Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

International Update / ମୁଁ ଅନେକ ଯୁଦ୍ଧକୁ ବନ୍ଦ କରିଦେଇଛି: ଟ୍ରମ୍ପ

Banajyotshna Ray
Browse all articles by Banajyotshna Ray
·9 months ago·2 min read
ମୁଁ ଅନେକ ଯୁଦ୍ଧକୁ ବନ୍ଦ କରିଦେଇଛି: ଟ୍ରମ୍ପ

Key Points

ବିଳିବିଳେଇ ହୋଇ ଏମିତି କଥା କହିଦେଲେ ଟ୍ରମ୍ପ: ସାରା ବିଶ୍ୱରେ ହଲଚଲ ସୃଷ୍ଟି।

ପୁଣି ଥରେ ଆମେରିକା ରାଷ୍ଟ୍ରପତିଙ୍କ ବୟାନ ଭାଇରାଲ ହେଉଛି। କାହାକୁ କେତେବେଳେ କଣ କହିଦେଉଛନ୍ତି ଟ୍ରମ୍ପ ସେ ନିଜେ ବି ଜାଣିପାରୁନାହାନ୍ତି। ଟ୍ରମ୍ପ ସମ୍ପ୍ରତି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧରେ ମଧ୍ୟସ୍ଥତା କରିଥିଲେ। ଟ୍ରମ୍ପଙ୍କ ୨୦-ସୂତ୍ରୀ ଶାନ୍ତି ପ୍ରସ୍ତାବ ହମାସ ଏବଂ ଇସ୍ରାଏଲ ମଧ୍ୟରେ ଯୁଦ୍ଧ ବନ୍ଦ କରିଥିଲା। ଏହି ପ୍ରସ୍ତାବର ପ୍ରଥମ ପର୍ଯ୍ୟାୟରେ ବନ୍ଧକଙ୍କ ମୁକ୍ତି ଅନ୍ତର୍ଭୁକ୍ତ ଥିଲା।ରାଷ୍ଟ୍ରପତି ଟ୍ରମ୍ପ ବହୁତ ଦିନ ଧରି ନୋବେଲ ପୁରସ୍କାର ପାଇବାକୁ ଚାହିଁ ରହିଥିଲେ, କିନ୍ତୁ ତାଙ୍କୁ ଏହା ମିଳି ନ ଥିଲା। ଟ୍ରମ୍ପ ଗଭୀର ନିରାଶ ହୋଇଥିଲେ। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଯୁଦ୍ଧବିରତି ପାଇଁ ଦାୟୀ ବୋଲି ଦାବି କରିଥିଲେ। ଏବେ ଟ୍ରମ୍ପ ପୁଣି ଥରେ ନୋବେଲ ପୁରସ୍କାରର ଜବାବ ଦେଇଛନ୍ତି। ସେ କହିଛନ୍ତି, ସେ ବିଶ୍ୱରେ ଆଠଟି ଯୁଦ୍ଧ ବନ୍ଦ କରିଛନ୍ତି, ତଥାପି ତାଙ୍କୁ ଅଣଦେଖା କରାଯାଇଥିଲା।


ଟ୍ରମ୍ପ କହିଛନ୍ତି, ମୁଁ ଯୁଦ୍ଧ ବନ୍ଦ କରିବାକୁ ଭଲ ପାଏ ଏବଂ ସଂଘର୍ଷକୁ ରୋକିବା ପାଇଁ କାର୍ଯ୍ୟକୁ ପସନ୍ଦ କରେ। ମୁଁ ଭାବୁନାହିଁ ଯେ କୌଣସି ରାଷ୍ଟ୍ରପତି ଗୋଟିଏ ଯୁଦ୍ଧ ବନ୍ଦ କରିଛନ୍ତି। ମୁଁ ୮ ମାସରେ ୮ଟି ଯୁଦ୍ଧ ବନ୍ଦ କରିଛି। ମୁଁ ଲକ୍ଷ ଲକ୍ଷ ଜୀବନ ବଞ୍ଚାଇଛି। ମୁଁ କ’ଣ ନୋବେଲ ପୁରସ୍କାର ପାଇଲି? ନା…କିନ୍ତୁ ମୁଁ ଭାବୁଛି ଆଗାମୀ ବର୍ଷଟି ଭଲ ହେବ। ଟ୍ରମ୍ପ କହିଛନ୍ତି, ସେ ଟାରିଫ୍‌ ଧମକ ଦେଇ ଅନେକ ଯୁଦ୍ଧକୁ ଏଡାଇ ଦେଇଛନ୍ତି। ସେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନାକୁ ଉଦାହରଣ ଭାବରେ ଉଲ୍ଲେଖ କରିଛନ୍ତି। ଦୁଇ ଦେଶ ମଧ୍ୟରେ ଏକ ଭୟଙ୍କର ଯୁଦ୍ଧ ହୋଇଥିଲା ଏବଂ ୭ଟି ବିମାନ ନଷ୍ଟ ହୋଇଥିଲା। ମୁଁ କହିଥିଲି, ଯେପର୍ଯ୍ୟନ୍ତ ତୁମେ ଯୁଦ୍ଧ ବନ୍ଦ ନ କର, ଆମେ ତୁମର ସାମଗ୍ରୀ ଉପରେ ୨୦୦ ପ୍ରତିଶତ ଟାରିଫ୍‌ ଲାଗୁ କରିବୁ। ମୁଁ ଉଭୟ ନେତାଙ୍କ ସହ କଥା ହୋଇଥିଲି। ମୁଁ ଉଭୟଙ୍କୁ ପସନ୍ଦ କରେ। ପରଦିନ ମୋତେ କୁହାଗଲା ଯେ ସେମାନେ ଉତ୍ତେଜନା ହ୍ରାସ କରିବାକୁ ନିଷ୍ପତ୍ତି ନେଇଛନ୍ତି।


