Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - କମଲାଙ୍କ ଉପରେ ବର୍ଷିଲେ ଟ୍ରମ୍ପ : କହିଲେ, ସେ ନିର୍ବାଚନ ଜିତିଲେ ତୃତୀୟ ବିଶ୍ଵଯୁଦ୍ଧ ନିଶ୍ଚିତ

International

କମଲାଙ୍କ ଉପରେ ବର୍ଷିଲେ ଟ୍ରମ୍ପ : କହିଲେ, ସେ ନିର୍ବାଚନ ଜିତିଲେ ତୃତୀୟ ବିଶ୍ଵଯୁଦ୍ଧ ନିଶ୍ଚିତ

Sarbeswar Mohapatra
Browse all articles by Sarbeswar Mohapatra
·1 year ago·2 min read
କମଲାଙ୍କ ଉପରେ ବର୍ଷିଲେ ଟ୍ରମ୍ପ : କହିଲେ, ସେ ନିର୍ବାଚନ ଜିତିଲେ ତୃତୀୟ ବିଶ୍ଵଯୁଦ୍ଧ ନିଶ୍ଚିତ

Key Points

  • ସପ୍ତାହେ ପରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ
  • ପୁଣି ମୁହାଁମୁହିଁ ହେଲେ ଟ୍ରମ୍ପ-ହାରିସ

ଅର୍ଗସ ବ୍ୟୁରୋ: ପାଖେଇ ଆସୁଛି ଆମେରିକା ରାଷ୍ଟ୍ରପତି ନିର୍ବାଚନ । ନଭେମ୍ବରରେ ପଡ଼ିବ ଭୋଟ୍‌ । ହେଲେ ଏବେଠୁ ରାଷ୍ଟ୍ରପତି ପ୍ରାର୍ଥୀଙ୍କ ମଧ୍ୟରେ ବାକ୍‌ଯୁଦ୍ଧ ଦେଖିବାକୁ ମିଳୁଛି । କାରଣ ଟ୍ରମ୍ପ କହିଛନ୍ତି, ଯଦି ହାରସ ନିର୍ବାଚିତ ହୁଅନ୍ତି ରାଷ୍ଟ୍ରପତି ଭାବରେ ତାହାଲେ ତୃତୀୟ ବିଶ୍ଵଯୁଦ୍ଧ ନିଶ୍ଚୟ ହେବ । ଖାଲି ଏତିକି ନୁହେଁ ବରଂ ସେ କମଲା ରାଷ୍ଟ୍ରପତି ପଦ ଲାଗି ଆଦୌ ଯୋଗ୍ୟ ପ୍ରାର୍ଥୀ ନୁହନ୍ତି ବୋଲି ସ୍ପଷ୍ଟ ଭାବରେ କହିଛନ୍ତି ଟ୍ରମ୍ପ । ଯାହାକୁ ନେଇ ଜୋରଦାର ଚର୍ଚ୍ଚା ହେବା ସହିତ ଟ୍ରମ୍ପଙ୍କୁ ସମାଲୋଚନା କରିଛନ୍ତି ହାରିସ । 

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ପ୍ରେସିଡେଣ୍ଟସିଆଲ ଡିବେଟ୍‌ର ଆୟୋଜନ ହୁଏ । ଏହି ଡିବେଟ୍‌ରେ ପ୍ରାର୍ଥୀ ପରସ୍ପରକୁ ଟାର୍ଗେଟ୍‌ କରନ୍ତି । ହେଲେ ଟ୍ରମ୍ପ ଯେଉଁପରି କଥା କହିଛନ୍ତି କମଲାଙ୍କୁ ନେଇ ତାହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । କାରଣ ସେ କହିଛନ୍ତି, କମଲା ଚୀନ ରାଷ୍ଟ୍ରପତି ଜିନପିଙ୍ଗ ଓ ଋଷିଆର ରାଷ୍ଟ୍ରପତି ପୁଟିନଙ୍କ ସହ କେମିତି କଥାବାର୍ତ୍ତା ହେବାକୁ ହୁଏ ସେ ଜାଣନ୍ତି ନାହିଁ । ଯଦି ଆଗାମୀ ଦିନରେ ସେ ରାଷ୍ଟ୍ରପତି ଭାବରେ ନିର୍ବାଚନ ହୁଅନ୍ତି ତାହାଲେ ତୃତୀୟ ବିଶ୍ଵଯୁଦ୍ଧ ନିଶ୍ଚୟ ବୋଲି ଟ୍ରମ୍ପ କହିଛନ୍ତି ।  କେବଳ ଏତିକି ନୁହେଁ ବରଂ ଟ୍ରମ୍ପ କହିଛନ୍ତି ଯେ ହାରିସ୍‌ଙ୍କୁ ରାଷ୍ଟ୍ରପତି କରିବାର ଅର୍ଥ ଦେଶର ଲକ୍ଷ ଲକ୍ଷ ଲୋକଙ୍କ ପିଲାଙ୍କ ଜୀବନ ସହ ଜୁଆ ଖେଳିବା । ଏହାସହ ଟ୍ରମ୍ପ ବିଶ୍ୱଯୁଦ୍ଧର ବିପଦ ବର୍ତ୍ତମାନ ଯେଭଳି  ରହିଛି ତାହା କେବେ ମଧ୍ୟ ନଥିଲା । ମୁଁ ଯଦି ଅଫିସରେ ଥାଆନ୍ତି, ତେବେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ହୋଇ ନଥାନ୍ତା ବୋଲି କହିବାକୁ ପଛାଇନାହାନ୍ତି ଟ୍ରମ୍ପ । 

