Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Trump Tariff: ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ, ପ୍ରଭାବିତ ହୋଇପାରେ ଅନେକ ସେକ୍ଟର !

Satyendu Sekhar Mishra
Browse all articles by Satyendu Sekhar Mishra
·11 months ago·2 min read
Trump Tariff: ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ, ପ୍ରଭାବିତ ହୋଇପାରେ ଅନେକ ସେକ୍ଟର !

Key Points

ଟେକ୍ସଟାଇଲ ଓ ଗାରମେଣ୍ଟସ ସେକ୍ଟରରୁ ହିଁ ଭାରତ ବାହାରକୁ ଅଧିକ ଜନିଷ ଯାଇଥାଏ ।

ଭାରତ ବିଶ୍ୱର ସବୁଠାରୁ ଅଧିକ ଡାଇମଣ୍ଡ ଏକ୍ସପୋର୍ଟ କରୁଥିବା ଦେଶ ମଧ୍ୟରୁ ଅନ୍ୟତମ ।

ଭାରତ ଉପରେ ୨୫% ଟାରିଫ୍ ଲଗାଇଲେ ଟ୍ରମ୍ପ । ଏନେଇ ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି । ଅଗଷ୍ଟ ୧ ତାରିଖରୁ ଲାଗୁ ହେବ ନୂଆ ଟାରିଫ୍ । ରୁଷିଆ ସହ ଭାରତର ବନ୍ଧୁତାକୁ ନେଇ ଟ୍ରମ୍ପ୍‌ ଖପ୍ପା ଥିବା ଏପରି କରିଥିବା ଚର୍ଚ୍ଚା ହେଉଛି । ତେବେ ଏହି ୨୫ ପ୍ରତିଶତ ଟାରିଫ ଲାଗୁ ହେବା ପରେ ଭାରତର କିଛି ସେକ୍ଟର ପ୍ରଭାବିତ ହୋଇପାରେ ବୋଲି କୁହାଯାଉଛି ।

ସେହି ସେକ୍ଟର ଗୁଡ଼ିକ ହେଲା; ଟେକ୍ସଟାଇଲ ଓ ଗାରମେଣ୍ଟସ ସେକ୍ଟର, ଜୁଏଲାରୀ ଓ ଡାଇମଣ୍ଡ ଉପରେ ସେକ୍ଟର, ଅଟୋମୋବାଇଲ ଓ ଅଟୋ ପାର୍ଟସ ସେକ୍ଟର ।

ଟେକ୍ସଟାଇଲ ଓ ଗାରମେଣ୍ଟସ ସେକ୍ଟରରୁ ହିଁ ଭାରତ ବାହାରକୁ ଅଧିକ ଜନିଷ ଯାଇଥାଏ । ଭାରତରୁ କପଡ଼ା ଓ ଫୁଟଓ୍ବେୟର ଆମଦାନୀ କରିବାରେ ଆମେରିକା ସବୁଠାରୁ ବଡ଼ ଦେଶ । ୨୦-୨୫ ପ୍ରତିଶତ ଟାରିଫ ଲାଗୁ ହେଲେ ଆମେରିକା ବଜାରରେ ଉତ୍ପାଦ ଅଧିକ ମହଙ୍ଗା ହୋଇପାରେ ବୋଲି କୁହାଯାଉଛି । ଫଳରେ ଭାରତର ଶିପମେଣ୍ଟ ଠାରୁ ଆରମ୍ଭ କରି କାରବାର ପର୍ଯ୍ୟନ୍ତ ପ୍ରଭାବିତ ହେବ ।

ସେହିଭଳି ଭାରତ ବିଶ୍ବର ସବୁଠାରୁ ଅଧିକ ଡାଇମଣ୍ଡ ଏକ୍ସପୋର୍ଟ କରୁଥିବା ଦେଶ ମଧ୍ୟରୁ ଅନ୍ୟତମ । ଆମେରିକା ଭାରତରୁ ବହୁ ମାତ୍ରାରେ ଡାଇମଣ୍ଡ ଆମଦାନୀ କରିଥାଏ । ଟାରିଫ ଲାଗୁ ହେବା ଫଳରେ ଜୁଏଲାରୀ ଓ ଡାଇମଣ୍ଡର ଦାମ୍ ବଢ଼ିପାରେ । ଫଳରେ ଭାରତରେ ଏହାର ଚାହିଦା ପ୍ରଭାବିତ ହୋଇପାରେ । କାରଣ ଆମେରିକାର କ୍ରେତାମାନେ ଭାରତ ବ୍ୟତୀତ ଅନ୍ୟ ବିକଳ୍ପ ସନ୍ଧାନ କରି ପାରନ୍ତି ।

ସେପଟେ ଅଟୋମୋବାଇଲ ଓ ଅଟୋ ପାର୍ଟସ ସେକ୍ଟର ଉପରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି କୁହାଯାଉଛି । ଅଟୋ ସେକ୍ଟର କଥା ଯଦି କହିବା, ଭାରତ ଆମେରିକାକୁ ବହୁ ମାତ୍ରାରେ ଅଟୋ ସାମଗ୍ରୀ ଏକ୍ସପୋର୍ଟ କରିଥାଏ । ପୂର୍ବରୁ ଷ୍ଟିଲ ଓ ଆଲୁମିନିୟମ ଉପରେ ୨୫ ପ୍ରତିଶତ ଟାରିଫ ରହିଛି । ଏବେ ଅଟୋ ସେକ୍ଟରରେ ୨୫ ପ୍ରତିଶତ ଟାରିଫ ଲାଗୁ ହେଲେ ଭାରତୀୟ ଚାହିଦା ପ୍ରଭାବିତ ହୋଇପାରେ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Donald Trump announces 25% tariff on India | Argus News