Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

କମଳାଙ୍କ ବଡ଼ ଅଭିଯୋଗ : ଟ୍ରମ୍ପଙ୍କୁ ହଇରାଣ କରିଦେବେ ପୁଟିନ୍

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କମଳାଙ୍କ ବଡ଼ ଅଭିଯୋଗ : ଟ୍ରମ୍ପଙ୍କୁ ହଇରାଣ କରିଦେବେ ପୁଟିନ୍

Key Points

  • ଆମେରିକା ରାଷ୍ଟ୍ରପତି ନିର୍ବାଚନ
  • ମୁହାଁମୁହିଁ ହେଲେ ଟ୍ରମ୍ପ ଓ ହାରିସ
  • ଡିବେଟ୍‌ରେ ଉଠିଲା ଗର୍ଭପାତଠୁ ଅର୍ଥନୀତି

ଅର୍ଗସ ବ୍ୟୁରୋ : ଆମେରିକା ନିର୍ବାଚନକୁ ନେଇ ସରଗରମ ହେଲାଣି ବିତର୍କ । ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ ଓ କମଳା ହାରିସଙ୍କ ମଧ୍ୟରେ ପ୍ରଥମ ବିତର୍କ ହୋଇଛି । ପ୍ରେସିଡେଣ୍ଟସିଆଲ ଡିବେଟ୍‌ରେ ଉଭୟେ ମୁହାଁମୁହିଁ ହୋଇଛନ୍ତି । ଡିବେଟ୍‌ରେ ଗର୍ଭପାତଠାରୁ ଆରମ୍ଭ କରି ଯୁଦ୍ଧ, ଅର୍ଥନୀତିଠାରୁ ଆରମ୍ଭ କରି ଗୃହ ସଙ୍କଟ ପର୍ଯ୍ୟନ୍ତ ପ୍ରସଙ୍ଗରେ ଜୋରଦାର ବିତର୍କ ହୋଇଥିଲା । ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ବି ଜୋରଦାର ଆଲୋଚନା ହୋଇଛି ।

ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା । କାରଣ ୪ ବର୍ଷ ପରେ ପୁଣି ଥରେ ମୁହାଁମୁହିଁ ହେଉଛନ୍ତି ଟ୍ରମ୍ପ ଓ କମଳା । ହାତରେ ଆଉ ମାତ୍ର ୮ ସପ୍ତାହ ବାକି ଥିବା ବେଳେ ପ୍ରଥମ ପ୍ରେସିଡେଣ୍ଟସିଆଲ ଡିବେଟ୍‌ ହୋଇଛି ।  ବିତର୍କ ମଞ୍ଚରେ ରିପବ୍ଲିକାନ୍ ଓ ଡେମୋକ୍ରାଟ୍ ପ୍ରାର୍ଥୀ ପରସ୍ପରକୁ କଡ଼ା ସମାଲୋଚନା ବି କରିଛନ୍ତି । ଗୁରୁତ୍ଵପୂର୍ଣ୍ଣ କଥା ହେଲା, ବିତର୍କ ଆରମ୍ଭରେ ହାରିସ୍ ଓ ଟ୍ରମ୍ପ ପରସ୍ପରର ହାତ ମିଳାଇ ରାଷ୍ଟ୍ରପତି ବିତର୍କ ମଞ୍ଚରେ ହାତ ନ ମିଳାଇବାର ୮ ବର୍ଷର ଧାରାର ଅନ୍ତ ଘଟାଇଥିଲେ । ଯାହାକୁ ନେଇ ସବୁଠି ପ୍ରଶଂସା କରାଯାଉଛି ।

