Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

ତ୍ରିଶକ୍ତିର ମିଳନ ଦେଖି ଭୟଭୀତ ଆମେରିକା

Smruti Parija
Browse all articles by Smruti Parija
·10 months ago·2 min read
ତ୍ରିଶକ୍ତିର ମିଳନ ଦେଖି ଭୟଭୀତ ଆମେରିକା

Key Points

ତ୍ରିଶକ୍ତିର ମିଳନ ଦେଖି ଭୟଭୀତ ଆମେରିକା
ଭାରତ ବିରୋଧରେ ନରମିଲା କି ସ୍ବର !
ଭାରତ ଉପରେ ଟାରିଫ୍ ଲଗାଇବାକୁ ନେଇ ଟ୍ରମ୍ଫ ସମର୍ଥକଙ୍କ ଦୋମୁହାଁ ନିତୀ

ଚୀନ୍ ର SCO ବୈଠକ ବଢାଇଛି ଟ୍ରମ୍ଫ ଙ୍କ ଟେନସନ୍....ଏସସିଓ ସମିଟ୍ କୁ କେବଳ ଏକ ସାଧାରଣ ସମିଟ୍ ବୋଲି କହୁଥିନା ଟ୍ରମ୍ଫ ଏବେ ନେଲେଣି U TURN...ଏସସିଓ ମଂଚରେ ମୋଦି ପୁଟିନ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କୁ ଏକାଠି ଦେଖିବା ପରେ ବଦଳିଛି ଆମେରିକାର ସ୍ବର.. ଆମେରିକା ଭାରତ ସହିତ ତାର ସମ୍ପର୍କକୁ ୨୧ ଶତାବ୍ଦୀର ପରିଚୟ ବୋଲି କହୁଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦଳ ପକ୍ଷରୁ ଭାରତ ବିରୋଧରେ ଲଗାତାର କଠୋର ବୟାନ ଆସୁଥିବା ବେଳେ ଆମେରିକୀୟ ବିଦେଶ ବିଭାଗ ପକ୍ଷରୁ, ଭାରତ ଏବଂ ଆମେରିକା ମଧ୍ୟରେ ସହଭାଗୀତା ନିରନ୍ତର ନୂତନ ଉଚ୍ଚତା ଛୁଇଁବାରେ ଲାଗିଛି। ୱାଶିଂଟନ ଏହି ସମ୍ପର୍କକୁ କେବଳ ରଣନୈତିକ ନୁହେଁ, ବରଂ ଲୋକଙ୍କ ମଧ୍ୟରେ ଗଭୀର ବନ୍ଧୁତା ଉପରେ ଆଧାରିତ ବୋଲି ବର୍ଣ୍ଣନା କରିଛନ୍ତି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କ ରୁବିଓ.. ସୋସିଆଲ ମିଡିଆରେ, ଆମେରିକୀୟ ଦୂତାବାସ ଦୁଇ ଦେଶ ସହିତ ପ୍ରତିରକ୍ଷା ସହଯୋଗ, ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଭବିଷ୍ୟତ ରେ ଆହୁରି ମଜବୁତ ହେବ ବୋଲି କହିଛନ୍ତି ।


ଏପରିକି , ଆମେରିକାର ଅର୍ଥ ସଚିବ ସ୍କଟ ବେସାଣ୍ଟ ଦୁଇ ଦେଶ ମଧ୍ୟରେ ସମ୍ପର୍କ ବିଷୟରେ ଏକ ଦୃଢ଼ ବାର୍ତ୍ତା ଦେଇଛନ୍ତି। ଆମେରିକା ଏବଂ ଭାରତ ମଧ୍ୟରେ ଏକ ଦୃଢ଼ ଭିତ୍ତିଭୂମି ଅଛି ଏବଂ ଦୁଇ ଦେଶ ମଧ୍ୟରେ ଯେକୌଣସି ମତଭେଦ ସମାଧାନ ହୋଇପାରିବ ବୋଲି ସେ କହିଛନ୍ତି । କିନ୍ତୁ ଅନ୍ୟ ପଟେ ଡୋନାଲ୍ଡ ଟ୍ରମ୍ପଙ୍କ ଶିବିର ଲଗାତାର ଭାରତ ଉପରେ ଅଭିଯୋଗ କରୁଛି। ପ୍ରଥମେ, ଭାରତ ଉପରେ ପ୍ରାୟ ୫୦ ପ୍ରତିଶତ ଟାରିଫ୍‌ ଲଗାଯାଇଥିଲା, ଯାହାର କାରଣ ରୁଷିଆରୁ ତେଲ କ୍ରୟ ବୋଲି କୁହାଯାଉଥିଲା। ଟ୍ରମ୍ପଙ୍କ ପରାମର୍ଶଦାତା ପିଟର ନାଭାରୋ ଗତ ଗୋଟିଏ ସପ୍ତାହ ମଧ୍ୟରେ ଅନେକ ଥର ଭାରତ ଉପରେ ସିଧାସଳଖ ଆକ୍ରମଣ କରିଛନ୍ତି । ଏସସିଓ ମିଟ୍ ପରେ ମୋଦିଙ୍କୁ ପୁଟିନ୍ ଏବଂ ଜିନପିଂ ଙ୍କ ସହଜୋଗ କୁ ନେଇ ଚିହିଁକି ଉଠିଛନ୍ତି ଟ୍ରମ୍ଫ ସମର୍ଥକ ନାଭାରୋ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟ୍ରମ୍ପ ପ୍ରଶାସନ ରୁଷିଆ ତେଲ କିଣିବା ପାଇଁ ଭାରତ ଉପରେ ୫୦% ଶୁଳ୍କ ଲାଗୁ କରିଛି, ଯାହା ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଖରାପ କରିଛି। ଏହାକୁ ଗତ ଦୁଇ ଦଶନ୍ଧି ମଧ୍ୟରେ ଭାରତ-ଆମେରିକା ସମ୍ପର୍କର ସବୁଠାରୁ ଖରାପ ପର୍ଯ୍ୟାୟ ବୋଲି ବିବେଚନା କରାଯାଏ। ତେବେ ଭାରତ ଏବଂ ଆମେରିକା ସେମାନଙ୍କର ମତଭେଦ ଦୂର କରିବେ। ଦୁଇ ଦେଶ ମଧ୍ୟରେ ଗଭୀର ସମ୍ପର୍କ ରହିଛି, ବିଶେଷକରି ପ୍ରତିରକ୍ଷା ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ। କିନ୍ତୁ ଶୁଳ୍କ ଏବଂ ରୁଷୀୟ ତୈଳ ପ୍ରସଙ୍ଗ ଏବେ ବି ଉତ୍ତେଜନାର କାରଣ ରହିଛି ବୋଲି ଆମେରିକା ପକ୍ଷରୁ ଦୋହରାଯାଇଛି । 
ତେବେ ଭାରତ ସ୍ପଷ୍ଟ କରିଛି ଯେ ଏହା ତାର ଶକ୍ତି ଆବଶ୍ୟକତା ସହିତ କୌଣସି ପ୍ରକାରର ସାଲିସ କରିବ ନାହିଁ । ଅନ୍ୟପକ୍ଷରେ, ଭାରତ ଉପରେ ଟ୍ରମ୍ପ ପ୍ରଶାସନର କଠୋର ନୀତି ଏବଂ ରୁଷ ଉପରେ ଚାପ ପକାଇବାର ରଣନୀତି ର ଚ୍ୟାଲେଞ୍ଜ କୁ ଭାରତ ଦଋଢ ଭାବରେ ସାମନା କରିବ ।

Sponsored
trump-supporters-double-faced-policy-on-imposing-tariffs-on-india-argus-news | Argus News