Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - ଟ୍ରମ୍ପକୁ ସୁରକ୍ଷା ଦେଉଛନ୍ତି ୨୭ ବର୍ଷୀୟ ମହିଳା

International

ଟ୍ରମ୍ପକୁ ସୁରକ୍ଷା ଦେଉଛନ୍ତି ୨୭ ବର୍ଷୀୟ ମହିଳା

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଟ୍ରମ୍ପକୁ ସୁରକ୍ଷା ଦେଉଛନ୍ତି ୨୭ ବର୍ଷୀୟ ମହିଳା

ପୁଣି ଚର୍ଚ୍ଚାରେ ଆମେରିକା ରାଷ୍ଠ୍ରପତି ଡୋନାଲ୍ଡ ଟ୍ରମ୍ପ। ଟ୍ରମ୍ପ କିଛି ନା କିଛି କାରଣରୁ ରହୁଛନ୍ତି ଖୁବ୍‌ ଚର୍ଚ୍ଚାରେ । ଡୋନାଲ୍ଡ ଟ୍ରମ୍ପ ଦାୟିତ୍ବ ନେବା ପରେ ଅନେକ ନିର୍ଦ୍ଦେଶନାମାରେ କରିଛନ୍ତି ସ୍ୱାକ୍ଷର । ଟ୍ରମ୍ପଙ୍କ ପାଇଁ ଆସୁଥିବା ପ୍ରତ୍ୟକ ଶବ୍ଦର ସେ ଦେଉଛନ୍ତି କଡା ଜବାବ ଦେଉଛନ୍ତି ଜଣେ ମହିଳା। ମହିଳା ସାଜିଛନ୍ତି ଟ୍ରମ୍ପଙ୍କ ସୁରକ୍ଷା କବଚ। ସମସ୍ତଙ୍କ ମନରେ ପ୍ରଶ୍ନ କିଏ ଏହି ମହିଳା।

ଯିଏ ଟ୍ରମ୍ପଙ୍କ ସୁରକ୍ଷା କବଚ । ଟ୍ରମ୍ପଙ୍କ ପାଇଁ ଆସୁଥିବା ପ୍ରତ୍ୟକ ଶବ୍ଦର ସେ ଦେଉଛନ୍ତି କଡା ଜବାବ । ଏହି ଯୁବତୀଙ୍କ ନାଁ ହେଉଛି କାରୋଲିନ୍ ଲେଭିଟ୍ । କାରୋଲିନଙ୍କ ବୟସ ହେଉଛି ମାତ୍ର ୨୭ ବର୍ଷ । ଆଉ କାରୋଲିନ୍ ହେଉଛନ୍ତି ହ୍ବାଇଟ ହାଉସ୍‌ର ପ୍ରଥମ ସବୁଠାରୁ ୟଙ୍ଗ ସେକ୍ରେଟାରୀ । ଯାହା ଇତିହାସରେ ପ୍ରଥମ । ସେ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରଶାସନରେ ପ୍ରେସ୍ ସେକ୍ରେଟାରୀ ରହିଛନ୍ତି ।

ନିକଟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୪୫ଟି କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶ ଜାରି କରିବା ପରେ କାରୋଲିନ ୯୫ ମିନିଟର ଭାଷଣ ଦେଇଥିଲେ । ଆଉ ଏଥିରେ ସେ ସମ୍ପୂର୍ଣ୍ଣ ଭାବରେ ଟ୍ରମ୍ପଙ୍କୁ ସମର୍ଥନ କରିଥିଲେ। କାରୋଲିନ କହିଛନ୍ତି ଯେ ଟ୍ରମ୍ପଙ୍କ କାର୍ଯ୍ୟାନୁଷ୍ଠାନ ପରେ ୯୫ ପ୍ରତିଶତ ଅବୈଧ ବର୍ଡର କ୍ରସିଂ ବନ୍ଦ ହୋଇଯାଇଛି। କାରୋଲିନ୍ ଟ୍ରମ୍ପଙ୍କ ୨୦୨୪ ରାଷ୍ଟ୍ରପତି ଅଭିଯାନ ପାଇଁ ଜାତୀୟ ପ୍ରେସ୍ ସେକ୍ରେଟାରୀ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump Names Karoline Leavitt, 27, As White House Press Secretary | Argus News