Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

America Downfall / ହ୍ୱାଇଟ୍ ହାଉସରୁ ଶୁଭିଲାଣି ବିଦ୍ରୋହର ସ୍ୱର ! ଟ୍ରମ୍ପଙ୍କ ପାଇଁ ସବୁ ସର୍ବନାଶ...

Banajyotshna Ray
Browse all articles by Banajyotshna Ray
·3 months ago·3 min read
ହ୍ୱାଇଟ୍ ହାଉସରୁ ଶୁଭିଲାଣି ବିଦ୍ରୋହର ସ୍ୱର ! ଟ୍ରମ୍ପଙ୍କ ପାଇଁ ସବୁ ସର୍ବନାଶ...
Donald Trump

Key Points

ଆମେରିକାର ସର୍ବନାଶ ପାଇଁ କ’ଣ ଟ୍ରମ୍ପ ହିଁ ଦାୟୀ?
ହ୍ୱାଇଟ୍ ହାଉସରୁ ଶୁଭିଲାଣି ବିଦ୍ରୋହର ସ୍ୱର!
ସବୁ ଦୋଷ ଟ୍ରମ୍ପଙ୍କର
କେବେ ଥମିବ ଯୁଦ୍ଧ। କେବେ ବଦଳିବ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତାଧାରା। କେବେ ସବୁ ଦେଶ ଶାନ୍ତିରେ ରହିବେ। ଏମିତି ଅନେକ ପ୍ରଶ୍ନ ବର୍ତ୍ତମାନ ସବୁ ଦେଶର। କେବଳ ସେତିକି ନୁହେଁ ହ୍ୱାଇଟ୍ ହାଉସରୁ ଶୁଭିଲାଣି ବିଦ୍ରୋହର ସ୍ୱର! ବର୍ତ୍ତମାନର ବିଶ୍ୱ ରାଜନୀତିରେ ଆମେରିକାର ସ୍ଥିତିକୁ ନେଇ ଏକ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପ୍ରତିଷ୍ଠିତ ଗଣମାଧ୍ୟମ ‘ଦ ସିଟିଜେନ୍‌’ (The Citizen) ର ଏକ ସଦ୍ୟ ପ୍ରକାଶିତ ସମ୍ପାଦକୀୟ ଅନୁଯାୟୀ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ଜିଦ୍ ଏବଂ ଅଦୂରଦର୍ଶୀ ନୀତି ଯୋଗୁଁ ଆମେରିକାକୁ ଏକ ଗଭୀର ସଙ୍କଟ ଆଡକୁ ଟାଣି ନେଉଛନ୍ତି।ଗୋଟିଏ ପଟେ ଟ୍ରମ୍ପ ‘ମେକ୍ ଆମେରିକା ଗ୍ରେଟ୍ ଏଗେନ୍‌’ ବୋଲି ଦାବି କରୁଥିବା ବେଳେ, ଅନ୍ୟପଟେ ତାଙ୍କର କାର୍ଯ୍ୟକଳାପ ଆମେରିକାକୁ ଏକ ବିରାଟ ବଡ଼ ଗର୍ତ୍ତକୁ ଠେଲି ଦେଉଥିବା ମନେହେଉଛି।

