Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Tariff: ୟୁରୋପ ବି ଲଗାଇପାରେ ଭାରତ ଉପରେ ଟାରିଫ୍! ଜାଣନ୍ତୁ କ'ଣ କାରଣ..

Priyanka Panda
Browse all articles by Priyanka Panda
·10 months ago·3 min read
Tariff: ୟୁରୋପ ବି ଲଗାଇପାରେ ଭାରତ ଉପରେ ଟାରିଫ୍! ଜାଣନ୍ତୁ କ'ଣ କାରଣ..

Key Points

ହ୍ୱାଇଟ୍ ହାଉସ୍ ଏବେ ୟୁରୋପୀୟ ଦେଶମାନଙ୍କୁ ଭାରତଠାରୁ ତେଲ ଏବଂ ଗ୍ୟାସ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଅପିଲ କରିଛି

ନୋବେଲ ପ୍ରସ୍ତାବକ ହେବାକୁ ମୋଦି ମନା କରିବାରୁ ଭାରତ ଉପରେ ପ୍ରତିଶୋଧ ନେଉଛନ୍ତି ଟ୍ରମ୍ପ

ଭାରତକୁ ନୂଆଁଇବାକୁ ଟ୍ରମ୍ପଙ୍କ ବ୍ୟର୍ଥ ଚେଷ୍ଟା

India ବିରୋଧରେ ଆମେରିକାର ବଡ଼ ଷଡଯନ୍ତ୍ର। ଭାରତକୁ ନୁଆଁଇବାକୁ ଆଉ ଏକ ଯୋଜନା କଲେଣି ଟ୍ରମ୍ପ। ଭାରତ ଉପରେ ୫୦% ଟାରିଫ ଲଗାଇବାକୁ ଅନ୍ୟ ଦେଶ ଉପରେ ବି ପକାଉଛି ଚାପ। ହ୍ୱାଇଟ୍ ହାଉସ୍ ଏବେ ୟୁରୋପୀୟ ଦେଶମାନଙ୍କୁ ଭାରତ ଉପରେ ସମାନ କଟକଣା ଲାଗୁ କରିବାକୁ ଅପିଲ୍ କରିଛି । ଟ୍ରମ୍ପ ପ୍ରଶାସନ ଚାହୁଁଛି ଯେ, ୟୁରୋପ ଭାରତଠାରୁ ତେଲ ଏବଂ ଗ୍ୟାସ କିଣିବା ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଦ୍ୱିତୀୟ ଶୁଳ୍କ ଲାଗୁ କରୁ। ଆମେରିକା ଅଭିଯୋଗ କରିଛି ଯେ, ଭାରତ ରୁଷର ଅଶୋଧିତ ତେଲ କିଣି ମସ୍କୋକୁ ଆର୍ଥିକ ସହାୟତା ପ୍ରଦାନ କରୁଛି ଏବଂ ଏହା କରି ପରୋକ୍ଷ ଭାବରେ ୟୁକ୍ରେନ ଯୁଦ୍ଧକୁ ଇନ୍ଧନ ଯୋଗାଉଛି। ତେଣୁ ଭାରତ ଉପରେ ଶୁଳ୍କ ଲଗାଇଲେ ମସ୍କୋ ଉପରେ ପ୍ରବାବ ପଡ଼ିବ।


ଏହି ସମାନ କଥା କହି ଭାରତ ଉପରେ ୫୦ପ୍ରତିଶତ ଟାରିଫ ଲଗାଇସାରିଛି ଆମେରିକା। ଆଉ ବର୍ତ୍ତମାନ ୟୁରୋପୀୟ ରାଷ୍ଟ୍ର ଗୁଡ଼ିକ ଭାରତ ସହ ସମ୍ପର୍କ ଖରାପ କରନ୍ତୁ ବୋଲି ଚାହୁଁଛି ଆମେରିକା। ସେପଟେ ଟ୍ରମ୍ପ ଏସବୁ କରି ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି ବୋଲି କହିବୁଲୁଛନ୍ତି। କିନ୍ତୁ ଏହାପଛରେ ତାଙ୍କର ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼ୁଛି। ଆମେରିକା ଇତିହାସର ସବୁଠାରୁ ବିଚିତ୍ର ରାଷ୍ଟ୍ରପତି ହେଉଛନ୍ତି ଡୋନାଲ୍ଡ ଟ୍ରମ୍ପ। କାରଣ ଋଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାଠୁ ଅଧିକ ନୋବେଲ ଶାନ୍ତି ପୁରଷ୍କାର ପଛରେ ପଡ଼ିଛନ୍ତି ଟ୍ରମ୍ପ। ତେବେ ଭାରତ ସହ ସମ୍ପର୍କ ଖରାପ କରିବା ପଛରେ ବି ଏହି ନୋବେଲ ପୁରଷ୍କାର ହିଁ ଏକମାତ୍ର କାରଣ ରହିଛି।

