Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଭୟରେ ଟ୍ରମ୍ପଙ୍କର କଥା ବଦଳିଲା : ଟ୍ରମ୍ପ କହିଲେ ଭାରତ-ଋଷକୁ ଚୀନ ହାତରେ ହରାଇ ବସିଲୁ

Ritu Das
Browse all articles by Ritu Das
·10 months ago·2 min read
ଭୟରେ ଟ୍ରମ୍ପଙ୍କର କଥା ବଦଳିଲା : ଟ୍ରମ୍ପ କହିଲେ ଭାରତ-ଋଷକୁ ଚୀନ ହାତରେ ହରାଇ ବସିଲୁ

Key Points

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଆମେ ଭାରତ ଏବଂ ରୁଷକୁ ଚୀନ ହାତରେ ହରାଇ ବସିଲୁ। ଏହା ପରେ ବ୍ୟଙ୍ଗାତ୍ମକ ଭାବରେ ଏହି ତିନୋଟି ଦେଶକୁ "ସମୃଦ୍ଧ" ଭବିଷ୍ୟତ କାମନା କରିଥିଲେ।

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛନ୍ତି ଯେ ଆମେ ଭାରତ ଏବଂ ରୁଷକୁ ଚୀନ ହାତରେ ହରାଇ ବସିଲୁ। ଏହା ପରେ ବ୍ୟଙ୍ଗାତ୍ମକ ଭାବରେ ଏହି ତିନୋଟି ଦେଶକୁ "ସମୃଦ୍ଧ" ଭବିଷ୍ୟତ କାମନା କରିଥିଲେ। ସପ୍ତାହର ପ୍ରାରମ୍ଭରେ ତିଆନଜିନରେ ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀରେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଆତିଥ୍ୟ ଦେଇଥିଲେ।


"Dismantle India" ପୋଷ୍ଟ ପରେ ଭାରତ ଅଷ୍ଟ୍ରିଆନ ଅର୍ଥନୀତିଜ୍ଞଙ୍କ X ଆକାଉଣ୍ଟକୁ ନିଷେଧ କଲା


ଆମେରିକା ଦ୍ୱାରା ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯିବା ପରେ ୱାଶିଂଟନ ସହ ନୂଆଦିଲ୍ଲୀ ସମ୍ପର୍କରେ ବିରାଟ ଫାଟ ସୃଷ୍ଟି ହୋଇଛି । ଅନ୍ୟପଟେ ଭାରତ, ଚୀନ ଓ ରୁଷ ମଧ୍ୟରେ ବନ୍ଧୁତା ବଢିବାରେ ଲାଗିଛି । ଏହି ଘଟଣାକ୍ରମ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆଖିକୁ ବାଧୁଛି । କିନ୍ତୁ ଚୀନରେ ନିକଟରେ ଶେଷ ହୋଇଥିବା ଏସସିଓ ସମ୍ମିଳନୀ ପରେ ଏବେ ଟ୍ରମ୍ପଙ୍କ ଆଭିମୁଖ୍ୟ ନରମ ପଡ଼ିଥିବା ନଜର ଆସୁଛି । ଟ୍ରମ୍ପ ଶୁକ୍ରବାର କହିଛନ୍ତି, ଆମେରିକା, ଭାରତ ଓ ରୁଷକୁ ଚୀନ ହତାଇରେ ହରାଇ ବସିଛି । ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ପୋଷ୍ଟରେ ରାଷ୍ଟ୍ରପତି ପୁଟିନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରପତି ଜିନପିଙ୍ଗ ଏକ ପୁରୁଣା ଫଟୋ ସେୟାର କରିଛନ୍ତି । ଏଥିରେ ସେ ଲେଖିଛନ୍ତି, 'ଏପରି ଲାଗୁଛି ଯେ ଆମ ଭାରତ ଓ ରୁଷକୁ ସବୁଠୁ ଗଭୀର, ସବୁଠୁ ଅନ୍ଧକାରମୟ ଚୀନ ହାତରେ ହରାଇ ବସିଛୁ । ଭଗବାନ କରନ୍ତୁ ସେମାନଙ୍କ ଭବିଷ୍ୟତ ଲମ୍ୱା ଓ ସମୃଦ୍ଧମୟ ହେଉ ।' ​​

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:



ଟ୍ରମ୍ପଙ୍କ ଏହି ବୟାନ ଏପରି ଏକ ସମୟରେ ଆସିଛି ଯେତେବେଳେ ଚୀନର ତିଆନଜିନରେ ଏସସିଓ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଘନିଷ୍ଠତା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଥିଲା । ଟ୍ରମ୍ପ ପ୍ରଶାସନ ଭାରତୀୟ ସାମଗ୍ରୀ ଉପରେ ଶୁଳ୍କକୁ ଦ୍ୱିଗୁଣିତ କରି ୫୦ ପ୍ରତିଶତ କରିବା ଏବଂ ରୁଷରୁ ଅଶୋଧିତ ତୈଳ କିଣିବା ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଲାଗୁ କରିବା ପରେ ଭାରତ-ଆମେରିକା ସମ୍ପର୍କରେ ତିକ୍ତତା ଆହୁରି ଗଭୀର ହୋଇଥିଲା । ଅନ୍ୟପଟେ ସାପ୍ତାହିକ ସାମ୍ୱାଦିକ ସମ୍ମିଳନୀରେ ଆମେରିକା ରାଷ୍ଟ୍ରପତିଙ୍କ ଏହି ପୋଷ୍ଟ ଉପରେ ବିଦେଶ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲଙ୍କୁ ପ୍ରଶ୍ନ କରାଯାଇଥିଲା । ଯାହାର ଜବାବରେ ରଣଧୀର କହିଥିଲେ, ବର୍ତ୍ତମାନ ସମୟରେ ଏହି ପୋଷ୍ଟ ଉପରେ ମୋର କୌଣସି ଟିପ୍ପଣୀ ନାହିଁ।

Sponsored
Donald Trump Warns: India and Russia Lost to China | Latest News | Argus News