ଯଦି ସମୟ ଥାଉ ଥାଉ ଏହାର ସମାଧାନ ନହୁଏ, ତେବେ ବିଶ୍ୱ ଇତିହାସରେ ଆମେରିକାର ସାମ୍ରାଜ୍ୟ ପତନ ପାଇଁ ଟ୍ରମ୍ପ ହିଁ ଦାୟୀ ରହିବେ ବୋଲି ଅନ୍ତର୍ଜାତୀୟ ବିଶେଷଜ୍ଞମାନେ ଆଶଙ୍କା ପ୍ରକଟ କରୁଛନ୍ତି।ଏହି ରିପୋର୍ଟରେ ଟ୍ରମ୍ପଙ୍କୁ ସିଧାସଳଖ ଟାର୍ଗେଟ କରାଯାଇ କୁହାଯାଇଛି ଯେ, ସେ ଆମେରିକାର ମର୍ଯ୍ୟାଦାକୁ ଧୂଳିସାତ୍ କରିବା ସହ ଦେଶକୁ ଅଧଃପତନର ଶେଷ ସୀମାରେ ପହଞ୍ଚାଇ ଦେଇଛନ୍ତି। ଅନ୍ୟପଟେ ସାଉଦି ଆରବ, କତାର ଏବଂ ୟୁଏଇ (UAE) ଭଳି ପଶ୍ଚିମ ଏସିଆର ମିତ୍ର ଦେଶମାନେ ମଧ୍ୟ ଅନୁଭବ କରୁଛନ୍ତି ଯେ ଆମେରିକା ଏବେ ସେମାନଙ୍କୁ ସୁରକ୍ଷା ଦେବାକୁ ଅସମର୍ଥ।ୟୁରୋପୀୟ ଦେଶଗୁଡ଼ିକ ଏବେ ଆମେରିକା ଠାରୁ ଦୂରେଇ ଯିବାକୁ ଚେଷ୍ଟା କରୁଛନ୍ତି। ନାଟୋ (NATO) ଭଳି ଶକ୍ତିଶାଳୀ ସଂଗଠନ ମଧ୍ୟ ଦୁର୍ବଳ ହେବାରେ ଲାଗିଛି। ସ୍ପେନ୍ ଭଳି ଦେଶ ଆମେରିକା ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା ବେଳେ ଫ୍ରାନ୍ସ, ଜର୍ମାନୀ ଏବଂ ବ୍ରିଟେନ୍ ମଧ୍ୟ ନିଜ ନିଜର ସ୍ୱାର୍ଥ ଦେଖି ଟ୍ରମ୍ପଙ୍କ ନୀତିରୁ ଦୂରତା ବଜାୟ ରଖୁଛନ୍ତି।

ଟ୍ରମ୍ପଙ୍କ ନିଷ୍ପତ୍ତିକୁ ନେଇ କେବଳ ବିରୋଧୀ ନୁହନ୍ତି, ବରଂ ନିଜର ରିପବ୍ଲିକାନ ପାର୍ଟି ଭିତରେ ମଧ୍ୟ କୋକୁଆ ଭୟ ଦେଖାଦେଇଛି। ଯଦିଓ ଦଳର ଅଧିକାଂଶ ନେତା ଚୁପ୍ ରହିଛନ୍ତି, କିନ୍ତୁ କିଛି ସିନେଟର ଟ୍ରମ୍ପଙ୍କ କାର୍ଯ୍ୟକଳାପକୁ ବିରୋଧ କରିବା ଆରମ୍ଭ କଲେଣି। ଅନ୍ୟପଟେ, ଆମେରିକୀୟ ସାମରିକ ବାହିନୀ ବା ମିଲିଟାରୀ ଭିତରେ ବିଦ୍ରୋହର ସ୍ୱର ଶୁଣାଯାଉଛି।

.ଏକମାତ୍ର ସମାଧାନ?

‘ଦ ସିଟିଜେନ୍‌’ ସମ୍ପାଦକୀୟର ମତ ଅନୁଯାୟୀ, ଯଦି ଆମେରିକାବାସୀ ଏବଂ ସେଠାକାର ସଂସଦ ତୁରନ୍ତ ଟ୍ରମ୍ପଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରନ୍ତି, ତେବେ ପରିସ୍ଥିତି ଆହୁରି ଭୟଙ୍କର ହେବ। ଆମେରିକାର ସୁପର ପାୱାର ମାନ୍ୟତା ଫେରାଇ ଆଣିବାକୁ ହେଲେ ଟ୍ରମ୍ପଙ୍କୁ କ୍ଷମତାରୁ ହଟାଇବା ବା ଅଭିଶଂସନ (Impeachment) କରିବା ହିଁ ଏକମାତ୍ର ଶେଷ ଉପାୟ ବୋଲି ଏହି ବିଶ୍ଳେଷଣରେ କୁହାଯାଇଛି। ରିପୋର୍ଟରେ ଏକ ବଡ଼ ଦାବି କରାଯାଇଛି ଯେ, ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ପ୍ରଭାବରେ ପଡ଼ି ଟ୍ରମ୍ପ ଆମେରିକାକୁ ଏକ ଅନାବଶ୍ୟକ ଯୁଦ୍ଧ ଭିତରକୁ ଠେଲି ଦେଇଛନ୍ତି।