ଚର୍ଚ୍ଚାରେ ଆମେରିକା ରାଜନୀତି । କାରଣ ପୂର୍ବରୁ ଥିବା ରାଷ୍ଟ୍ରପତି ବାରାକ ଓବାମା ବର୍ତ୍ତମାନର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସପକ୍ଷରେ ରାଲି କରିବା ସହିତ ଭୋଟ୍‌ ମାଗୁଛନ୍ତି । ଯେହେତୁ ଓବାମା ଦୁଇଥର ରାଷ୍ଟ୍ରପତି ହୋଇଛନ୍ତି ତେଣୁ ତାଙ୍କର ଲୋକପ୍ରିୟତାକୁ ନେଇ କୌଣସି ସନ୍ଦେହ ନାହିଁ । ସେପଟେ ଟ୍ରମ୍ପଙ୍କ ସପକ୍ଷରେ ସେମିତି କୌଣସି ବଡ଼ ନେତା ପ୍ରଚାର କରୁଥିବା ନଜିର ନାହିଁ । ତେଣୁ ଟ୍ରମ୍ପ ବ୍ୟତିବ୍ୟସ୍ତ ହେବା ସ୍ଵାଭାବିକ କଥା । ସୂଚନା ଅନୁସାରେ, ହାରିସଙ୍କ ପାଇଁ ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିସେଲ ଓବାମା ମଧ୍ୟ କମଲା ହାରିସଙ୍କ ସମର୍ଥନରେ ରାଲି କରୁଛନ୍ତି । ମିସେଲ ଓବାମା ଶନିବାର ମିଚିଗାନରେ ଏକ ରାଲିରେ କମଲା ହାରିସଙ୍କ ସହ ଯୋଗ ଦେଇଥିଲେ। ଏହି ସମୟରେ ସେ ପୁନର୍ବାର ଡୋନାଲ୍ଡ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ନ କରିବାକୁ ଲୋକଙ୍କୁ ଚେତାବନୀ ଦେଇଛନ୍ତି । ଟ୍ରମ୍ପଙ୍କ ମାନସିକ ସ୍ବାସ୍ଥ୍ୟ, ତାଙ୍କର ଚାଲିଥିବା କାର୍ଯ୍ୟ ତଥା ଯୌନ ନିର୍ଯାତନା ଅଭିଯୋଗ ଉପରେ ମିସେଲ ଓବାମା ଟାର୍ଗେଟ କରିଥିଲେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ମୋଟ୍‌ ଉପରେ ଆମେରିକାରରେ ନଭେମ୍ବର ମାସରେ ରାଷ୍ଟ୍ରପତି ନିର୍ବାଚନ ହେବାକୁ ଯାଉଛି । ବର୍ତ୍ତମାନ ସମୟରେ ହାରିସ ଓ ଟ୍ରମ୍ପ ପ୍ରାର୍ଥୀ ହୋଇଛନ୍ତି । ଉଭୟ ମଧ୍ୟ ପ୍ରଚାରକୁ ଜୋରଦାର କରିଛନ୍ତି । ତେବେ ସମୟ କହିବ କାହାକୁ ଏଥର ଲୋକ ବିଶ୍ଵାସକୁ ନେଉଛନ୍ତି ।
 

Sponsored
Trump | Argus News