ଅସୁସ୍ଥ ଟ୍ରମ୍ପ: ଉପରାଷ୍ଟ୍ରପତି ଜେଡି ଭାନ୍ସ କହିଲେ – ମୁଁ ଦାୟିତ୍ବ ନେବାକୁ ପ୍ରସ୍ତୁତ

Key Points
ଟ୍ରମ୍ପଙ୍କୁ କ୍ରନିକ ଭେନସ ଇନସଫିସିଏନ୍ସି ଥିବା ଜଣା ପଡ଼ିବା ପରେ ତାଙ୍କର ଚିକିତ୍ସା ଚାଲିଛି
ଯଦି କିଛି ଦୁଃଖଦ ଘଟଣା ଘଟେ ତେବେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଦାୟିତ୍ବ ନେବାକୁ ପ୍ରସ୍ତୁତ
୭୯ ବର୍ଷିୟ ଟ୍ରମ୍ପଙ୍କ ସ୍ବାସ୍ଥ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି
ଅସୁସ୍ଥ ଟ୍ରମ୍ପ! ଉପରାଷ୍ଟ୍ରପତି ନେବେ ଆମେରିକା ଦାୟିତ୍ବ! ଯଦି କିଛି ଦୁଃଖଦ ଘଟଣା ଘଟେ ତେବେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଦାୟିତ୍ବ ନେବାକୁ ପ୍ରସ୍ତୁତ। ୟୁଏସ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ଏପରି କହିଛନ୍ତି ଆମେରିକାର ଉପରାଷ୍ଟ୍ରପତି ଜେଡି ଭାନ୍ସ। ତେବେ ଟ୍ରମ୍ପଙ୍କ ଅସୁସ୍ଥ ଖବର ଏବେ ଚାରିଆଡ଼େ ଘୂରିବୁଲୁଛି। ନିକଟରେ ଟ୍ରମ୍ପଙ୍କୁ କ୍ରନିକ ଭେନସ ଇନସଫିସିଏନ୍ସି ଥିବା ଜଣା ପଡ଼ିବା ପରେ ତାଙ୍କର ଚିକିତ୍ସା ମଧ୍ୟ ଚାଲିଛି। ଏହା ମଧ୍ୟରେ ଟ୍ରମ୍ପଙ୍କ ଡେପୁଟିଙ୍କ ଏ ବୟାନ ଅନେକ ଗୁରୁତ୍ବ ରଖୁଛି। ତେବେ ଜେଡି ଭାନ୍ସ ଟ୍ରମ୍ପଙ୍କୁ ଜଣେ ଅକ୍ଳାନ୍ତ ନେତା କହିବା ସହ ସେ ରାତି ଅଧା ପର୍ଯ୍ୟନ୍ତ ବି କାମ କରନ୍ତି ବୋଲି କହିଛନ୍ତି। ଏହାଛଡ଼ା ଭାନ୍ସ କହିଛନ୍ତି ଆମେରିକା ରାଷ୍ଟ୍ରପତି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି, ସେ ତାଙ୍କ ଅବଶିଷ୍ଟ କାର୍ଯ୍ୟକାଳ ଶେଷ କରିବେ ବୋଲି ମୁଁ ବିଶ୍ବାସ କରୁଛି। କିନ୍ତୁ ଯଦି ଆବଶ୍ୟକ ପଡ଼େ ମୁଁ ରାଷ୍ଟ୍ରପତି ପଦ ଗ୍ରହଣ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଭାନ୍ସ। ତେବେ ଭାନ୍ସ ଏତେ ବଡ଼ ପଦକୁ ସମ୍ଭାଳିପାରିବେ କି ନାହିଁ ବୋଲି ତାଙ୍କୁ ପଚରାଯିବାରୁ ସେ କହିଥିଲେ ଯେ, ଗତ ୨୦୦ ଦିନ ମଧ୍ୟରେ ମୁଁ ଭଲ ପ୍ରଶିକ୍ଷଣ ପାଇଛି। ଭଗବାନ ନକରନ୍ତୁ ଯଦି କିଛି ଦୁଃଖଦ ଘଟଣା ଘଟେ ତେବେ ମୁଁ ୨୦୦ ଦିନ ମଧ୍ୟରେ ପାଇଥିବା ପ୍ରଶିକ୍ଷଣଠାରୁ ଭଲ କାମ କରିପାରିବି। ୭୯ବର୍ଷ ବୟସ୍କ ଡୋନାଲ୍ଡ ଟ୍ରମ୍ପ ଆମେରିକାର ସବୁଠାରୁ ବୟସ୍କ ରାଷ୍ଟ୍ରପତି ହୋଇଥିବା ବେଳେ ୪୧ ବର୍ଷ ବୟସ୍କ ଉପରାଷ୍ଟ୍ରପତି ଜେଡି ଭାନ୍ସ ଆମେରିକା ଇତିହାସର ତୃତୀୟ କନିଷ୍ଠ ଉପରାଷ୍ଟ୍ରପତି ଭାବେ କାର୍ଯ୍ୟକରୁଛନ୍ତି।
ତେବେ ଟ୍ରମ୍ପଙ୍କ ସ୍ବାସ୍ଥ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ନିକଟରେ ଆମେରିକା ରାଷ୍ଟ୍ରପତିଙ୍କ ହାତରେ ଏକ ବଡ଼ କଳାଦାଗ ହୋଇଥିବା ଦେଖିବାକୁ ମିଳିଥିଲା। ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନଙ୍କ ସହ ଏକ ବୈଠକ ସମୟରେ ବି ଏହି କଳା ଦାଗ ଦେଖିବାକୁ ମିଳିଥିଲା। ସେହିପରି ସ୍କଟଲ୍ୟାଣ୍ଡରେ ମଧ୍ୟ ଆଉ ଏକ ବୈଠକରେ ଟ୍ରମ୍ପଙ୍କ ହାତର ଦାଗକୁ ମେକଅପରେ ଲୁଚାଯାଇଥିଲା। । ଆଉ ଟ୍ରମ୍ପଙ୍କର କଣ ହୋଇଛି ବୋଲି ଅନେକ ଆଲୋଚନା ଚାଲିଥିଲା। ସେପଟେ ଏହି ଆଲୋଚନା ମଧ୍ୟରେ ଉପରାଷ୍ଟ୍ରପତି ଜେଡି ଭାନ୍ସ ଏପରି ବୟାନ ରଖିଛନ୍ତି। ଟ୍ରମ୍ପଙ୍କୁ କ୍ରନିକ ଭେନସ ଇନସଫିସିଏନ୍ସି ଥିବା ବି ଡାକ୍ତର କହିଥିଲେ ଅର୍ଥାତ ଟ୍ରମ୍ପଙ୍କ ଶରୀରରେ ରକ୍ତ ସଠିକ ଭାବରେ ହାର୍ଟକୁ ମୁଭ୍ କରିବାରେ ସମସ୍ୟା ଦେଖାଦେଉଛି। ତେଣୁ ଟ୍ରମ୍ପଙ୍କ ନିଜ କାର୍ଯ୍ୟକାଳ ସାରିବା ପୂର୍ବରୁ କିଛି ଅଘଟଣ ଘଟିପାରେ ବୋଲି ଏବେ ସବୁଠି ଚର୍ଚ୍ଚା ହେଉଛି..