Videos
|
International

Donald Trump France Statement / 'ପ୍ୟାରିସ୍ ଖୁବ୍ ଶୀଘ୍ର ଏକ ମୁସଲିମ୍ ସହର ପାଲଟିଯିବ'…ଫ୍ରାନ୍ସରେ ହୋଇଥିବା ଦଙ୍ଗା ସମ୍ପର୍କରେ ଟମ୍ପ କହିଲେ ବଡ଼ କଥା

Ritu Das
Browse all articles by Ritu Das
·35 mins ago·2 min read
'ପ୍ୟାରିସ୍ ଖୁବ୍ ଶୀଘ୍ର ଏକ ମୁସଲିମ୍ ସହର ପାଲଟିଯିବ'…ଫ୍ରାନ୍ସରେ ହୋଇଥିବା ଦଙ୍ଗା ସମ୍ପର୍କରେ ଟମ୍ପ କହିଲେ ବଡ଼ କଥା
India

Key Points

ଫ୍ରାନ୍ସରେ ଦଙ୍ଗାକୁ ନେଇ ଟ୍ରମ୍ପଙ୍କ ଅସନ୍ତୋଷ, ମାକ୍ରୋନଙ୍କୁ ପ୍ରବାସୀ ନୀତି ନେଇ ଚେତାବନୀ

ଫ୍ରାନ୍ସରେ ହିଂସାତ୍ମକ ବିକ୍ଷୋଭ ଉଗ୍ର ରୂପ ନେଲା, ୨,୩୯୭ ଜଣ ଗିରଫ, ୯୯୭ ପୋଲିସ କର୍ମଚାରୀ ଆହତ

ଫ୍ରାନ୍ସରେ ଘଟୁଥିବା ଦଙ୍ଗାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଭୀର ଅସନ୍ତୋଷ ପ୍ରକାର କରିଛନ୍ତି ଏବଂ ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନଙ୍କୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପ କହିଛନ୍ତି ଯେ ପ୍ୟାରିସ୍ ଏକ ‘ମୁସଲିମ୍ ସହର’ ହେବା ଦିଗରେ ଅଗ୍ରସର ହେଉଛି । ଏହା ବ୍ୟତୀତ, ପ୍ରବାସୀ ସମସ୍ୟା ଉପରେ ଟ୍ରମ୍ପ କଠୋର ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି ଯେ ପ୍ରବାସୀମାନଙ୍କର ଆଗମନ ଯୋଗୁଁ ଜନସଂଖ୍ୟାଗତ ଗଠନରେ ଦ୍ରୁତ ପରିବର୍ତ୍ତନ ଆସିଛି ।
ହ୍ୱାଇଟ୍ ହାଉସ୍‌ରେ ସାମ୍ବାଦିକମାନଙ୍କୁ ସମ୍ବୋଧିତ କରି ଟ୍ରମ୍ପ କହିଥିଲେ ଯେ ମାକ୍ରୋନ୍ ତାଙ୍କର ବନ୍ଧୁ ହୋଇଥିଲେ ମଧ୍ୟ ଫ୍ରାନ୍ସର ପ୍ରବାସୀ ନୀତିକୁ ନେଇ ସେ ପୂର୍ବରୁ ଚେତାବନୀ ଦେଇଥିଲେ । ଟ୍ରମ୍ପଙ୍କ କହିବା ଅନୁଯାୟୀ, ସାରା ବିଶ୍ୱରୁ ଲୋକଙ୍କୁ ଫ୍ରାନ୍ସକୁ ଆସିବାକୁ ଅନୁମତି ଦେବା ମାକ୍ରୋନଙ୍କର ଏକ ବଡ଼ ଭୁଲ୍ । ସେ ଆହୁରି କହିଥିଲେ ଯେ ବ୍ୟାପକ ପ୍ରବାସ ଯୋଗୁଁ ପ୍ୟାରିସ୍‌ର ସାମାଜିକ ଓ ଜନସଂଖ୍ୟାଗତ ସ୍ଥିତିରେ ପରିବର୍ତ୍ତନ ଆସୁଛି। 

  • ଦଙ୍ଗା ଯୋଗୁଁ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ

ଫ୍ରାନ୍ସର ବିଭିନ୍ନ ସହରରେ ଦଙ୍ଗା ଦେଖାଦେଇଛି, ଯାହା ଫଳରେ ଲକ୍ଷ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ଫ୍ରାନ୍ସର ଗୃହ ମନ୍ତ୍ରଣାଳୟ ଅନୁଯାୟୀ, ଶନିବାର ଦିନ ହୋଇଥିବା ବିକ୍ଷୋଭ ପ୍ରଦର୍ଶନରେ ପ୍ରାୟ ୫ ଲକ୍ଷ ୫୦ ହଜାର ଲୋକ ଅଂଶଗ୍ରହଣ କରିଥିଲେ। ହିଂସାତ୍ମକ ରୂପ ନେଇଥିବା ଏହି ବିକ୍ଷୋଭ ସମୟରେ ମୋଟ ୨,୩୯୭ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ, ୯୯୭ ଜଣ ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଛନ୍ତି, ଯେଉଁମାନଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ରହିଛି।

  • ଦଙ୍ଗାକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ

ଅନ୍ୟପକ୍ଷରେ, ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରୋନ୍ ବିକ୍ଷୋଭ ସମୟରେ ହିଂସାକାଣ୍ଡ ଘଟାଇଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନିଆଯିବ ବୋଲି କହିଥିବା ଜଣାପଡ଼ିଛି । ଅଶାନ୍ତି ଯୋଗୁଁ ଅନେକ ସହରରେ ସାଧାରଣ ଜୀବନଯାତ୍ରା ବ୍ୟାହତ ହେବା ସହ କେତେକ ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିବା ଖବର ମିଳିଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: