Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump / ରାଗିଗଲେ ଟ୍ରମ୍ପ କହିଲେ ଆହୁରି ବଡ଼ ହେବ ଆକ୍ରମଣ

Rashmita Mishra
Browse all articles by Rashmita Mishra
·4 months ago·2 min read
ରାଗିଗଲେ ଟ୍ରମ୍ପ କହିଲେ ଆହୁରି ବଡ଼ ହେବ ଆକ୍ରମଣ
Donald Trump

Key Points

ଥରିଲାଣି ଆମେରିକା ପଡ଼ିଲା ୩୦୦ ମିଶାଇଲ ତାତିଗଲେ ଟ୍ରମ୍ପ
ଇରାନର ଆକ୍ରମଣରେ ଥରିଲାଣି ଆମେରିକା
ଶହ ଶହ ଡ୍ରୋନ୍‌ ମିଶାଇଲ ଦ୍ବାରା ଆମେରିକା ଉପରେ ଆକ୍ରମଣ
ଧ୍ବଂସ ହେଲାଣି ଆମେରିକାର ମିଲିଟାରି ଏୟାର ବେସ୍‌
ରାଗିଗଲେ ଟ୍ରମ୍ପ କହିଲେ ହେବ ସବୁଠାରୁ ବଡ଼ ଆକ୍ରମଣ

ଇରାନର ଟାର୍ଗେଟରେ ଆମେରିକା । ପାଉଁଶ ହେବାରେ ଲାଗିଛି ଆମେରିକାର ଏୟାରବେସ । ଗୋଟିଏ ପରେ ଗୋଟିଏ ମିଶାଇଲ ଆମେରିକା ଏୟାର ବେସ୍‌ ଉପରେ ଯାଇ ପଡ଼ୁଛି । ମରିଗଲେଣି ଆମମେରିକାର ସେନା। ଇରାନ ତାର ଆକ୍ରମଣକୁ ବଢ଼ାଇ ଦେଇଛି । ଆରମ୍ଭ ହୋଇଗଲା ବଡ଼ ଯୁଦ୍ଧ । ଗୋଟିଏ ଦେଶ ଉପରେ ଆକ୍ରମଣ କରୁଛନ୍ତି ଦୁଇଟି ଦେଶ । ଇସ୍ରାଏଲ ଏବଂ ଆମେରିକା ମିଶି ଆକ୍ରମଣ କରୁଛନ୍ତି ଇରାନ୍‌ ଉପରେ । ଆଉ ଏକା ଲଢ଼ୁଛି ଇରାନ୍‌ । ଗୋଟିଏ ପରେ ଗୋଟିଏ ଆମେରିକାର ଏୟାରବେସ୍‌ ଉପରେ କରୁଛି ଆକ୍ରମଣ । ଯାହାକୁ ଦେଖିଲା ପରେ ରାଷ୍ଟ୍ରପତି ଟ୍ରମ୍ପ ପୁରା ତାତି ଉଠିଛନ୍ତି ।

ଆମେରିକା ଏୟାର ବେସ୍‌ରେ ଗୋଟିଏ ପରେ ଗୋଟିଏ ମିଶାଇଲ ମାଡ଼ ହେଉଛି ଏୟାର ବେସ୍‌ ଉପରେ । ଇରାନ୍‌ର ପୁରା ରକ୍ତ ମୁଖା ହୋଇ ଯାଇଛି । ଖୋଜି ଖୋଜି ଏୟାର ବେସ୍‌ ଉପରେ କରୁଛି ଆକ୍ରମଣ । ବାହାରେଇନ, ଇରାକ ଓ ସଂଯୁକ୍ତ ଆରବ ଏମିରେଟ୍ସରେ ଥିବା ଘାଟିଗୁଡ଼ିକ ସହିତ କୁଏତରେ ତିନୋଟି ସ୍ଥାନ ଇରାନ୍‌ କ୍ରୋଧର ଶିକାର ହୋଇଛନ୍ତି । ଆକ୍ରମଣ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ନୌସେନା ମୁଖ୍ୟାଳୟ, ଔପଚାରିକ ଯୁକ୍ତରାଷ୍ଟ୍ର ସୈନ୍ୟ ଶିବିର, ଯୁକ୍ତରାଷ୍ଟ୍ର ସୈନ୍ୟ ରହିଥିବା ବିମାନଘାଟି ଅନ୍ତର୍ଭୁକ୍ତ । ବିଭିନ୍ନ ସ୍ଥାନରେ କ୍ଷତିର ମାତ୍ରା ଭିନ୍ନ ହୋଇଛି । ସେପଟେ ମଙ୍ଗଳବାର ସକାଳୁ ସାଉଦିଆରବରେ ଥିବା ଆମେରିକାର ଦୂତାବାସରେ ହୋଇଛି ଆକ୍ରମଣ ।

ଆମେରିକାର ଅଧିକାରୀମାନେ କହିଛନ୍ତି ଯେ କୁଏତର କ୍ୟାମ୍ପ ଆରିଫଜାନରେ ହୋଇଥିବା ଆକ୍ରମଣରେ ଏକାଧିକ ସୈନିକ ନିହତ ହୋଇଛନ୍ତି । ୨୦ରୁ ଅଧିକ ଗମ୍ଭୀର ଆହତ ହୋଇଛନ୍ତି । ସେପଟେ ଏମିତି ଆକ୍ରମଣ ଜାରି ରଖିଛି ଇରାନ୍‌ । ଯେଉଁ ବେସ ଗୁଡ଼ିକ ଇରାନ ପାଇଁ ବିପଦ ତାଉପରେ କରୁଛି ଆକ୍ରମଣ । ଆଉ ଇରାନ୍‌ର ଏମିତି ଆକ୍ରମଣ ପରେ ତାତି ଉଠିଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଆପଣଙ୍କୁ କହିବାକୁ ଚାହିଁବୁକି ଯେବେଠାରୁ ଇରାନର ସର୍ବୋଚ ନେତା ଖାମେନେଇଙ୍କର ମୃତ୍ୟୁ ହୋଇଛି ସେବେ ଠାରୁ ଇରାନ୍‌ ଆକ୍ରମଣକୁ ବଢ଼ାଇ ଦେଇଛି।



Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Donald Trump | Trump Warns of Bigger Attack Amid Escalating Tensions | Argus News