Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump-Putin Meet: ନ୍ୟୁକ୍ଲିୟର ବମ୍‌ ସ୍ୱିଚ୍ ଧରି ଟ୍ରମ୍ପଙ୍କ ଆଗରେ ବସିଥିଲେ ପୁଟିନ !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·3 min read
Trump-Putin Meet: ନ୍ୟୁକ୍ଲିୟର ବମ୍‌ ସ୍ୱିଚ୍ ଧରି ଟ୍ରମ୍ପଙ୍କ ଆଗରେ ବସିଥିଲେ ପୁଟିନ !

Key Points

ପୁଟିନଙ୍କ ସିକ୍ରେଟ୍‌ ସୁଟ୍‌କେସ୍‌ରେ ବି ଥିଲା ଏମିତି ଅସ୍ତ୍ର, ଯାହାର ଗୋଟିଏ କ୍ଲିକ୍‌ରେ ଆରମ୍ଭ ହୋଇଥାନ୍ତା ଧ୍ଵଂସର ତାଣ୍ଡବ ଲୀଳା ।

ଏସବୁ ଜଣିବା ପରେ ଆମେରିକା ମନରେ ପଶିଥିଲା ଛନକା ।

B2 ବମ୍ବର ଉଡ଼ାଇ ପୁଟିନ୍‌ଙ୍କୁ ନିଜର ଶକ୍ତି ପ୍ରଦର୍ଶନ କରୁଥିଲେ ଟ୍ରମ୍ପ । F-22 ମଧ୍ୟ କରିଥିଲେ ମୁତୟନ । କିନ୍ତୁ ପୁଟିନଙ୍କ ପାଖରେ ଥିଲା ଏମିତି ଏକ ସ୍ୱିଚ୍‌, ଯାହାକୁ ଚିପିବାମାତ୍ରେ ଆମେରିକାରେ ହୋଇଥାନ୍ତା ନିଆଁ ବର୍ଷା, ଭୁଶୁଡ଼ି ଯାଇଥାନ୍ତା କୋଠାବାଡ଼ି । ଛାରଖାର ହୋଇଯାଇଥାନ୍ତା ସହର । ଟ୍ରମ୍ପଙ୍କ ସାମ୍ନାରେ ନ୍ୟୁକ୍ଲିୟର ବଟନ ଧରି ବସିଥିଲେ ପୁଟିନ ।

ଏହା ଜାଣିବା ପରେ ଆମେରିକାର ଛାତି ଧଡ଼ ଧଡ଼ ହେବାକୁ ଲାଗିଲା । ସବୁ ଫୁଟାଣି ଥରକେ ଭାଙ୍ଗିଗଲା । ଖାଲି ସେତିକି ନୁହେଁ ପୁଟିନଙ୍କ ଫାଇଟର ଜେଟ୍‌ ବି ପ୍ରସ୍ତୁତ ଥିଲା । ଯିଏ କି ଇଶାରା ପାଇବା ମାତ୍ରେ B2 ବମ୍ବରକୁ ଆକାଶରେ କରିଥାନ୍ତା ପାଉଁଶ । ପୁଟିନଙ୍କ ସିକ୍ରେଟ୍‌ ସୁଟ୍‌କେସ୍‌ରେ ବି ଥିଲା ଏମିତି ଅସ୍ତ୍ର, ଯାହାର ଗୋଟିଏ କ୍ଲିକ୍‌ରେ ଆରମ୍ଭ ହୋଇଥାନ୍ତା ଧ୍ଵଂସର ତାଣ୍ଡବ ଲୀଳା । ଏସବୁ ଜଣିବା ପରେ ଆମେରିକା ମନରେ ପଶିଥିଲା ଛନକା ।

