଥିପାଇଁ ଏସ୍କେଲେଟରରେ ପାହାଚ ଚଢ଼ି ଉପରକୁ ଯାଇଥିଲେ ଟ୍ରମ୍ପ।


ସେହିପରି ଆସେମ୍ବଲି ହଲରେ ଟ୍ରମ୍ପ ପହଞ୍ଚିବା ପରେ ଟେଲି ପ୍ରମ୍ପଟର ବା ଟିପି, ଯାହାକୁ ଦେଖି ନେତାମାନେ ଭାଷଣ ପଢ଼ନ୍ତି ତାହା ବନ୍ଦ ହୋଇଯାଇଥିଲା। ଫଳରେ ପକେଟରୁ କାଗଜ ବାହାରକରି ପଢ଼ିବାକୁ ପଡ଼ିଥିଲା ଟ୍ରମ୍ପଙ୍କୁ। ଏହାପରେ ଟ୍ରମ୍ପ ଜାତିସଂଘକୁ ମନ ଇଚ୍ଛା ସମାଲୋଚନା କରିଥିଲେ। ଭଙ୍ଗା ଏସ୍କେଲେଟର ଓ ଟିପିକୁନେଇ ରାଗ ଝାଡ଼ିଥିଲେ ଟ୍ରମ୍ପ। ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରି ଟ୍ରମ୍ପ କହିଥିଲେ, "ମୁଁ ସଂଯୁକ୍ତ ରାଷ୍ଟ୍ରସଂଘରୁ ଏକ ଏସ୍କାଲେଟର ପାଇଲି ଯାହା ମଝିରେ ବନ୍ଦ ହୋଇଗଲା।" ଯଦି ପ୍ରଥମ ମହିଳା ଭଲ ଅବସ୍ଥାରେ ନଥାନ୍ତେ, ତେବେ ସେ ପଡ଼ିଯାଇଥାନ୍ତେ। ଆମେ ଦୁହେଁ ଭଲ ଅବସ୍ଥାରେ ଅଛୁ। ଆମେ ଦୁହେଁ ଠିଆ ହୋଇଥିଲୁ।

ସେହିପରି ଟିପି କୁ ନେଇ ଟ୍ରମ୍ପ କହିଥିଲେ "ଟେଲିପ୍ରମ୍ପଟର୍ ବିନା ଏହି ଭାଷଣ ଦେବାକୁ ମୋର କୌଣସି ଆପତ୍ତି ନାହିଁ, କାରଣ ଟେଲିପ୍ରମ୍ପଟର୍ କାମ କରୁନାହିଁ। ମୁଁ କେବଳ ଏତିକି କହିପାରିବି ଯେ ଯିଏ ଏହି ଟେଲିପ୍ରମ୍ପଟର୍ ଚଲାଉଛି ସେ ବଡ଼ ଅସୁବିଧାରେ ଅଛି।" ତେବେ ଟ୍ରମ୍ପଙ୍କ ଭାଷଣର ପ୍ରାୟ ୧୦ ମିନିଟ୍ ପରେ ଟେଲିପ୍ରମ୍ପଟର ଠିକରେ ଚାଲିବା ନେଇ ଟ୍ରମ୍ପ ଘୋଷଣା କରିଥିଲେ। କିନ୍ତୁଏହା ସତ୍ତ୍ବେ ସେ ନିଜ ଭାଷଣ କାଗଜରୁ ପଢ଼ିଥିଲେ।

କେବଳ ଏତିକି ନୁହେଁ ଜାତିସଂଘକୁ ସମାଲୋଚନା କରି ଏହାର ଭୂମିକା ଉପରେ ବି ପ୍ରଶ୍ନ ଉଠାଇଥିଲେ। ଟ୍ରମ୍ପଙ୍କ ସବୁ ଅଭିଯୋଗ ସରିବା ପରେ ଜାତିସଂଘ ପକ୍ଷରୁ ଏହାର ଜବାବ ବି ଦିଆଯାଇଥିଲା। ଜାତିସଂଘର ମୁଖପାତ୍ର ଷ୍ଟିଫେନ ଡୁଜାରିକ୍ ସ୍ପଷ୍ଟ କରିଛନ୍ତି ଯେ ଏସ୍କାଲେଟର ଖରାପ ହେବା ପଛରେ ଟ୍ରମ୍ପଙ୍କ ଟିମ୍ ରହିଛି। ସେହିପରି ଟିପି ବବନ୍ଦ ପଛରେ ବି ଟ୍ରମ୍ପଙ୍କ ଟିମ୍ ଦାୟୀ। କାରଣ ଜାତିସଂଘକୁ ସମାଲୋଚନା କରିବାକୁ ଟ୍ରମ୍ପ ନିଜ ଟିମ୍ ଦ୍ବାରା ଏପରି କରିଥିଲେ। ସେହିପରି ଜାତିସଂଘର ଜଣେ ଅଧିକାରୀ ନିଜ ନାମ ଗୋପନ ରଖି କହିଛନ୍ତି ଯେ ରାଷ୍ଟ୍ରପତି ଟ୍ରମ୍ପଙ୍କ ଟେଲିପ୍ରମ୍ପଟର ପରିଚାଳନା ପାଇଁ ହ୍ୱାଇଟ୍ ହାଉସ୍ ମଧ୍ୟ ଦାୟୀ। ତେବେ ବର୍ତ୍ତମାନ ସମୟରେ ଟ୍ରମ୍ପ ଭର୍ସେସ ୟୁନାଇଟେଡ୍ ନେସନସ ଭଳି ସ୍ଥିତି ଦେଖିବାକୁ ମିଳୁଛି। ଜାତିସଂଘର କାର୍ଯ୍ୟକାରିତା ଉପରେ ସିଧାସଳଖ ପ୍ରଶ୍ନ ଉଠାଇଛନ୍ତି ଟ୍ରମ୍ପ। ଯାହାକୁ ନେଇ ଏକ ବଡ଼ ବିବାଦ ଦେଖାଦେଇଛି..

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
UNGA | Trump Stuck on Escalator at UN: Technical Glitch Blamed on His Team | Argus News