|
logo
Live

Argus News - Trump On PM Modi: ଭାରତକୁ ନେଇ ବଦଳିଲା ଟ୍ରମ୍ପଙ୍କ ସ୍ଵର, ଜାଣନ୍ତୁ କହିଲେ କ'ଣ...

International

Trump On PM Modi: ଭାରତକୁ ନେଇ ବଦଳିଲା ଟ୍ରମ୍ପଙ୍କ ସ୍ଵର, ଜାଣନ୍ତୁ କହିଲେ କ'ଣ...

Sushanta Sahoo
Browse all articles by Sushanta Sahoo
·7 months ago·2 min read
Trump On PM Modi: ଭାରତକୁ ନେଇ ବଦଳିଲା ଟ୍ରମ୍ପଙ୍କ ସ୍ଵର, ଜାଣନ୍ତୁ କହିଲେ କ'ଣ...

Key Points

ଆମେରିକା ରାଷ୍ଟ୍ରପତି କହିଛନ୍ତି ଯେ, ଋଷ ଠାରୁ ଭାରତ ଅଶୋଧିତ ତୈଳ କିଣୁଥିବାରୁ ମୁଁ ନିରାଶ ଅଛି । ଏଥିପାଇଁ ହିଁ ୫୦ ପ୍ରତିଶତ ଟାରିଫ୍ ଲଗାଇଛି । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ସମ୍ପର୍କ ଭଲ ଅଛି ।

ନୂଆଦିଲ୍ଲୀ: ଟାରିଫ୍‌କୁ ନେଇ ତିକ୍ତତା ଭିତରେ ଟ୍ରମ୍ପଙ୍କ ବଡ଼ ବୟାନ । ବଦଳିଲା ଭାରତ ବିରୋଧୀ ମନ୍ତବ୍ୟ ଦେଉଥିବା ଆମେରିକାର ସ୍ଵର । ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋସିଆଲ୍ ମିଡିଆରେ ଏକ ପୋଷ୍ଟ କରିଛନ୍ତି । ଯେଉଁଥିରେ ଟ୍ରମ୍ପ ଲେଖିଛନ୍ତି, 'ଲାଗୁଛି ଭାରତ ଏବଂ ଋଷକୁ ଆମେ ଚୀନ ହାତରେ ଟେକି ଦେଇଛୁ ।'


ଟ୍ରମ୍ପଙ୍କ ଏହି ପୋଷ୍ଟକୁ ନେଇ ଜଣେ ସାମ୍ବାଦିକ ପଚାରିଥିଲେ, ଭାରତ ସହ ସମ୍ପର୍କ ପୁଣି ମଜଭୁତ କରିବାକୁ ଆମେରିକା ପ୍ରସ୍ତୁତ ଅଛି କି ? ଆଉ ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଛନ୍ତି, ମୁଁ ସବୁବେଳେ ପ୍ରସ୍ତୁତ । ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜଣେ ଭଲ ବନ୍ଧୁ । ସେ ଜଣେ ମହାନ ପ୍ରଧାନମନ୍ତ୍ରୀ ।


ଆମେରିକା ରାଷ୍ଟ୍ରପତି ଆହୁରି କହିଛନ୍ତି ଯେ, ଋଷ ଠାରୁ ଭାରତ ଅଶୋଧିତ ତୈଳ କିଣୁଥିବାରୁ ମୁଁ ନିରାଶ ଅଛି । ଏଥିପାଇଁ ହିଁ ୫୦ ପ୍ରତିଶତ ଟାରିଫ୍ ଲଗାଇଛି । କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ମୋର ସମ୍ପର୍କ ଭଲ ଅଛି । ସେ କିଛି ମାସ ତଳେ ଏଠାକୁ ଆସିଥିଲେ, ଆମେ ରୋଜ୍ ଗାର୍ଡେନ୍ ଯାଇଥିଲୁ, ସାମ୍ବାଦିକ ସମ୍ମିଳନୀ କରିଥିଲୁ ।


ସୂଚନାଯୋଗ୍ୟ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜ ସୋସିଆଲ୍ ମିଡିଆ ଟ୍ରୁଥ୍‌ରେ ଲେଖିଥିଲେ, 'ଲାଗୁଛି ଆମେ ଭାରତ ଓ ଋଷକୁ ଚୀନ ହାତରେ ଟେକି ଦେଇଛୁ । ସେମାନଙ୍କର ଭବିଷ୍ୟ ଦୀର୍ଘକାଳୀନ ଆଉ ସମୃଦ୍ଧ ହେଉ' ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ନିକଟରେ ଚୀନରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ପିଏମ୍ ମୋଦି ଓ ପୁଟିନ ଭେଟିଥିଲେ । ଏହି ଅବସରରେ ଉଭୟ ସି ଜିନପିଙ୍ଗ ଓ ପୁଟିନ୍‌ଙ୍କ ସହ ଦ୍ଵିପାକ୍ଷିକ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଉ ଚୀନରେ ମୋଦିଙ୍କ ବୈଠକର କିଛିଦିନ ମଧ୍ୟରେ ଏବେ ଟ୍ରମ୍ପଙ୍କ ଏହି ଟିପ୍ପଣୀ ଆସିଛି ।


ଦୁଇ ଦଶନ୍ଧିର ଘନିଷ୍ଠ ସମ୍ପର୍କ


ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ଆମେରିକା ସହ ଭାରତର ଘନିଷ୍ଠ ସମ୍ପର୍କ ରହି ଆସିଥିବା ବେଳେ ଏବେ ଟାରିଫ୍ ପାଇଁ ଏଥିରେ ତିକ୍ତତା ଆସିଛି । ଭାରତୀୟ ସାମଗ୍ରୀ ଉପରେ ଟ୍ରମ୍ପ ପ୍ରଶାସନ ଟାରିଫ୍ ଦୁଇ ଗୁଣ କରି ୫୦ ପ୍ରତିଶତ କରିବା ପରେ ନୂଆଦିଲ୍ଲୀ ଓ ୱାଂଶିଟନ୍ ମଧ୍ୟରେ ସମ୍ବନ୍ଧରେ ଫାଟ ଆସିଛି । ଯେଉଁଥିରେ ଭାରତ, ଋଷଠାରୁ ଅଶୋଧିତ ତୈଳ କିଣିଥିବାରୁ ୨୫ ପ୍ରତିଶତ ଅତିରିକ୍ତ ଟିକସ ବି ସାମିଲ୍ । ଯାହା ଅଗଷ୍ଟ ୨୭ରୁ ଲାଗୁ ହୋଇ ସାରିଛି ।


Sponsored
Trump On PM Modi: ଭାରତକୁ ନେଇ ବଦଳିଲା ଟ୍ରମ୍ପଙ୍କ ସ୍ଵର, ଜାଣନ୍ତୁ କହିଲେ କ'ଣ... | Argus News