ନିର୍ବାଚନରେ ଜିତିଲେ କିଏ କଣ କରିବେ ? ଆମେରିକାବାସୀ କେମିତି ଲାଭବାନ ହେବେ ସେନେଇ ବି ଜୋରଦାର ଆନ୍ଦୋଳନ ହେଲା । କମଳା କହିଥିଲେ, ନିର୍ବାଚନରେ ସେ ବିଜୟ ହେଲେ ପରିବାର ଓ କ୍ଷୁଦ୍ର ବ୍ୟବସାୟଗୁଡ଼ିକୁ ସମର୍ଥନ ଦେବେ । ଏହାସହ ମଂଚରେ ସେ ଟ୍ରମ୍ପଙ୍କୁ ଟାର୍ଗେଟ୍‌ କରିଥିଲେ । କହିଥିଲେ, କେବଳ ‘କୋଟିପତି ଓ ବଡ଼ କର୍ପୋରେଟ୍‌ମାନଙ୍କ ଟିକସ ହ୍ରାସ କରିବେ ଏବଂ ତାଙ୍କ ପାଖରେ ସାଧାରଣ ଲୋକଙ୍କ ପାଇଁ କୌଣସି ଯୋଜନା ନାହିଁ । ସେପଟେ ଟ୍ରମ୍ପ ବି ପ୍ରତିଉତ୍ତର ଦେଇଥିଲେ । ଇମିଗ୍ରେସନ ଉପରେ ବାଇଡେନ ପ୍ରଶାସନର ରେକର୍ଡକୁ ନେଇ ହାରିସଙ୍କୁ ଟାର୍ଗେଟ କରିଥିଲେ ଟ୍ରମ୍ପ । ସଙ୍ଗେ ସଙ୍ଗେ ହାରିସ କହିଥିଲେ, ଆପଣ କେବଳ ପୁରୁଣା ଟେପ୍‌ ରେକର୍ଡ ବଜାଇବା ଜାଣିଛନ୍ତି । ମିଛ କହିବାର ସୀମା ପାର କରିବା ସହିତ ବଦନାମ କରୁଛନ୍ତି । ଏହାସହ ସେ କହିଛନ୍ତି, ଟ୍ରମ୍ପଙ୍କ ଶାସନକାଳରେ ବଡ଼ ମହାମାରୀ ଛାଡି ଯାଇଛନ୍ତି । ଗଣତନ୍ତ୍ରକୁ ବିପଦରେ ପକାଇଛନ୍ତି । ହେଲେ ଆମେ ତାଙ୍କ ସରକାରର ଭୁଲକୁ ପ୍ରାୟଶ୍ଚିତ କରିବା ସହିତ ସୁଧାରିଛୁ । ସେପଟେ, ଟ୍ରମ୍ପ ପାଲଟା ଅଭିଯୋଗ କରିଥିଲେ ଆମେ ମହାମାରୀରେ ଯେଉଁପରି କାମ କରୁଛି ତାହା କେବେ କିଏ କରିନଥିବେ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରେସିଡେଣ୍ଟସିଆଲ ଉଠିଥିଲା ଋଷିଆ-ୟୁକ୍ରେନ ଯୁଦ୍ଧ ବିବାଦ । ଟ୍ରମ୍ପ କହିଥିଲେ, ଆମେ ସରକାରକୁ ଆସିଲେ ଯୁଦ୍ଧ ବନ୍ଦ ହେବ । ହେଲେ କମଳା କହିଥିଲେ, ଆପଣଙ୍କୁ ପୁଟିନ୍‌ କେବେ ଛାଡିବେ ନାହିଁ । ଗୁରୁତ୍ଵପୂର୍ଣ୍ଣ କଥା ହେଲା ଡିବେଟ୍‌ରେ ହାରିସ ସିଧା କହିଥିଲେ ଟ୍ରମ୍ପ କ୍ଷମତାକୁ ଫେରିଲେ ଗର୍ଭପାତ ଉପରେ ପ୍ରତିବନ୍ଧକ ଲଗାଇବେ । ଏହାର ଉତ୍ତରରେ ଟ୍ରମ୍ପ କହିଲେ, ଆପଣ ମିଛ କହୁଛନ୍ତି । ତେବେ ଜାତୀୟ ଗର୍ଭପାତ ନିଷେଧାଦେଶ ଉପରେ ଭିଟୋ ଲଗାଇବେ କି ବୋଲି ପଚରାଯାଇଥିବା ପ୍ରଶ୍ନରେ ଟ୍ରମ୍ପ ହଡ଼ବଡ଼େଇ ଯାଇଥିଲେ । 

ସେପଟେ, ୟୁକ୍ରେନ ଯୁଦ୍ଧକୁ ନେଇ ଆଲୋଚନା ବେଳେ ହାରିସ କହିଛନ୍ତି ଯଦି ଟ୍ରମ୍ପ ରାଷ୍ଟ୍ରପତି ଥାନ୍ତେ ତେବେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କିବ୍‌ରେ ରହିଥାନ୍ତେ । ପୁଟିନଙ୍କ ଚାପ ଆଗରେ ଟ୍ରମ୍ପ ମୁଣ୍ଡ ନୁଆଇଁଥାନ୍ତେ।  ଜଣେ ଏକଚ୍ଛତ୍ରବାଦୀ ବ୍ୟକ୍ତିଙ୍କ ସହ ବନ୍ଧୁତା କଲେ ସେ (ପୁଟିନ) ଆପଣଙ୍କୁ ମଧ୍ୟାହ୍ନ ଭୋଜନରେ ଖାଇଦେବେ ବୋଲି ହାରିସ କହିଥିଲେ । ତେବେ ଅନେକ ପ୍ରସଙ୍ଗରେ ଡିବେଟ୍‌ ହୋଇଥିଲା ଯାହାକୁ ନେଇ ଏବେ ଜୋରଦାର ଚର୍ଚ୍ଚା ।
 

Sponsored
Trump | Argus News