Videos
|
International

ଟ୍ରମ୍ପ ଜିତିଲେ ଏଲୋନ ମସ୍କଙ୍କୁ ମିଳିବ ଗୁରୁ ଦାୟିତ୍ୱ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ଟ୍ରମ୍ପ ଜିତିଲେ ଏଲୋନ ମସ୍କଙ୍କୁ ମିଳିବ ଗୁରୁ ଦାୟିତ୍ୱ

ଅର୍ଗସ ବ୍ୟୁରୋ:  ସମୟ ଯେତେ ପାଖେଇ ଆସୁଛି, ଚର୍ଚ୍ଚା ସେତେ ବଢ଼ୁଛି। ଟ୍ରମ୍ପ ଜିତିବେ ନା କମଲା ହାରିସ ଜିତିବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ। ଆସନ୍ତା ନଭେମ୍ବର ୫ରେ ଆମେରିକାବାସୀ ସେମାନଙ୍କ ରାଷ୍ଟ୍ରପତିଙ୍କୁ ବାଛିବା ପାଇଁ ଭୋଟ୍ ଦେବେ। ଏହି ପଦ ପାଇଁ ଆମେରିକାରେ ଦୁଇ ଦଳ ଡେମୋକ୍ରାଟିକ୍ ପାର୍ଟି ଏବଂ ରିପବ୍ଲିକାନ୍ ପାର୍ଟି ମଧ୍ୟରେ ଲଢ଼େଇ ଜୋରଦାର ହୋଇଛି। ଡେମୋକ୍ରାଟିକ୍ ପାର୍ଟିରୁ ନିର୍ବାଚନ ଲଢ଼ୁଥିବା କମଳା ହ୍ୟାରିସ୍‌ ଓ ରିପବ୍ଲିକାନ୍ ପାର୍ଟିରୁ ପ୍ରାର୍ଥୀ ଡୋନାଲ୍ଡ ଟ୍ରମ୍ପ୍‌ ପରସ୍ପରକୁ ଟକ୍କର ଦେଉଛନ୍ତି। ତେବେ କିଏ ଜିତିବ ତାହା ଉପରେ ସମସ୍ତଙ୍କ ନଜର। ଏଭଳି ସମୟରେ ଏକ ଖବର ସାମ୍ନାକୁ ଆସିଛି, ଯାହା ଭାଇରାଲ ହେବାରେ ଲାଗିଛି। ଯଦି ଟ୍ରମ୍ପ ନିର୍ବାଚନ ଜିତନ୍ତି, ତେବେ ଏଲୋନ ମସ୍କ ଙ୍କୁ ମିଳିବ ଗୁରୁ ଦାୟିତ୍ୱ। ଟେସଲା ସିଇଓ ଏଲୋନ ମସ୍କ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସର୍ବଦା ସମର୍ଥନ କରିଆସୁଛନ୍ତି।

ଚଳିତ ବର୍ଷ ନଭେମ୍ବରରେ ହେବାକୁ ଥିବା ଆମେରିକୀୟ ରାଷ୍ଟ୍ରପତି ନିର୍ବାଚନରେ ମଧ୍ୟ ଏଲୋନ ମସ୍କ ଟ୍ରମ୍ପଙ୍କୁ ଖୋଲାଖୋଲି ସମର୍ଥନ କରୁଛନ୍ତି। କିଛି ଦିନ ପୂର୍ବରୁ ଏଲୋନ ମସ୍କ ମଧ୍ୟ ଟ୍ରମ୍ପଙ୍କୁ ସାକ୍ଷାତକାର ଦେଇଥିଲେ। ଏହି ସମୟରେ ରିପବ୍ଲିକାନ ପ୍ରାର୍ଥୀ ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏଲୋନ ମସ୍କଙ୍କୁ ଏକ ଖୁସି ଖବର ଦେଇଛନ୍ତି। ଟ୍ରମ୍ପ ଦାବି କରିଛନ୍ତି ଯେ ଏଲୋନ ମସ୍କ ଏହି ଆୟୋଗର ଅଧ୍ୟକ୍ଷ ହେବାକୁ ରାଜି ହୋଇଛନ୍ତି। ତେବେ ଏହି କମିଶନ କ’ଣ କାର୍ଯ୍ୟ କରିବେ ସେ ସମ୍ପର୍କରେ ଟ୍ରମ୍ପ କୌଣସି ସୂଚନା ଦେଇନାହାଁନ୍ତି।

ଟ୍ରମ୍ପ କହିଛନ୍ତି ଯେ ଦକ୍ଷତା ଆୟୋଗ ଗଠନ ହେବାର ୬ ମାସ ମଧ୍ୟରେ ‘ଠକେଇ ଏବଂ ଅନ୍ୟାୟ ଦେୟ’ ଦୂର କରିବାକୁ ଯୋଜନା ପ୍ରସ୍ତୁତ କରାଯିବ। ଆୟୋଗ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ଆର୍ଥିକ ଏବଂ କାର୍ଯ୍ୟକାରିତାକୁ ଅଡିଟ କରିବେ। କିଛି ଦିନ ପୂର୍ବେ ଏକ ପୋଡକାଷ୍ଟରେ ମସ୍କ କହିଥିଲେ ଯେ ସେ ଆମେରିକା ସରକାରଙ୍କ ସହ ମିଶି କାମ କରିବାକୁ ମଧ୍ୟ ଆଗ୍ରହୀ ଅଟନ୍ତି।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ଯଦି ସେ ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଜିତନ୍ତି, ତେବେ ସେ ମସ୍କଙ୍କ ଅଧ୍ୟକ୍ଷତାରେ ଏକ ସରକାରୀ ଦକ୍ଷତା ଆୟୋଗ ଗଠନ କରିବେ। ଏଲୋନ ମସ୍କଙ୍କୁ ପ୍ରଶଂସା କରି ଟ୍ରମ୍ପ କହିଛନ୍ତି, ସେ ମୋତେ ସମ୍ପୂର୍ଣ୍ଣ ସମର୍ଥନ ଦେଇଛନ୍ତି। ସେ ଜଣେ ଭଲ ଏବଂ ସ୍ମାର୍ଟ ବ୍ୟକ୍ତି। ସେ କ’ଣ କରିବେ ଜାଣନ୍ତି। ଯଦି ଏଲୋନ ମସ୍କଙ୍କ ପାଖରେ ସମୟ ଅଛି, ତେବେ ସେ ଏହି କାମକୁ ଭଲ କରିବା ଉଚିତ୍‌। ତେବେ କିଏ ଜିତିବ ତାହା ଜଣାପଡିନଥିବାବେଳେ ଟ୍ରମ୍ପ କିନ୍ତୁ ଜିତିବା ନେଇ ଏକ ପ୍ରକାର ଭାବିନେଇଛନ୍ତି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଅଧିକ ପଢ଼ନ୍ତୁ ବିଦେଶ ଖବର: