Donald Trump / ୱାଂଶିଟନରୁ ନେଇ ଲଣ୍ଡନ ଯାଏଁ ଟ୍ରମ୍ପଙ୍କ ନୀତିକୁ ଜୋରଦାର ବିରୋଧ
·8 months ago·2 min read

Key Points
ଟ୍ରମ୍ପଙ୍କ ବିରୋଧରେ ବିଶ୍ବବ୍ୟାପୀ ବିକ୍ଷୋଭ
ୱାଂଶିଟନରୁ ନେଇ ଲଣ୍ଡନ ଯାଏଁ ଟ୍ରମ୍ପଙ୍କ ନୀତିକୁ ଜୋରଦାର ବିରୋଧ
`ନୋ କିଙ୍ଗସ୍' ବିକ୍ଷୋଭରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର ଲୋକ
ଆମେରିକା ସମେତ ସାରା ବିଶ୍ୱର 2,600ରୁ ଅଧିକ ସ୍ଥାନରେ ବିକ୍ଷୋଭ

ଦେଶ ବିଦେଶରେ ସଫଳ ନିତୀକୁ ନେଇ ମନ୍ତବ୍ୟ ପରେ ମନ୍ତବ୍ୟ ଦେଇ ଚାଲିଥିବା ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନୀତି ବିରୋଧରେ ଆମେରିକାରେ ଘମାସାନ, ୱାଶିଂଟନ, ଡି.ସି, ନ୍ୟୁୟର୍କ, ଚିକାଗୋ ଏବଂ ଲସ୍ ଆଞ୍ଜେଲସ୍ ସମେତ ଅନେକ ଆମେରିକୀୟ ସହରରେ ଲକ୍ଷ ଲକ୍ଷ ଲୋକ ଟ୍ରମ୍ପଙ୍କ ନିତୀ ବିରୋଧରେ ‘ନୋ କିଙ୍ଗସ୍’ ବିକ୍ଷୋଭ ଆରମ୍ଭ କରିଛନ୍ତି। ଏହି ପ୍ରତିବାଦର ପ୍ରଭାବ କେବଳ ଆମେରିକାରେ ନୁହେଁ ବରଂ ସମଗ୍ର କାନାଡା, ୟୁରୋପ ଏବଂ ମଧ୍ୟପ୍ରାଚ୍ୟରେ ମଧ୍ୟ ଦେଖିବାକୁ ମିଳିଛି।
ରାଷ୍ଟ୍ରପତି ଟ୍ରମ୍ପଙ୍କ ନେତୃତ୍ୱରେ ଆମେରିକା ଏକଛତ୍ରବାଦ ଶାସନ ଆଡକୁ ଗତି କରୁଥିବା ନେଇ ବିକ୍ଷୋଭକାରୀ ମାନେ ଦାବି କରିଛନ୍ତି। ତେବେ ଏହା ପ୍ରଭାବରେ ନ୍ୟୁୟର୍କର ଟାଇମ୍ସ ସ୍କୋୟାରରେ ବହୁ ସଂଖ୍ୟକ ପ୍ରଦର୍ଶନକାରୀ ମାନେ ଏକତ୍ରିତ ହୋଇଥିଲେ। ଏଥିସହିତ ହଜାର ହଜାର ଲୋକ ବୋଷ୍ଟନ, ଆଟଲାଣ୍ଟା ଏବଂ ଚିକାଗୋରେ ମଧ୍ୟ ରାଲି କରିଥିଲେ।
ଏଥିସହ ପଢ଼ନ୍ତୁ: ଟ୍ରମ୍ପଙ୍କ ବିରୋଧରେ ୨୬୦୦ରୁ ଅଧିକ ସ୍ଥାନରେ ବିକ୍ଷୋଭ
ଏହି ପ୍ରଦର୍ଶନକୁ ଟ୍ରମ୍ପଙ୍କ ବିରୋଧରେ ଏହା ଏକ ଷଡଜନ୍ତ୍ର ଏବଂ ଏହାକୁ ‘ହେଟ୍ ଆମେରିକା’ ରାଲି ନୋଲି କଡା ସମାଲୋଚନା କରିଛି ଟ୍ରମ୍ପଙ୍କ ରିପବ୍ଲିକାନ୍ ପାର୍ଟି । ରାଷ୍ଟ୍ରପତି ଟ୍ରମ୍ପ ଜଣେ ରାଜା ପରି ଏକଛତ୍ରବାଦ ଶାସନ କରୁଥିବା ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ “ମୁଁ କୌଣସି ରାଜା ନୁହେଁ କି ରାଜା ପରି ଅନୁଭବ ମଧ୍ୟ କରୁନାହିଁ। କିଛି ଅନୁମୋଦନ ପାଇବା ପାଇଁ ମୋତେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି କହିଛନ୍ତି ଟ୍ରମ୍ପ ।
ଟ୍ରମ୍ପ ନିଜ ପଦରେ ଶପଥ ନେବା ପରଠାରୁ ଏହା ତୃତୀୟ ବଡ଼ ଗଣ ବିକ୍ଷୋଭ ଅଟେ। ଆମେରିକାରେ ଫେଡେରାଲ୍ କାର୍ଯ୍ୟକ୍ରମ ଏବଂ ସେବାଗୁଡ଼ିକ ବନ୍ଦ ହୋଇଯିବା ପରେ ଆମେରିକା ବର୍ତ୍ତମାନ ଏକ ବଡ଼ ସମସ୍ୟାର ସମ୍ମୁଖୀନ ହେଉଛି। ଏପରି ସମୟରେ ପ୍ରତିବାଦ ଆମେରିକା ପାଇଁ ଆହୁରି ବିପଦ ବଢ଼ାଇଛି। ୱାଶିଂଟନ୍, ଡି.ସି. ଏବଂ ନ୍ୟୁୟର୍କ ଭଳି ପ୍ରମୁଖ ସହରରୁ ଆରମ୍ଭ କରି ଛୋଟ ସହର ପର୍ଯ୍ୟନ୍ତ ସମସ୍ତ ୫୦ଟି ରାଜ୍ୟରେ ୨୫୦୦ରୁ ଅଧିକ ପ୍ରଦର୍ଶନ କରାଯାଇଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର:

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories