Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump Nobel Peace Prize: ପୁରଷ୍କାର ପାଇଁ ଟ୍ରମ୍ପ କରୁଛନ୍ତି ଲବି, ଜାଣନ୍ତୁ ସତରେ ଯୋଗ୍ୟତା ଅଛି କି ନାହିଁ..

Priyanka Panda
Browse all articles by Priyanka Panda
·10 months ago·2 min read
Trump Nobel Peace Prize: ପୁରଷ୍କାର ପାଇଁ ଟ୍ରମ୍ପ କରୁଛନ୍ତି ଲବି, ଜାଣନ୍ତୁ ସତରେ ଯୋଗ୍ୟତା ଅଛି କି ନାହିଁ..

Key Points

ନୋବେଲ ଶାନ୍ତି ପୁରଷ୍କାର ପାଇଁ ବ୍ୟାକୁଳ ହେଉଛନ୍ତି ଟ୍ରମ୍ପ
ଚୟନ କମିଟି ଉପରେ ପକାଉଛନ୍ତି ଭୀଷଣ ଚାପ
ବିଶ୍ବର ଶକ୍ତିଶାଳୀନେତାଙ୍କ ନିର୍ଲଜ୍ଜ ପ୍ରୟାସକୁ ଦେଖି ଆସୁଛି ଅନେକ ପ୍ରତିକ୍ରିୟା

ଅକ୍ଟୋବର ମାସରେ ବିଜେତାଙ୍କ ନାମ ଘୋଷଣା ପାଇଁ ନୋବେଲ ପୁରଷ୍କାର କମିଟି ଯୋଜନା କରୁଥିବା ବେଳେ ଟ୍ରମ୍ପ କ୍ୟାବିନେଟ୍ ଲବି ଗ୍ରୁପର ରୂପ ନେଇଛି। ଆଗରୁ ଲବି ହେଉଥିଲା କିନ୍ତୁ ମିଡିଆରେ ହେଲେ ବର୍ତ୍ତମାନ ଏନେଇ ଖୋଲାଖୋଲି କମିଟି ଆଗରେ ଲବି କରିବା ଆରମ୍ଭ ହୋଇଗଲାଣି। ଯୁଦ୍ଧକାଳୀନ ସ୍ତରରେ ଚାଲିଛି ପ୍ରୟାସ। ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଟ୍ରମ୍ପଙ୍କ ସ୍ବତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ କହିଛନ୍ତି ମୁଁ କେବଳ ଗୋଟିଏ ଜିନିଷ ଚାହେଁ ଯେ, ନୋବେଲ କମିଟି ଡେନାଲ୍ଡ ଟ୍ରମ୍ପଙ୍କୁ ଏକମାତ୍ର ଶ୍ରେଷ୍ଠ ପ୍ରାର୍ଥୀ ବୋଲି ଅନୁଭବ କରୁ। ନ୍ଯୁୟର୍କ ଟାଇମସର ରିପୋର୍ଟ ଅନୁସାରେ ରାଷ୍ଟ୍ରପତିଙ୍କ ସମସ୍ତ ଲୋକ ଟ୍ରମ୍ପଙ୍କୁ ପ୍ରଶଂସା କରୁଛନ୍ତି। ତେବେ ରାଷ୍ଟ୍ରପତିଙ୍କ ଲୋକଙ୍କ କଥା ଛାଡ଼ନ୍ତୁ ନିଜେ ଆମେରିକା ରାଷ୍ଟ୍ରପତି ନୋବେଲ୍ ଶାନ୍ତି ପୁରଷ୍କାର ପାଇବାକୁ ଏତେ ବ୍ୟାକୁଳ ଯେ, ସେ ନିଜେ ମଧ୍ୟ ଖୋଲାଖୋଲି ଭାବେ ଏହା ପ୍ରକାଶ କରୁଛନ୍ତି। ନାମାଙ୍କନ ବିଷୟରେ ଟ୍ରମ୍ପ ପଚାରି ବୁଲୁଥିବା ସହ ଏଥିପାଇଁ ଆବଶ୍ଯକ ଅର୍ଥ ମଧ୍ୟ ଦେବାକୁ ରାଜି ହେଉଛନ୍ତି। ନରୱେର ଏକ ଗଣମାଧ୍ୟମ ଏନେଇ ଏକ ରିପୋର୍ଟ ପ୍ରକାଶ କରିଛି ଯେ, ଟ୍ରମ୍ପ ଗତମାସରେ ନରୱେର ଅର୍ଥମନ୍ତ୍ରୀଙ୍କୁ ଫୋନ୍ କରି ନାମାଙ୍କନ ପ୍ରକ୍ରିୟା ବିଷୟରେ ପଚାରି ବୁଝିଥିଲେ..

ତେବେ ଟ୍ରମ୍ପ ନିଜକୁ ଶାନ୍ତିର ପ୍ରତୀକ ବୋଲି ଦାବି କରୁଥିବା ବେଳେ ତାଙ୍କର କାର୍ଯ୍ୟକଳାପ କିନ୍ତୁ ନିଜ ଦେଶରେ ଅଶାନ୍ତି ସୃଷ୍ଟି କରିଛି। ସବୁ ଯୁଦ୍ଧ ତାଙ୍କ ପାଇଁ ବନ୍ଦ ହୋଇଛି ବୋଲି ସଫେଇ ଦେଉଥିବା ବେଳେ, ପ୍ରକୃତରେ ସେ ଏଥିରେ ବିଫଳ ହିଁ ହେଇଛନ୍ତି। କାରଣ ଇରାନ ଉପରେ ହୋଇଥିବା ବୋମାମାଡ଼ରେ ଟ୍ରମ୍ପ ଭାଗ ନେଇଛନ୍ତି। ଆମେରିକୀୟ ନାଗରିକଙ୍କ ବିରୋଧରେ ସୈନ୍ୟ ମୁତୟନ କରି ସେ ରାଜ୍ୟ ମାନଙ୍କ ପାଇଁ ଯୁଦ୍ଧକୁ ଡାକି ଆଣିଛନ୍ତି। ସେହିପରି ଆମେରିକାର ପ୍ରତିରକ୍ଷା ବିଭାଗକୁ ଯୁଦ୍ଧ ବିଭାଗ ନାମରେ ନାମିତ କରିବାକୁ ବି ଯୋଜନା କରିଛନ୍ତି ଟ୍ରମ୍ପ। ଏହାଛଡ଼ା ଋଷ-ୟୁକ୍ରେନ ଯୁଦ୍ଧକୁ ନେଇ ସେ ଆପଣାଉଥିବା ଅନର୍ଥକାରୀ ନୀତି ବି ଏବେ ପଦାରେ ପଡ଼ିଛି। ଏପଟେ ଭାରତ-ପାକ୍ ଅସ୍ତ୍ର ବିରତିର ବାଃ ବାଃ ନେବାକୁ ଚାହୁଁଥିବା ବେଳେ ଭାରତ ତାଙ୍କର ଡାହା ମିଛକୁ ବିଶ୍ବ ସାମ୍ନାରେ ରଖିଛି।

ତେବେ ନୋବେଲ ଶାନ୍ତି ପୁରଷ୍କାର ଶାନ୍ତି, କୂଟନୀତି କିମ୍ବା କୌଣସି ସଂଘର୍ଷର ସମାଧାନ କରାଉଥିବା ଲୋକଙ୍କୁ ପ୍ରଦାନ କରାଯାଏ। ହେଲେ ଟ୍ରମ୍ପ ଏଥିପାଇଁ କେତେ ଯୋଗ୍ୟ ବୋଲି ଅନେକ ପ୍ରଶ୍ନ କରୁଛନ୍ତି। କାଲିଫର୍ଣ୍ଣିଆର ଗଭର୍ଣ୍ଣର ଗାଭିନ ନ୍ୟୁସ୍ କହିଛନ୍ତି, ଟ୍ରମ୍ପ ନିଜ ଲୋକଙ୍କ ବିରୋଧରେ ସୈନ୍ୟ ମୁତୟନ କରି ନୋବେଲ ଶାନ୍ତି ଚାହୁଁଛନ୍ତି କିପରି? ସେ ଶାନ୍ତି ଆଣିନାହାନ୍ତି ବରଂ ଯୁଦ୍ଧକ୍ଷେତ୍ରକୁ ଲୋକଙ୍କ ଘରକୁ ଡାକିଆଣିଛନ୍ତି ବୋଲି କହିଛନ୍ତି ଗାଭିନ୍। ଆଗରୁ ବାରମ୍ବାର ନୋବେଲ ଶାନ୍ତି ପୁରଷ୍କାର ପାଇଁ ଚ୍ରମ୍ପ ନିଜର ଦାବି କରିଆସୁଛନ୍ତି। କିନ୍ତୁ ଏବେ ବିଜେତା ଘୋଷଣା କରିବାର ତାରିଖ ନିକଟତର ହେଉଥିବା ବେଳେ ନିଜ ରାଜନୈତିକ ଚାପ ପକାଇବା ବି ଆରମ୍ଭ କରିଦେଲେଣି ଟ୍ରମ୍ପ। ନୋବେଲ ଶାନ୍ତି ପୁରଷ୍କାର ପାଇଁ ବିଶ୍ବର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତିଙ୍କ ଏଭଳି ନିର୍ଲଜ୍ଜ ପ୍ରୟାସ ବିଶ୍ବବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି କରିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Did trump really eligible for Novel Peace Prize? | Argus News