Videos
|
International

Donald Trump / ଟ୍ରମ୍ପଙ୍କ ମୁଣ୍ଡ ଗୋଲ୍‌: କହିଲେ, 'ଆମକୁ କିଛି ଆସୁନି'

Banajyotshna Ray
Browse all articles by Banajyotshna Ray
·9 months ago·2 min read
ଟ୍ରମ୍ପଙ୍କ ମୁଣ୍ଡ ଗୋଲ୍‌: କହିଲେ, 'ଆମକୁ କିଛି ଆସୁନି'

Key Points

ଟ୍ରମ୍ପଙ୍କ ମୁଣ୍ଡ ଗୋଲ୍‌
ନିଜ ଦେଶର ଲୋକଙ୍କୁ ଗାଳି କଲେ ଟ୍ରମ୍ପ
କହିଲେ 'ଆମକୁ କିଛି ଆସୁନି'
ଟ୍ରମ୍ପଙ୍କ ମୁଣ୍ଡ ଗୋଲ। କେତେବେଳେ କଣ କହୁଛନ୍ତି ସେ ନିଜେ ହିଁ ଜାଣି ପାରୁନାହାନ୍ତି। ପୂର୍ବରୁ ଅନ୍ୟ ଦେଶର ନାଗରିକଙ୍କୁ କହୁଥିଲେ । ଏବେ ନିଜ ଦେଶର ନାଗରିକଙ୍କ ଉପରେ ବର୍ଷିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଆମେରିକୀୟ ମାନେ କିଛି କାମକୁ ନୁହେଁ ବୋଲି ସେ ସିଧାସଳଖ ଶୁଣାଇଛନ୍ତି । ଏହାସହ ତାଇଓ୍ୱାନଠୁ କିଛି ଶିଖିବାକୁ ସେ ପରାମର୍ଶ ଦେଇଛନ୍ତି । ପ୍ରବାସୀ ନାଗରିକଙ୍କୁ ସମର୍ଥନ କରି ଆମେରିକୀୟଙ୍କୁ ମାଇକ୍ରୋଚିପ୍ ତିଆରି କରିବା ଆସେ ନାହିଁ ବୋଲି ସେ କହିଛନ୍ତି । ଟ୍ରମ୍ପଙ୍କ ବୟାନ ସେହି ସମୟରେ ସାମ୍ନାକୁ ଆସିଛି ଯେତେବେଳେ ୟୁଏସ ଘରୋଇ ସେମିକଣ୍ଡକ୍ଟର ଚିପ୍ ତିଆରି ପାଇଁ ପ୍ରୟାସ କରୁଛି । ଟ୍ରମ୍ପଙ୍କ ବୟାନ ପରେ ୟୁଏସ ରାଜନୀତି ସରଗରମ ହୋଇ ଉଠିଛି ।

ଫ୍ଲୋରିଡାର ଗଭର୍ଣ୍ଣର କହିଛନ୍ତି ଯେ, କଂଗ୍ରେସରେ ରିପବ୍ଲିକାନ ବହୁମତରେ ରହିଛି । ସେମାନେ ଏଚ-୧ ଭିସାକୁ ଶେଷ କରିବା ପାଇଁ ନିୟମ କରିପାରନ୍ତି । ଯାହା ଆଗାମୀ ଦିନରେ ଦେଶ ପାଇଁ ସଙ୍କଟ ସୃଷ୍ଟି କରିବ । ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ ଯେ, ଆମେରିକାରେ ପ୍ରତିଭାବାନ ଲୋକଙ୍କ ଅଭାବ ଅଛି । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିସାର ସମର୍ଥନରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଥିଲେ ।ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ମାଇକ୍ରୋଚିପର ଆବିଷ୍କାର ପ୍ରଥମେ ଆମେରିକା ମାଟିରେ ହୋଇଥିଲା । ଜ୍ୟାକ୍ କିଲଭି ଏବଂ ରବର୍ଟ ନାୟସ ଆମେରିକୀୟ ଇଂଜିନିୟର ଏଦିଗରେ କାମ କରିଥିଲେ । ସେମିକଣ୍ଡକ୍ଟର ଇଣ୍ଡଷ୍ଟ୍ରି ୟୁଏସକୁ ଫେରିଲେ ଭଲ ହେବ ବୋଲି ସେ ପ୍ରକାଶ କରିଛନ୍ତି ।

ଏଥିସହ ପଢ଼ନ୍ତୁ: ଆମେରିକାରେ ପ୍ରତିଭାବାନ ଲୋକଙ୍କ ଅଭାବ ଅଛି: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

ଟ୍ରମ୍ପ କହିଛନ୍ତି ଯେ, ଆମେରିକୀୟ ଶ୍ରମିକଙ୍କ ପାଖରେ ସେମିକଣ୍ଡକ୍ଟର ତିଆରି କରିବା ପାଇଁ ପ୍ରଯୁକ୍ତିବିଦ୍ୟା ଏବଂ କୌଶଳର ଅଭାବ ରହିଛି । ଏହା ଏକ ମହତ୍ତ୍ୱପୂର୍ଣ୍ଣ ଉଦ୍ୟୋଗ । ଏବେ ୟୁଏସ ଏକ୍ଷେତ୍ରରେ ପଛରେ ରହିଛି । ଆଗାମୀ ଦିନରେ ସେମିକଣ୍ଡକ୍ଟର ଦିଗରେ ବଡ ପଦକ୍ଷେପ ନିଆଯିବ । ୟୁଏସ ପ୍ରେସିଡେଣ୍ଟ୍ ଆହୁରି କହିଛନ୍ତି ଯେ, ଏଠାରେ ବେଶି ଚିପ୍ ନିର୍ମାଣ ହେଉନି । ଚିପ୍ ତିଆରି ପାଇଁ ଆମେରିକୀୟଙ୍କୁ ଟ୍ରେନିଂ ଦେବାକୁ ହେବ । କାରଣ ଆମେ ମୁର୍ଖ ଭଳି ତାଇଓ୍ୱାନ ଉପରେ ଚିପ୍ ପାଇଁ ନିର୍ଭର କରୁଛୁ । କିନ୍ତୁ ଆଗକୁ ସେମିକଣ୍ଡକ୍ଟର ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହେବ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଦିନକୁ ଦିନ ଅନେକ ଚିପ୍ ତିଆରି କରୁଥିବା କମ୍ପାନୀ ଆମେରିକା ଆସୁଛନ୍ତି ।ତେବେ ଆଲୋଚନା ହେଉଛି ଯେ, ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ପ୍ରଶାସନ H-1B ଭିସାର ଶୁଳ୍କକୁ ୧୦୦,୦୦୦ ଆମେରିକୀୟ ଡଲାରକୁ ବୃଦ୍ଧି କରିଛି । ଆମେରିକା ପ୍ରଶାସନ ଯୁକ୍ତି ଦେଇଛନ୍ତି, ଏହି ଶୁଳ୍କ ବୃଦ୍ଧି ବିଦେଶୀମାନଙ୍କୁ ନିରୁତ୍ସାହିତ କରିବ ।

ଅଧିକ ପଢ଼ନ୍ତୁ ବିଦେଶ ଖବର:

Related Topics

Explore more stories