Videos
|
International

Donald Trump / ମିଳିଲାନି ନୋବେଲ ପୁରସ୍କାର, ଟ୍ରମ୍ପ କହିଲେ ଯୁଦ୍ଧ କର...

Banajyotshna Ray
Browse all articles by Banajyotshna Ray
·11 months ago·2 min read
ମିଳିଲାନି ନୋବେଲ ପୁରସ୍କାର, ଟ୍ରମ୍ପ କହିଲେ ଯୁଦ୍ଧ କର...

Key Points

ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ କଞ୍ଚା ମିଛ କହିଦେଲେ ଟ୍ରମ୍ପ ।ନୋବେଲ ପୁରସ୍କାର ପାଇବାରୁ ବଞ୍ଚିତ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟ୍‌କା ଲାଗିଛି


ବଡ଼ ମିଛ କହୁଛନ୍ତି ଡୋନାଲ୍ଡ ଟ୍ରମ୍ପ। କହୁ କହୁ ଅନେକ କଥା କହିଗଲେ ଆମେରିକା ରାଷ୍ଟ୍ରପତି। ନୋବେଲ ପୁରସ୍କାର ପାଇବାରୁ ବଞ୍ଚିତ ହେବା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଲାଗିଛି ବଡ଼ ଝଟ୍‌କା ଲାଗିଛି। କିନ୍ତୁ ସେ ଭାରତ-ପାକିସ୍ତାନ ଯୁଦ୍ଧବିରତିର ଶ୍ରେୟ ନେବାକୁ ଅଟଳ ରହିଛନ୍ତି। ଟ୍ରମ୍ପ ପୁଣି ଥରେ ଯୁଦ୍ଧ ସମାଧାନ କରିଥିବା ନେଇ ଦାବି କରିଛନ୍ତି। ସେ ଟାରିଫ୍‌ ଲଗାଇବା ଧମକ ଦେଇ ବିଶ୍ୱର ଅନେକ ଯୁଦ୍ଧ ବନ୍ଦ କରିଛନ୍ତି।


କଣ କହିଲେ ଟ୍ରମ୍ପ?


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଟ୍ରମ୍ପ ପାକିସ୍ତାନ-ଆଫଗାନିସ୍ତାନ ଯୁଦ୍ଧ ଉପରେ ମଧ୍ୟ ପ୍ରତିକ୍ରିୟା ଦେଇଥିଲେ। ସେ କହିଥିଲେ, ଏହା ମୋର ଅଷ୍ଟମ ଯୁଦ୍ଧ ହେବ ଯାହାକୁ ମୁଁ ବନ୍ଦ କରିଦେଇଛି। ମୁଁ ଶୁଣିଛି ଯେ ପାକିସ୍ତାନ ଏବଂ ଆଫଗାନିସ୍ତାନ ମଧ୍ୟରେ ମଧ୍ୟ ଏକ ଯୁଦ୍ଧ ଚାଲିଛି, କିନ୍ତୁ ମୋତେ ମୋର ପାଇଁ ଅପେକ୍ଷା କରିବାକୁ ପଡିବ। ମୁଁ ଆଉ ଏକ ଯୁଦ୍ଧ ଶେଷ କରୁଛି। ମୁଁ ଯୁଦ୍ଧ ବନ୍ଦ କରିବାରେ ବିଶେଷଜ୍ଞ। ମୁଁ ବର୍ଷ ବର୍ଷ ଧରି ଚାଲିଥିବା ଅନେକ ଯୁଦ୍ଧକୁ ବନ୍ଦ କରିଛି, ଯେଉଁଥିରେ ୩୧ ବର୍ଷ ଧରି ଚାଲିଥିବା ଯୁଦ୍ଧ ମଧ୍ୟ ସାମିଲ ଅଛି। ମୁଁ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଲି। ମୁଁ ନୋବେଲ ପୁରସ୍କାର ପାଇଁ ଏହା କରି ନ ଥିଲି, କିନ୍ତୁ ଜୀବନ ବଞ୍ଚାଇବା ପାଇଁ ମୁଁ ଯୁଦ୍ଧ ବନ୍ଦ କରିଥିଲି।