ଏଥିସହ ପଢ଼ନ୍ତୁ: ବନ୍ଦ କରିଦିଅ ଯୁଦ୍ଧ: ଶି ଜିନପିଙ୍ଗଙ୍କୁ ଭେଟିଲେ ତାଇୱାନ ବିରୋଧୀ ନେତ୍ରୀ

ଇରାନ ସହ ଚାଲିଥିବା ଏହି ଛାୟା ଯୁଦ୍ଧରେ ଆମେରିକାର ଅନେକ ସୈନ୍ୟ ଘାଟି କ୍ଷତିଗ୍ରସ୍ତ ହୋଇଛି ଏବଂ ସୈନିକମାନେ ପ୍ରାଣ ହରାଇଛନ୍ତି। ଟକର୍ କାର୍ଲସନଙ୍କ ଭଳି ପୁରୁଣା ମାଗା (MAGA) ସମର୍ଥକମାନେ ମଧ୍ୟ ଏବେ ଟ୍ରମ୍ପଙ୍କୁ ସତର୍କ କରାଇବା ଆରମ୍ଭ କଲେଣି। ସେମାନଙ୍କ ମତରେ, ଆମେରିକା ନିଜ ସ୍ୱାର୍ଥ ରକ୍ଷା କରିବା ପରିବର୍ତ୍ତେ ଅନ୍ୟ ଦେଶର ଯୁଦ୍ଧ ଲଢି ନିଜକୁ ବରବାଦ କରୁଛି। ଅନେକ ଦକ୍ଷ ସାମରିକ ଅଧିକାରୀଙ୍କୁ ବହିଷ୍କାର କରାଯାଉଥିବାରୁ ସେନା ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ବିଶେଷ କରି ପ୍ରତିରକ୍ଷା ସଚିବ ପିଟ୍ ହେଗସେଥଙ୍କ ଭଳି ‘ଅନଭିଜ୍ଞ’ ବ୍ୟକ୍ତିଙ୍କ ନିଷ୍ପତ୍ତି ସେନାକୁ ଦୁର୍ବଳ କରୁଥିବା ରିପୋର୍ଟରେ ଦର୍ଶାଯାଇଛି।

.ଇରାନ ପ୍ରସଙ୍ଗରେ ଟ୍ରମ୍ପଙ୍କ ବିବାଦୀୟ ବୟାନ:


ରିପୋର୍ଟ ଅନୁଯାୟୀ, ଇରାନକୁ ନେଇ ଟ୍ରମ୍ପ ନିକଟରେ ଦେଇଥିବା କିଛି ସୋସିଆଲ ମିଡିଆ ପୋଷ୍ଟ ତାଙ୍କର ମାନସିକ ସନ୍ତୁଳନ ଉପରେ ପ୍ରଶ୍ନ ଉଠାଇଛି। ଟ୍ରମ୍ପ ନିଜର ଏକ ପୋଷ୍ଟରେ ଇରାନର ଗୁରୁତ୍ୱପୂର୍ଣ୍ଣ ବ୍ରିଜ୍ ଏବଂ ପାୱାର ପ୍ଲାଣ୍ଟ ଉପରେ ଆକ୍ରମଣ କରିବାକୁ ଧମକ ଦେବା ସହ ଅତ୍ୟନ୍ତ ଅସଂଯତ ଭାଷା ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଧମକପୂର୍ଣ୍ଣ ବାର୍ତ୍ତା କେବଳ ଇରାନକୁ ନୁହେଁ, ବରଂ ବିଶ୍ୱ ସମୁଦାୟକୁ ମଧ୍ୟ ଚକିତ କରିଛି। ଗମ୍ଭୀର ବିଚାରକମାନେ ଟ୍ରମ୍ପଙ୍କ ଏଭଳି ଆଚରଣକୁ ଜଣେ ଦାୟିତ୍ୱବାନ ରାଷ୍ଟ୍ରପତିଙ୍କ ବଦଳରେ ଜଣେ ‘ଉନ୍ମାଦ’ ବ୍ୟକ୍ତିଙ୍କ ସହ ତୁଳନା କରୁଛନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର:
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
America Downfall | Is Trump Responsible for America’s Downfall? | Argus News