Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ଇରାନକୁ ଖୋଲାଖୋଲି ଧମକ ଦେଲେ ଟ୍ରମ୍ପ, କହିଲେ...

Banajyotshna Ray
Browse all articles by Banajyotshna Ray
·1 year ago·1 min read
ଇରାନକୁ ଖୋଲାଖୋଲି ଧମକ ଦେଲେ ଟ୍ରମ୍ପ, କହିଲେ...

ରାଗିଗଲେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। କହିଲେ ବୋମା ପକାଇ ଉଡାଇ ଦେବୁ। ଯଦି ଡିଲ ନମାନିବ ତେବେ କାହାକୁ ଛାଡିବୁନି। ହେଲେ ଏମିତି ଧମକ କାହାକୁ ଦେଲେ ଟ୍ରମ୍ପ। କାହିଁକି ଏପରି କହିଲେ ଟ୍ରମ୍ପ ବୋଲି ଚର୍ଚ୍ଚା ଜୋର ଧରିଛି। ପ୍ରକୃତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି କହିଛନ୍ତି ଇରାନର ରାଷ୍ଟ୍ରପତିଙ୍କୁ। ଆଣବିକ କାର୍ଯ୍ୟକ୍ରମ ସମ୍ପର୍କରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିଠିର ଉତ୍ତରରେ ଇରାନର ରାଷ୍ଟ୍ରପତି ମାସୁଦ ପେଜେଶକିଆନ୍ ଆମେରିକା ସହ ସିଧାସଳଖ ଆଲୋଚନାକୁ ପ୍ରତ୍ୟାଖ୍ୟାନ କରିଛନ୍ତି।


ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନକୁ ଚେତାବନୀ ଦେଇଛନ୍ତି ଯେ, ଯଦି ଆଣବିକ କାର୍ଯ୍ୟକ୍ରମ ଉପରେ ତେହେରାନ ୱାଶିଂଟନ ସହ ଚୁକ୍ତି କରିବାକୁ ରାଜି ନହୁଏ ତେବେ ଏହା ଉପରେ ବୋମା ପକାଯିବ ଏବଂ ଶୁଳ୍କ ଲାଗୁ କରାଯିବ। ଟ୍ରମ୍ପ କହିଛନ୍ତି ଯଦି ସେମାନେ ଡିଲ୍ ନକରନ୍ତି ତେବେ ସେଠାରେ ବୋମା ବିସ୍ଫୋରଣ ହେବ, କିନ୍ତୁ ଏକ ସମ୍ଭାବନା ମଧ୍ୟ ଅଛି ଯେ ଯଦି ସେମାନେ ଚୁକ୍ତି ନକରନ୍ତି ତେବେ ମୁଁ ସେମାନଙ୍କ ଉପରେ ଶୁଳ୍କ ଦୁଇଗୁଣ ଲଗାଇବି, ଯେପରି ମୁଁ ଚାରି ବର୍ଷ ପୂର୍ବେ କରିଥିଲି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଯଦିଓ ଉଭୟ ପକ୍ଷ ମଧ୍ୟରେ ପ୍ରତ୍ୟକ୍ଷ କଥାବାର୍ତ୍ତାର ସମ୍ଭାବନାକୁ ପ୍ରତ୍ୟାଖ୍ୟାନ କରିଛି, ତଥାପି ଏହା ପରୋକ୍ଷ କଥାବାର୍ତ୍ତାର ଦ୍ୱାର ଖୋଲା ରହିଛି ବୋଲି ଜୋର ଦେଇଛି। ଏକ ସାକ୍ଷାତକାରରେ ଟ୍ରମ୍ପ କହିଛନ୍ତି ଯେ, ଆମେରିକୀୟ ଏବଂ ଇରାନର ଅଧିକାରୀମାନେ କଥାବାର୍ତ୍ତା କରୁଛନ୍ତି, କିନ୍ତୁ ସେ ଅଧିକ ବିବରଣୀ ଦେଇନାହାନ୍ତି। ବର୍ତ୍ତମାନ ଟ୍ରମ୍ପଙ୍କ ଏହି ଧମକକୁ ନେଇ ଚର୍ଚ୍ଚା ଜୋର ଧରିଛି । ଯଦି ଏହି ପରିସ୍ଥିତିକୁ ନଅଟକାଯାଏ ତେବେ ଆଗକୁ ସ୍ଥିତି ଅସମ୍ଭାଳ ହୋଇଯିବ।

Sponsored
trump-says-there-will-be-bombing-if-iran-does-not-make-nuclear-deal | Argus News