Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

America vs India / କି ପ୍ଲାନ୍‌ କରୁଛି ଆମେରିକା ? ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଅଲଗା ହେଲା

Satyendu Sekhar Mishra
Browse all articles by Satyendu Sekhar Mishra
·6 months ago·2 min read
କି ପ୍ଲାନ୍‌ କରୁଛି ଆମେରିକା ? ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଅଲଗା ହେଲା
Donald Trump

Key Points

ଭାରତ ଓ ଫ୍ରାନ୍ସ ନେତୃତ୍ୱରେ ଆନ୍ତର୍ଜାତୀୟ ସୌର ଆଲାଏନ୍ସ, ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ - IUCN ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରମୁଖ ପରିବେଶଗତ ସଂଗଠନ ଗୁଡ଼ିକ ଅନ୍ତର୍ଭୁକ୍ତ ଅଛନ୍ତି ।

ଆନ୍ତର୍ଜାତିକ ସଂଗଠନରୁ ଓହରିଲା ଆମେରିକା । ଭାରତ ଓ ଫ୍ରାନ୍ସ ନେତୃତ୍ୱାଧୀନ ସୌର ଆଲାଏନ୍ସ ସମେତ ୬୬ଟି ଅନ୍ତର୍ଜାତୀୟ ସଂଗଠନରୁ ଆମେରିକା ଓହରି ଯାଇଛି । ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହାର 'ଆମେରିକା ପ୍ରଥମ' ନୀତିକୁ ଆଗକୁ ବଢାଇବା ପାଇଁ ଏପରି ବଡ଼ ପଦକ୍ଷେପ ଗ୍ରହଣ କରିଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶୁକ୍ରବାର ଦିନ ସ୍ମାରକପତ୍ରରେ ସ୍ୱାକ୍ଷର କରିଛନ୍ତି ।

ଆନ୍ତର୍ଜାତିକ ସୌର ସଂଗଠନକୁ ଆମେରିକା ସ୍ୱାର୍ଥ ବିରୋଧୀ କହିବା ସହ ବିନା ଆବଶ୍ୟକତାରେ ସବସିଡ ଦେବାକୁ ମନା କରିଛି ଆମେରିକା । ସଂଗଠନଗୁଡ଼ିକୁ ଆମେରିକାର ସାର୍ବଭୌମତ୍ୱ ଏବଂ ଆର୍ଥିକ ସ୍ୱାର୍ଥ ବିରୋଧୀ ବୋଲି ବର୍ଣ୍ଣନା କରିଛି ହ୍ୱାଇଟ୍ ହାଉସ୍ । ସଂଗଠନରେ ୩୫ଟି ଅଣ-ଆମେରିକୀୟ ସଂଗଠନ, ୩୧ଟି ଜାତିସଂଘ ସଂସ୍ଥା ସାମିଲ ଥିଲେ । ଭାରତ ଓ ଫ୍ରାନ୍ସ ନେତୃତ୍ୱରେ ଆନ୍ତର୍ଜାତୀୟ ସୌର ଆଲାଏନ୍ସ, ଆନ୍ତର୍ଜାତୀୟ ପ୍ରକୃତି ସଂରକ୍ଷଣ ସଂଘ - IUCN ଓ ଜଳବାୟୁ ପରିବର୍ତ୍ତନ ଉପରେ ପ୍ରମୁଖ ପରିବେଶଗତ ସଂଗଠନ ଗୁଡ଼ିକ ଅନ୍ତର୍ଭୁକ୍ତ ଅଛନ୍ତି ।