ବିଶ୍ୱର ଦୁଇ ମହାଶକ୍ତି, ତଥା ପରମାଣୁ ଶକ୍ତି ସମ୍ପନ୍ନ ଦେଶର ମୁଖିଆମାନେ ଯେବେ ଏକାଠି ହୁଅନ୍ତି... ସାରା ବିଶ୍ୱର ନଜର ତାଙ୍କ ଉପରେ ଥାଏ । ଏମାନେ କେହି କାହାକୁ କମ୍‌ ନୁହନ୍ତି । ଟିକେ ଏପଟ ସେପଟ ହେଲେ ସଙ୍ଗେ ସଙ୍ଗେ ଯୁଦ୍ଧ । ମିସାଇଲ ମାଡ଼.. ଗୋଳା ବାରୁଦ ବର୍ଷା ସମ୍ଭାବନା ରହିଥାଏ ।

ଅନ୍ୟପଟେ ଆମେରିକା କହିବା ଯୋଗୁଁ ହିଁ, ପୁଟିନଙ୍କୁ ଇଣ୍ଟରନାସନାଲ କ୍ରିମିନାଲ ବୋଲି ଡିକ୍ଲାର କରାଯାଇଥିଲା । କିନ୍ତୁ ସାରା ବିଶ୍ୱରେ କାହା ପାଖରେ ବି ଏତେ ସାହାସ ନାହିଁ, ଯିଏ କି ପୁଟିନଙ୍କୁ ଗିରଫ କରିବା ତ ଦୂରର କଥା କେହି ହାତ ଲଗାଇପାରିବେ । ପୁଟିନ ନଚାହିଁଲେ କୌଣସି ବି ଦେଶ ତାଙ୍କ ପାଖକୁ ବି ଆସିପାରିବନି । କିନ୍ତୁ ପୁଟିନ ନିଜେ ଶତ୍ରୁ ଦେଶକୁ ଯାଇ ସାରା ବିଶ୍ୱକୁ ନିଜର ଦିଓ୍ୱାନା କରିଦେଲେ । ଆଉ ଟ୍ରମ୍ପ ଆବା କାବା ହୋଇ ଚାହିଁ ରହିଲେ ।

ଟ୍ରମ୍ପଙ୍କ ସାମ୍ନାରେ ପୁଟିନ ଅତି ଶାନ୍ତ ଭାବେ ବସିଥିଲେ । କିନ୍ତୁ ଟ୍ରମ୍ପ ନିଜ ଦେଶରେ ଭାରି ବିଚଳିତ ଦେଖାଯାଉଥିଲେ। ସତେ ଯେମିତି ତାଙ୍କ ମୁଣ୍ଡରେ ଅନେକ ଟେନ୍‌ସନ୍ । କାଳେ କେତେବେଳେ କ'ଣ ଘଟିଯିବ କି ?

ଅନ୍ୟପଟେ ପୁଟିନଙ୍କ ପାଇଁ ପୁରା ଆଲାସ୍କାକୁ ସୁରକ୍ଷା ବଳୟ ମଧ୍ୟରେ ରଖାଯାଇଥିଲା । ପୁଟିନ ଦୁନିଆର ଏମିତି ଜଣେ ନେତା, ଯାହାକୁ ସମସ୍ତ ପଶ୍ଚିମଦେଶ ଗୁଡ଼ିକ ବ୍ୟାନ୍‌ ଲଗାଇଛନ୍ତି । ଏହାବାଦ୍‌ ପଶ୍ଚିମଦେଶ ଗୁଡ଼ିକର ସର୍ଦ୍ଦାରଙ୍କ ଆଗରେ ଛାତି ଚଉଡ଼ା କରି ଠିଆ ହେଲେ ପୁଟିନ୍ ।

ଏସବୁ ସତ୍ତ୍ୱେ ଶାନ୍ତ ଥିଲେ ଟ୍ରମ୍ପ । ସାଧାରଣତଃ ଅନ୍ୟ ଦେଶର ମୁଖିଆଙ୍କ ସହ ମିଟିଂ ବେଳେ ଟ୍ରମ୍ପ ନିଜର ଦବ୍‌ଦବା ଦେଖାଇଥାନ୍ତି । ସାମ୍ନାବାଲା ଉପରେ ଚଢ଼ି କି କଥାବାର୍ତ୍ତା କରନ୍ତି । କିନ୍ତୁ ପୁଟିନଙ୍କ ସାମ୍ନାରେ ଏକ୍‌ଦମ୍‌ ଚୁପ୍ ଥିଲେ । ସତେ ଯେମିତି ମୁକ ପାଲଟି ଯାଇଥିଲେ । ତାଙ୍କ ପାଟିରେ ଶବ୍ଦ ନଥିଲା । ଟ୍ରମ୍ପଙ୍କ ସର୍ଦ୍ଦାର ପ୍ରଭାବ ଟିକେ ବି ଦେଖିବାକୁ ମିଳିନଥିଲା ।