ଏଥିସହ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ନୋବେଲ୍ ନ ମିଳିବା ପରେ ଆସିଲା ଆମେରିକାର ପ୍ରଥମ ପ୍ରତିକ୍ରିୟା


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଶାନ୍ତି ପାଇଁ ନୋବେଲ୍ ପାଇଲେ ଭେନେଜୁଏଲାର ମାରିଆ କୋରିନା ମଚାଡୋ । ଟ୍ରମ୍ପଙ୍କୁ ଶାନ୍ତି ପାଇଁ ନୋବେଲ୍ ନ ମିଳିବା ପରେ ଆମେରିକା ରଖିଛି ପ୍ରଥମ ପ୍ରତିକ୍ରିୟା । ଶାନ୍ତି ଉପରେ ରାଜନୀତିକୁ ନୋବେଲ୍ କମିଟି ବାଛିଥିବା କହିଛି ହ୍ଵାଇଟ୍ ହାଉସ୍ । ହ୍ଵାଇଟ୍ ହାଉସ୍ ଆହୁରି କହିଛି, "ଆମେରିକା ରାଷ୍ଟ୍ରପତି ଶାନ୍ତି ଚୁକ୍ତି କରିବା ଜାରି ରଖିବେ ଏବଂ ଯୁଦ୍ଧ ଶେଷ କରିବା ପାଇଁ କାର୍ଯ୍ୟ କରିବେ । ଯେଭଳି ଜୀବନ ବଞ୍ଚାଇ ଦିଆଯାଇ ପାରିବ ।" ଆମେରିକାର ଏଭଳି ମନ୍ତବ୍ୟକୁ ନେଇ ରାଜନୀତିକ ଉଷ୍ମତା ପ୍ରକାଶ ପାଇଛି ।


ଏହା ମଧ୍ୟ କହିଛନ୍ତି ଟ୍ରମ୍ପ ପୁଣି ଥରେ ଟ୍ରମ୍ପଙ୍କ ଟାରିଫ୍ ଧମକ । ଏଥର ବ୍ରିକ୍ସ ଦେଶ ସମୂହ କୁ ଟ୍ରମ୍ପଙ୍କ ଟାର୍ଗେଟ । ଆର୍ଜେଣ୍ଟିନାର ରାଷ୍ଟ୍ରପତି ଜାଭିୟର୍ ମିଲେଇଙ୍କ ସହ ହ୍ୱାଇଟ୍ ହାଉସ୍‌ରେ ହୋଇଥିବା ଏକ ବୈଠକରେ ବ୍ରିକ୍ସ ଦେଶମାନେ ଡଲାର୍ କୁ ହାନି ପହଂଚାଇବା ପାଇଁ ସଂଗଠିତ ହେଉଛନ୍ତି। ତେଣୁ ସେମାନଙ୍କ ଉପରେ ବଡ ଟାରିଫ୍ ଲଗାଇବା ନେଇ ଧମକ ଦେଇଛନ୍ତି ଟ୍ରମ୍ପ । ଏହା ସହିତ ଯେଉଁ ଦେଶମାନେ ବ୍ରିକ୍ସରେ ଯୋଗ ଦେବାକୁ ଚାହାଁନ୍ତି। ସେମାନଙ୍କ ଉପରେ ମଧ୍ୟ ଟାରିଫ୍ ଲଗାଜିବା ବୋଲି ଟ୍ରମ୍ପ କହିଛନ୍ତି ।୨୦୨୪ ନଭେମ୍ବରରେ ନିର୍ବାଚନ ପରେ ବ୍ରିକ୍ସ ଦେଶମାନେ ଯଦି ଡଲାରକୁ ରିଜର୍ଭ ମୁଦ୍ରା ଭାବେ ପରିବର୍ତ୍ତନ କରିବାକୁ ଚେଷ୍ଟା କରନ୍ତି ତେବେ ସେମାନଙ୍କ ଉପରେ ୧୦୦ ପ୍ରତିଶତ ଟାରିଫ ଲଗାଇବେ ବୋଲି ଟ୍ରମ୍ପ କହିଥିଲେ।


ଅଧିକ ପଢ଼ନ୍ତୁ ବିଦେଶ ଖବର: 

Related Topics

Explore more stories

Sponsored
International Update | Trump Claims: “I Stopped Many Wars” | Argus News | Argus News