ଅନ୍ୟପଟେ ଭାରତକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ଯେ ମୋଦି ତାଙ୍କୁ ଦେଖା କରିବାକୁ ଚାହୁଁଛନ୍ତି । ଆପାଚି ହେଲିକପ୍ଟରର ଦୀର୍ଘ ବିଳମ୍ବ ସମେତ ଭାରତର ବକେୟା ପ୍ରତିରକ୍ଷା କ୍ରୟ ଓ ବାଣିଜ୍ୟ ପ୍ରସଙ୍ଗ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବ୍ୟକ୍ତିଗତ ଭାବେ ତାଙ୍କ ସହ ଯୋଗାଯୋଗ କରିଥିଲେ। ହାଉସ୍ ଜିଓପି ମେମ୍ବର ରିଟ୍ରିଟ୍‌ରେ ଟ୍ରମ୍ପ କହିଛନ୍ତି, ଭାରତ ଆପାଚି ହେଲିକପ୍ଟର ଅର୍ଡର କରିଥିଲା ଏବଂ ୫ ବର୍ଷ ପର୍ଯ୍ୟନ୍ତ ସେଗୁଡିକ ପାଇଲା ନାହିଁ। ପ୍ରଧାନମନ୍ତ୍ରୀ ମୋଦି ମୋତେ ଭେଟିବାକୁ ଆସିଥିଲେ। ସାର୍, ଦୟାକରି ମୁଁ ଆପଣଙ୍କୁ ଦେଖା କରିପାରିବି କି? ମୁଁ କହିଲି, ହଁ ! ଟ୍ରମ୍ପ ଆହୁରି କହିଛନ୍ତି ଯେ ମୋଦୀଙ୍କ ସହ ତାଙ୍କର ବହୁତ ଭଲ ସମ୍ପର୍କ ଅଛି।

ତେବେ ଟ୍ରମ୍ପ ଦାବି କରିଛନ୍ତି ଯେ ଶୁଳ୍କକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି। କାରଣ ସେମାନେ ବର୍ତ୍ତମାନ ବହୁତ ଶୁଳ୍କ ଦେଉଛନ୍ତି। ସେ ଆହୁରି କହିଛନ୍ତି ଯେ ଭାରତ ରୁଷ୍‌ରୁ ତୈଳ କ୍ରୟ ଯଥେଷ୍ଟ ହ୍ରାସ କରିଛି। ଆମେରିକାର ଅର୍ଥନୀତି ଉପରେ ଶୁଳ୍କର ପ୍ରଭାବ ଉପରେ ଆଲୋକପାତ କରି ଟ୍ରମ୍ପ କହିଛନ୍ତି, ଶୁଳ୍କ ହେତୁ ଆମେ ଧନୀ ହେଉଛୁ। ଆଶା କରୁଛି ସମସ୍ତେ ବୁଝିଛନ୍ତି।

ବାଣିଜ୍ୟ ସହିତ ପ୍ରତିରକ୍ଷା ସମ୍ପର୍କକୁ ସମ୍ବୋଧିତ କରି ଟ୍ରମ୍ପ ଭାରତର ସାମରିକ କ୍ରୟ, ବିଶେଷକରି ଆପାଚି ହେଲିକପ୍ଟରରେ ବିଳମ୍ବ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ, ଭାରତ ବର୍ଷ ବର୍ଷ ଧରି ହେଲିକପ୍ଟରକୁ ଅପେକ୍ଷା କରିଥିଲା ଏବଂ ଏହି ପ୍ରସଙ୍ଗ ବର୍ତ୍ତମାନ ଆଗକୁ ବଢୁଛି। ଭାରତ ୬୮ଟି ଆପାଚି ଅର୍ଡର କରିଛି ବୋଲି ଟ୍ରମ୍ପ କହିଛନ୍ତି। ଚଳିତ ସପ୍ତାହ ପ୍ରାରମ୍ଭରେ ଏୟାରଫୋର୍ସ ୱାନ୍‌ରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ଟ୍ରମ୍ପ ଦୋହରାଇଥିଲେ ଯେ ଭାରତ ଉପରେ ଅଧିକ ଶୁଳ୍କ ଏକ ବିକଳ୍ପ ହୋଇ ରହିଛି।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
America vs India | Trump takes US out of India-led International Solar Alliance | Argus News