Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

୨୫ରୁ ୧୫ ପ୍ରତିଶତକୁ Tariff ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କାହିଁକି ପଲଟିଲେ ଆମେରିକା ରାଷ୍ଟ୍ରପତି ?

Sushanta Sahoo
Browse all articles by Sushanta Sahoo
·10 months ago·2 min read
୨୫ରୁ ୧୫ ପ୍ରତିଶତକୁ Tariff ହ୍ରାସ କଲେ ଡୋନାଲ୍ଡ ଟ୍ରମ୍ପ, ଜାଣନ୍ତୁ କାହିଁକି ପଲଟିଲେ ଆମେରିକା ରାଷ୍ଟ୍ରପତି ?

Key Points

ଜାପାନ ଉପରେ ଆମେରିକା ଲଗାଇ ଥିବା ୨୫ ପ୍ରତିଶତ ଟାରିଫକୁ ହ୍ରାସ କରିଛି । ଗୁରୁବାର ଆମେରିକା-ଜାପାନ ବାଣିଜ୍ୟିକ ଚୁକ୍ତିକୁ ଡୋନାଲ୍ଡ ଟ୍ରମ୍ପ ଅନୁମୋଦନ ଦେବା ସହ ଟାରିଫ୍‌ ୧୫ ପ୍ରତିଶତକୁ ହ୍ରାସ କରିଛନ୍ତି ।

ନୂଆଦିଲ୍ଲୀ: ପଲଟିଲେ ଟ୍ରମ୍ପ, ବଦଳାଇଲେ ଟାରିଫ୍ ନିଷ୍ପତ୍ତି । ଜାପାନ ଉପରେ ଆମେରିକା ଲଗାଇ ଥିବା ୨୫ ପ୍ରତିଶତ ଟାରିଫକୁ ହ୍ରାସ କରିଛି । ଗୁରୁବାର ଆମେରିକା-ଜାପାନ ବାଣିଜ୍ୟିକ ଚୁକ୍ତିକୁ ଡୋନାଲ୍ଡ ଟ୍ରମ୍ପ ଅନୁମୋଦନ ଦେବା ସହ ଟାରିଫ୍‌ ୧୫ ପ୍ରତିଶତକୁ ହ୍ରାସ କରିଛନ୍ତି । ଟ୍ରମ୍ପ କହିଛନ୍ତି, ଏହା ଆମେରିକା-ଜାପାନ ବାଣିଜ୍ୟ ସମ୍ବନ୍ଧର ଏକ ନୂଆ ଯୁଗର ଆରମ୍ଭ ।


ଟ୍ରମ୍ପ ସ୍ଵାକ୍ଷର କରିଥିବା ନିର୍ଦ୍ଦେଶନାମା ଅନୁସାରେ, ଜାପାନରୁ ଆମେରିକାକୁ ରପ୍ତାନୀ ହେଉଥିବା ସମସ୍ତ ସାମଗ୍ରୀ ଉପରେ ୧୫ ପ୍ରତିଶତ ବେସଲାଇନ୍ ଟାରିଫ୍ ଲାଗିବ । ଯେତେବେଳେ କି ଅଟୋମୋବାଇଲ୍, ଅଟୋ ପାର୍ଟ୍ସ, ବିମାନ ଉତ୍ପାଦ, ଜେନେରିକ୍ ଔଷଧ ଓ ଆମେରିକାରେ ମିଳୁନଥିବା ପ୍ରାକୃତିକ ସମ୍ବଳରୁ ପ୍ରସ୍ତୁତ ସାମଗ୍ରୀକୁ ବିଶେଷ ରିହାତି ଦିଆଯାଇଛି ।


ସୂଚନାଯୋଗ୍ୟ, ପ୍ରଥମେ ଟ୍ରମ୍ପ ପ୍ରଶାସନ ଜାପାନ ଓ ଦକ୍ଷିଣ କୋରିଆ ଉପରେ ୨୫ ପ୍ରତିଶତ ଟାରିଫ୍ ଲଗାଇବାକୁ ଘୋଷଣା କରିଥିଲା । ଏହା ପରେ ଜାପାନ ଓ ଆମେରିକା ମଧ୍ୟରେ ବାଣିଜ୍ୟିକ ଚୁକ୍ତି ନେଇ ଆଲୋଚନା ଅଧାରେ ଅଟକି ରହିଥିଲା । ଆଉ ଶେଷରେ ଟ୍ରମ୍ପ ପ୍ରଶାସନ ୧୫ ପ୍ରତିଶତ ବେସଲାଇନ୍ ଟାରିଫ୍ ସହ ଜାପାନକୁ ଅନୁମତି ଦେଇଛି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଏନେଇ ହ୍ଵାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି, ଏହି ବୁଝାମଣା ଅନୁସାରେ ଆମେରିକା ଆସୁଥିବା ସମସ୍ତ ଜାପାନ ସାମଗ୍ରୀ ଉପରେ ୧୫ ପ୍ରତିଶଥ ବେସଲାଇନ୍ ଟାରିଫ୍ ଲାଗୁ ହେବ । ଦୁଇ ଦେଶ ମଧ୍ୟରେ ପାରସ୍ପରିକ ଆଲୋଚନା ଓ ରାଷ୍ଟ୍ରୀୟ ସ୍ଵାର୍ଥ୍ଵକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆ ଯାଇଥିବା ଆମେରିକା କହିଛି ।


ଆମେରିକା ସହ ଜାପାନ କରିଥିବା ଚୁକ୍ତି ଅନୁସାରେ, ଆମେରିକାରେ ଜାପାନ ୫୫୦ ଡଲାରର ନିବେଶ କରିବ । ଯାହାକୁ ଚୁକ୍ତିର ବାହାରେ ରଖିଛି ଆମେରିକା । ଏହାଛଡ଼ା ଜାପାନ, ଆମେରିକାରୁ ଚାଉଳ ଆମଦାନୀ ୭୫ ପ୍ରତିଶତ ବଢ଼ାଇବାକୁ ସହମତି ପ୍ରକାଶ କରିଛି ।

Sponsored
Trump Revises Tariff Policy: US-Japan Trade Deal Cuts Tariffs from 25% to 15%, Marks New Economic Era | Argus News | Argus News