ସେ କହିଛନ୍ତି, ମୁଁ କେବଳ ଟାରିଫ୍‌ ମାଧ୍ୟମରେ ଯୁଦ୍ଧ ବନ୍ଦ କରିଛି। ଭାରତ-ପାକିସ୍ତାନ ଯୁଦ୍ଧ ଏହାର ଉଦାହରଣ। ମୁଁ ଉଭୟ ଦେଶକୁ କହିଥିଲି, ଯଦି ତୁମେ ଯୁଦ୍ଧ କରିବାକୁ ଚାହୁଁଛ, ତେବେ ଯୁଦ୍ଧ କର। ତୁମର ପରମାଣୁ ଅସ୍ତ୍ର ଅଛି। ମୁଁ ତୁମ ଉଭୟଙ୍କ ଉପରେ ୧୦୦, ୧୫୦, କିମ୍ବା ୨୦୦ ପ୍ରତିଶତ ଟାରିଫ୍‌ ଲାଗୁ କରିବି। ମୁଁ ୨୪ ଘଣ୍ଟା ମଧ୍ୟରେ ସେହି ସମସ୍ୟାର ସମାଧାନ କରିଦେଇଥିଲି।


ଏଥିସହ ପଢ଼ନ୍ତ: ମିଳିଲାନି ନୋବେଲ…ଚୀନ୍ ଉପରେ ରାଗ ସୁଝାଇଲେ ଟ୍ରମ୍ପ, ଲଗାଇଲେ ୧୦୦ ପ୍ରତିଶତ ଟାରିଫ୍


ଏୟାର ଫୋର୍ସ ୱାନରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ଟ୍ରମ୍ପ କହିଛନ୍ତି, ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଶେଷ ହୋଇଛି। ଯୁଦ୍ଧବିରତି ଚୁକ୍ତିନାମା ବଜାୟ ରହିବ। ଏହା ବଜାୟ ରହିବାର ଅନେକ କାରଣ ଅଛି, କିନ୍ତୁ ମୁଁ ଭାବୁଛି ଲୋକମାନେ ଏଥିରେ କ୍ଳାନ୍ତ। ଯିହୂଦୀ, ମୁସଲିମ, କିମ୍ବା ଆରବ ହେଉଆମେ ସମସ୍ତଙ୍କୁ ଖୁସି କରିବୁ। ଇସ୍ରାଏଲ ପରେ, ଆମେ ମିଶର ଯିବୁ ଏବଂ ସମସ୍ତ ଶକ୍ତିଶାଳୀ ଏବଂ ପ୍ରମୁଖ ଦେଶର ନେତାମାନଙ୍କ ସହିତ ସାକ୍ଷାତ କରିବୁ। ସେମାନେ ସମସ୍ତେ ଏହି ଚୁକ୍ତିର ଅଂଶ।
ଚଳିତ ଥର ଭେନେଜୁଏଲାର ବିରୋଧୀ ଦଳ ନେତା ମାରିଆ କୋରିନା ମଚାଡୋଙ୍କୁ ନୋବେଲ ଶାନ୍ତି ପୁରସ୍କାର ମିଳିଛି । ତେବେ ପୂର୍ବରୁ ଟ୍ରମ୍ପ ଦାବି କରୁଥିଲେ ଯେ ଏଥର ନୋବେଲ ଶାନ୍ତି ପୁରସ୍କାର ତାଙ୍କୁ ମିଳିବା ଉଚିତ୍ । ଆଉ ଏବେ ନୋବେଲ ନ ମିଳିବା ପରେ ଚୀନ୍ ଉପରେ ରାଗ ସୁଝାଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।ନୋବେଲ ପୁରଷ୍କାର ପାଇବାରୁ ବଞ୍ଚିତ ହେବା ପରେ ବିଳିବିଳାଉଛନ୍ତି ଟ୍ରମ୍ପ। ଯାହାକୁ ନେଇ ଭିନ୍ନ ଭିନ୍ନ ମତ ଦେଉଛନ୍ତି। କେବଳ ସେତିକି ନୁହେଁ, ଆଗରୁ କହୁଥିଲେ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି କିନ୍ତୁ ଏବେ କିଛି ଅଲଗା। ତେବେ ଆଗକୁ ପରିସ୍ଥିତି କଣ ହେଉଛି ତାହା ଉପରେ ସମସ୍ତଙ୍କ ନଜର। 


ଅଧିକ ପଢ଼ନ୍ତୁ ବିଦେଶ ଖବର: 


Related Topics

Explore more stories

Donald Trump | Trump Reacts After Missing Nobel Prize, Says “Fight for Peace” | Argus News | Argus News