Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ୧୦ ବର୍ଷ ହେଲା ଏଠି ପାଦ ରଖିନି ମଣିଷ, ତଥାପି ଟ୍ରମ୍ପ ଲଗାଇଲେ ୧୦% ଟାରିଫ୍

International

୧୦ ବର୍ଷ ହେଲା ଏଠି ପାଦ ରଖିନି ମଣିଷ, ତଥାପି ଟ୍ରମ୍ପ ଲଗାଇଲେ ୧୦% ଟାରିଫ୍

Sushanta Sahoo
Browse all articles by Sushanta Sahoo
·1 year ago·2 min read
୧୦ ବର୍ଷ ହେଲା ଏଠି ପାଦ ରଖିନି ମଣିଷ, ତଥାପି ଟ୍ରମ୍ପ ଲଗାଇଲେ ୧୦% ଟାରିଫ୍

ଟ୍ରମ୍ପଙ୍କ ଟାରିଫ୍ ପ୍ରଭାବ ଦୁନିଆ ଉପରେ ପଡ଼ିଛି । ବିଶ୍ଵର ବିଭିନ୍ନ ଦେଶ ଉପରେ ଆମେରିକା ଲଗାଇଛି ରିହାତି ପାରସ୍ପରିକ ଟାରିଫ୍ । ଭାରତ ସହ ଅନେକ ଦେଶ ଉପରେ ଆମେରିକା ବଡ଼ ଧରଣର ଟାରିଫ୍ ଲଗାଇଛି । ଟାରିଫ୍‌ ଚର୍ଚ୍ଚା ଭିତରେ ଆଣ୍ଟକର୍ଟିକା ନିକଟ ଅଷ୍ଟ୍ରେଲିଆର ଏକ ଦ୍ଵୀପ ଉପରେ ୧୦ ପ୍ରତିଶତ ଟାରିଫ୍ ଲଗାଇଛି ଆମେରିକା । ଆଶ୍ଚର୍ଯ୍ୟର କଥା ଏହି ଦ୍ଵୀପରେ କୌଣସି ଲୋକ ରୁହନ୍ତି ନାହିଁ ।


ଏହି ଦ୍ଵୀପ ହେଉଛି ହର୍ଡ ଦ୍ଵୀପ । ଏହା ଅଷ୍ଟ୍ରେଲିଆ ସରକାରଙ୍କ ଅଧିନରେ ରହିଛି । ହର୍ଡ ଦ୍ଵୀପ ଓ ମ୍ୟାଡୋନାଲ୍ଡ ଦ୍ଵୀପକୁ ପୃଥିବୀର ସବୁଠୁ ନିର୍ଜନ ସ୍ଥାନ ଭାବେ ଜଣାଯାଏ । ଅଷ୍ଟ୍ରେଲିଆର ପର୍ଥ ସହରରୁ ହର୍ଡ ଦ୍ଵୀପକୁ ଡଙ୍ଗାରେ ଯିବା ଲାଗି ୨ ସପ୍ତାହ ସମୟ ଲାଗେ । ଆଉ କୁହାଯାଏ ପ୍ରାୟ ଗୋଟିଏ ଦଶନ୍ଧି ଧରି କୌଣସି ମଣିଷ ଏହି ଦ୍ଵୀପରେ ପାଦ ରଖି ନାହିଁ ।


ଆଉ ଏଭଳି ସ୍ଥିତିର ହର୍ଡ ଦ୍ଵୀପ ଉପରେ ଟ୍ରମ୍ପ ଟାରିଫ୍ ଲଗାଇବା ପରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅନ୍ଥୋନି ଅଲ୍‌ବନିଜ୍ ସମାଲୋଚନା କରିଛନ୍ତି । କହିଛନ୍ତି, ଏ ପୃଥିବୀରେ କେହି ବି ସୁରକ୍ଷିତ ନୁହନ୍ତି । ଟ୍ରମ୍ପ ପ୍ରଶାସନର ଟାରିଫ୍ ଯୁକ୍ତିଯୁକ୍ତ ନୁହେଁ । କୌଣସି ବନ୍ଧୁ ଏଭଳି ବ୍ୟବହାର କରେ ନାହିଁ । ତେବେ ଅଷ୍ଟ୍ରେଲିଆ ପ୍ରତିକ୍ରିୟାଶୀଳ ହୋଇ ଆମେରିକା ବିରୋଧରେ କୌଣସି ଟାରିଫ୍ ଲଗାଇବା ନାହିଁ ବୋଲି କହିଛନ୍ତି ଅଲ୍‌ବନିଜ୍ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ସେ କହିଛନ୍ତି, ଦରଦାମ ଆକାଶ ଛୁଆଁ ହେବା ଭଳି କୌଣସି ଅଣନିଶ୍ଵାସୀ ଦୌଡ଼ରେ ଅଷ୍ଟ୍ରେଲିଆ ସାମିଲ୍ ହେବ ନାହିଁ । ଏହାଦ୍ଵାରା ଅଭିବୃଦ୍ଧି ତଳଗାମୀ ହେବ । ଆଣ୍ଟକର୍ଟିକା ପ୍ରୋଗ୍ରାମ ଜରିଆରେ ଅଷ୍ଟ୍ରେଲିଆର ଫ୍ରେମେଣ୍ଟାଲରୁ ହର୍ଡ ପହଞ୍ଚିବାକୁ ପ୍ରାୟ ୧୦ ଦିନ ଲାଗିଥାଏ । ତେବେ ଏହା ପାଣିାପଗ ଉପରେ ନିର୍ଭରଶୀଳ । ସେଠାରେ ମଣିଷ ନୁହେଁ ପେଙ୍ଗୁଇନ୍, ସିଲ୍‌ଙ୍କ ଭଳି ଭିନ୍ନ ଭିନ୍ନ ପକ୍ଷୀ ବାସ କରନ୍ତି ।


ସୂଚନାଯୋଗ୍ୟ, ଏପ୍ରିଲ୍ ୨ ତାରିଖରେ ହ୍ଵାଇଟ୍ ହାଉସ୍‌ର ରୋଜ ଗାର୍ଡେନ୍‌ରୁ ଗଣମାଧ୍ୟମକୁ ସମ୍ବୋଧିତ କରି ଟ୍ରମ୍ପ ୧୮୦ଟି ଦେଶ ଉପରେ ରିହାତି ପାରସ୍ପରିକ ଟାରିଫ୍ ଲଗାଇଛନ୍ତି । ଆଉ କହିଛନ୍ତି, ଆମେ ଆମେରିକାକୁ ସମ୍ପୂର୍ଣ୍ଣ ବନାଇବୁ । ଏହି ଅବସରରେ ଟ୍ରମ୍ପ ଭାରତ. ଚୀନ, ୟୁରୋପୀୟ ୟୁନିଅନ୍, ଦକ୍ଷିଣ କୋରିଆ, ବାଂଲାଦେଶ, ଶ୍ରୀଲଙ୍କା ଓ ପାକିସ୍ତାନ ସହ ଅନ୍ୟ ଦେଶକୁ ଚାର୍ଟ ଦେଖାଇ ଟାରିଫ୍ ଲଗାଇବାର ଘୋଷଣା କରିଥିଲେ ।

Education Next Season 5
Sponsored
Trump Reciprocal Tariff On Antarctic Islands Heard Island Inhabited By Penguins Birds | Argus News