ଆଉ ଏସବୁ ପଛରେ ସବୁଠାରୁ ବଡ଼ କାରଣ ଥିଲା ପୁଟିନଙ୍କ ସେଇ ସିକ୍ରେଟ୍‌ ସୁଟ୍‌କେସ୍ । ସେଥିରେ ଥିବା ସୁଇଚ୍‌ କ୍ଲିକ୍‌ କରିବା ମାତ୍ରେ ଆମେରିକା ହୋଇଥାନ୍ତା ଧ୍ଵଂସ । ବିଶ୍ୱ ନକ୍ସାରୁ ଆଧା ଆମେରିକା ଲିଭି ଯାଇଥାନ୍ତା...। ସେଇ ଗୋଟିଏ ଭୟ ହିଁ ଟ୍ରମ୍ପଙ୍କୁ ମନ ଭିତରେ ଖାଇଯାଉଥିଲା ।

ଆଲାସ୍କାଠାରୁ ମାତ୍ର ୮୪ କିଲୋମିଟର ଦୂରରେ ପୁଟିନଙ୍କ ଲଢ଼ୁଆ ବିମାନ ଗୁଡ଼ିକ ପ୍ରସ୍ତୁତ ଥିଲା । ଖାଲି ଗୋଟିଏ ଇଶାରା ମିଳିଥାନ୍ତା, ଆମେରିକାର B2 ବମ୍ବର ସେଇ ଆକାଶରେ ହିଁ ଧୁଆଁ ହୋଇଯାଇଥାନ୍ତା । F22 ବି ସେଇ ଆକାଶରେ ହିଁ ନିଆଁ ପିଣ୍ଡୁଳା ଭଳି ଖସି ପଡ଼ିଥାନ୍ତା । ପୁଟିନଙ୍କ ସୁରକ୍ଷା କବଚ ଏତେ ମଜଭୁତ ଦେଖି ଟ୍ରମ୍ପଙ୍କର ମଧ୍ୟ ହୋସ୍‌ ଉଡ଼ିଗଲା । ଆଉ ପୁଟିନ ମଧ୍ୟ ହସି ହସି ଟ୍ରମ୍ପଙ୍କ କାର୍‌ରେ ବସିଗଲେ ।

ପୁଟିନ୍‌ ରୁସ୍‌ରୁ ବଡିଗାର୍ଡ, ଡିପ୍ଲୋମାଟଙ୍କ ସହ ସେହି ଧ୍ଵଂସର ସୁଇଚ୍‌ ମଧ୍ୟ ସାଙ୍ଗରେ ନେଇ ଟ୍ରମ୍ପଙ୍କ ପାଖକୁ ଯାଇଥିଲେ । ଯାହା ମସ୍‌କୋଠାରୁ ୧୦୦୦ କିଲୋମିଟର ଦୂରରେ ଥିଲେ ବି ଋଷର ନ୍ୟୁକ୍ଲିୟର ବମ୍‌କୁ ଆକ୍ଟିଭ କରିପାରେ । ଆଉ ସେଇଠୁ ହିଁ ଆମେରିକା ଉପରେ ନ୍ୟୁକ୍ଲିୟର ଆଟାକ୍‌ ହୋଇପାରେ । କୁହାଯାଏ ପୁଟିନଙ୍କ ସୁରକ୍ଷା ବଳୟ ଏତେ ମଜଭୁତ ଯେ ତାଙ୍କ ବିନା ପରିମିଶନରେ ପିମ୍ପୁଡ଼ି ବି ପଶିପାରିବନି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump-Putin Meet: Putin sat in front of Trump holding a nuclear bomb switch! | Argus News