Trump / ଆମେରିକାରେ ପ୍ରତିଭାବାନ ଲୋକଙ୍କ ଅଭାବ ଅଛି: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ

Key Points
ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ H-1B ଭିସାର ସମର୍ଥନରେ ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ଆମେରିକାରେ ପ୍ରତିଭାବାନ ଲୋକଙ୍କ ଅଭାବ ଅଛି । ଏହି ବ୍ୟବସ୍ଥାକୁ ଆମେ ବନ୍ଦ କରି ପାରିବୁ ନାହିଁ। ଏହି ବ୍ୟବସ୍ଥାକୁ ବନ୍ଦ କରିବା ଦ୍ୱାରା ଆମେରିକାର ସିଧାସଳଖ କ୍ଷତି ହେବ। ତେଣୁ H-1B ଭିସା ବ୍ୟବସ୍ଥା ଅତ୍ୟାବଶ୍ୟକ। ଯଦି ଏହାକୁ ଉଚ୍ଛେଦ କରାଯାଏ, ତେବେ ସମସ୍ତ କାମ ଠପ୍ ହୋଇଯିବ। ସେ କହିଛନ୍ତି, ଭିଡ଼ ନୁହେଁ, କାମ କରିବା ପାଇଁ ପ୍ରତିଭା ଆବଶ୍ୟକ ।
ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଏପରି ଏକ ସମୟରେ ଆସିଛି ଯେତେବେଳେ ଆମେରିକା ପ୍ରଶାସନ H-1B ଭିସାର ଶୁଳ୍କକୁ ୧୦୦,୦୦୦ ଆମେରିକୀୟ ଡଲାରକୁ ବୃଦ୍ଧି କରିଛି । ଆମେରିକା ପ୍ରଶାସନ ଯୁକ୍ତି ଦେଇଛନ୍ତି, ଏହି ଶୁଳ୍କ ବୃଦ୍ଧି ବିଦେଶୀମାନଙ୍କୁ ନିରୁତ୍ସାହିତ କରିବ ।
କିଛି ମାସ ପୂର୍ବରୁ, ଟ୍ରମ୍ପ ପ୍ରଶାସନ ଦ୍ବାର ଏଚ-୧ ବି ଭିସା ଉପରେ ଲଗାଯାଇଥିବା ୧ ଲକ୍ଷ ଡଲାରର ଅତିରିକ୍ତ ଫିସ୍ ଯୋଗୁଁ ଉଭୟ ଆମେରିକୀୟ ଓ ଭାରତୀୟ ଟେକନଲୋଜି କମ୍ପାନିମାନେ ବିଶେଷଭାବେ ପ୍ରଭାବିତ ହେବେ । ଏହା ଭାରତୀୟ ଆଇଟି ପେସାଦାରଙ୍କ ଆମେରିକା ସ୍ବପ୍ନକୁ ଚୁରମାର କରିପାରେ । କାରଣ ଭାରତୀୟ ପେସାଦାରମାନେ ସର୍ବାଧିକ ଏଚ୧ବି ଭିସାର ସୁଯୋଗ ଉଠାଇଥାନ୍ତି । ଟ୍ରମ୍ପ ପ୍ରଶାସନର ଏହି ନିଷ୍ପତ୍ତି ଦ୍ବାରା ଆମେରିକାରେ କାମ କରୁଥିବା କମ୍ପାନିମାନଙ୍କ ବିଦେଶୀ କର୍ମଚାରୀ ରଖିବା ଖର୍ଚ୍ଚ ବଢିବ । ଏହା ଫଳରେ ସେମାନେ ଭାରତ ଓ ଅନ୍ୟ ଦେଶମାନଙ୍କ ଅପେକ୍ଷା ଆମେରିକୀୟ କର୍ମଚାରୀ ରଖିବାକୁ ପସନ୍ଦ କରିବେ । କିନ୍ତୁ ଏହା ମଧ୍ୟ ବ୍ୟୟବହୁଳ ହେବ ।
ଏହାର ଏକ ସକାରାତ୍ମକ ଦିଗ ବି ରହିଛି । ଏଚ-୧ ବି ଭିସାରେ କମ୍ପାନୀମାନେ ଭାରତୀୟ ପ୍ରଯୁକ୍ତି ପେସାଦାରଙ୍କୁ ସିଧାସଳଖ ଆମେରିକାକୁ କାମ ପାଇଁ ପଠାଇଥାନ୍ତି। କିନ୍ତୁ ଏଚ-୧ ବି ଭିସା ବ୍ୟୟବହୁଳ ହେବା ପରେ କମ୍ପାନିମାନେ ବିଦେଶୀ ପେସାଦାରଙ୍କୁ ଆମେରିକା ଡକାଇବା ଅପେକ୍ଷା ଆଉଟସୋର୍ସିଂ ଉପରେ ଅଧିକ ଗୁରୁତ୍ବ ଦେବେ ।
ଟ୍ରମ୍ପ୍ଙ୍କ ଏହି ମନ୍ତବ୍ୟ ପରେ ଅନୁମାନ କରାଯାଉଛି, ଆମେରିକା ପ୍ରଶାସନ H-1B ଭିସା ସମ୍ବନ୍ଧୀୟ ନିୟମଗୁଡ଼ିକୁ ପୁଣି ଥରେ ସଂଶୋଧନ କରିପାରେ । ଆମେରିକାରେ ଭାରତୀୟମାନଙ୍କ ଦ୍ଵାରା ସର୍ବାଧିକ ଏହି ଭିସା ବ୍ୟବହୃତ ହୋଇଥାଏ । ଆମେରିକା ସରକାରଙ୍କ ଅନୁଯାୟୀ, ୨୦୨୩-୨୪ ରେ ୨୮୩,୩୯୭ ଭାରତୀୟ ଏହି ଭିସାରେ ଆମେରିକା ଆସିଥିଲେ। ଏହା ସମସ୍ତ H-1B ଭିସାର ୭୧ ପ୍ରତିଶତ।
ଅଧିକ ପଢ଼ନ୍ତୁ ବିଦେଶ ଖବର...
📱 Get Argus News App
✨Related Topics
Explore more stories