ତେବେ ଇତିହାସ ସାକ୍ଷୀ ରହିଛି ଆମେରିକା ଯେବେ କୌଣସି ରାଷ୍ଟ୍ର ସହ ନିଜର ସମ୍ପର୍କ ଖରାପ କରେ ୟୁରୋପୀୟ ଦେଶକୁ ବି ଚାପ ପକାଏ ସେହି ଦେଶ ଉପରେ ପ୍ରତିବନ୍ଧକ ଲଗାଇ ସମ୍ପର୍କ ଖରାପ କରିବାକୁ। ତେଣୁ ବର୍ତ୍ତମାନର ସ୍ଥିତି ଏପରି ଭାରତକୁ ଯେକୌଣସି ପରିସ୍ଥିତିରେ ନୂଆଁଇବାକୁ ଚେଷ୍ଟା କରୁଛି ଆମେରିକା। ତେବେ ଏହା କେବଳ ଯୁଦ୍ଧ ସହ ଜଡ଼ିତ ନୁହେଁ କାରଣ ଅଲଗା କିଛି ବି ରହିଛି.. ନ୍ୟୁୟର୍କ ଟାଇମ୍ସର ଏକ ରିପୋର୍ଟ ଅନୁସାରେ ଭାରତ ସହ ଆମେରିକାର ତିକ୍ତ ସମ୍ପର୍କର କାରଣ ହେଉଛି ମୋଦି ଟ୍ରମ୍ପଙ୍କ ନୋବେଲ ପ୍ରସ୍ତାବକ ହେବାକୁ ମନା କରିବା। ଘଟଣାଟି ଥିଲା କିଛି ଏମିତି.. ଜୁନ୍ ୧୭ ତାରିଖରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୋନ୍ ଲଗାନ୍ତି ଦୁଇ ନେତାଙ୍କ ମଧ୍ୟରେ ଫୋନ୍ କଥାବାର୍ତ୍ତା ଚାଲେ। ଯେଉଁଥିରେ ଟ୍ରମ୍ପ କୁହନ୍ତି ଯେ, ମୋଦି ତାଙ୍କୁ ନୋବେଲ ପୁରଷ୍କାର ପାଇଁ ମନୋନୀତ କରନ୍ତୁ। ମୋଦିଙ୍କ ସୁପାରିସ ନୋବେଲ ଦିଗରେ ନିର୍ଣ୍ଣାୟକ ହେବ ବୋଲି ଟ୍ରମ୍ପ କହିଥିଲେ। ହେଲେ ଏହାକୁ ସିଧାସିଧା ମନା କରିଦେଇଥିଲେ ମୋଦି।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ନ୍ୟୁୟର୍କ ଟାଇମର ଖବର ଅନୁସାରେ ସେଦିନ ଦୁଇନେତାଙ୍କ ମଧ୍ୟରେ ପାଖାପାଖି ୩୫ମିନିଟ ପର୍ଯ୍ୟନ୍ତ ଆଲୋଟନା ହୋଇଥିଲା। ଟ୍ରମ୍ପଙ୍କ କୌଣସି ଦାବି କୁ କୁଆଡ଼େ ମୋଦି ଗ୍ରହଣ କରିନଥିଲେ। ଏହାପରେ ଟ୍ରମ୍ପ କହିଥିଲେ, ପାକିସ୍ତାନ ତାଙ୍କୁ ନୋବେଲ ଶାନ୍ତି ପାଇଁ ମନୋନୀତ କରିବ ତେଣୁ ମୋଦିଙ୍କଠାରୁ ବି ସେ ସମାନ ପଦକ୍ଷେପ ଆଶା କରୁଛନ୍ତି। ମୋଦି ଏଥିରେ କ୍ଷୁବ୍ଧ ହୋଇ ଟ୍ରମ୍ପଙ୍କ କଥାକୁ ଗୁରୁତ୍ବ ଦେଇନଥିଲେ ଓ କହିଥିଲେ, ଭାରତ ପାକ ଯୁଦ୍ଧ ବିରତି ଡିଜିଏମଓଙ୍କ କଥାବାର୍ତ୍ତା ଆଧାରରେ ହୋଇଥିଲା। ଏଥିରେ ଟ୍ରମ୍ପଙ୍କର କୌଣସି ଭୂମିକା ନାହିଁ। ତେଣୁ ନୋବେଲ ଶାନ୍ତି ପାଇଁ ସେ ଟ୍ରମ୍ପଙ୍କ ନାମ ସୁପାରିସ କରିବେ ନାହିଁ।


ଏହାପରେ ଦୁଇନେତାଙ୍କ ମଧ୍ୟରେ ସମ୍ପର୍କ ଖରାପ ହୋଇଥିଲା। ଟ୍ରମ୍ପ ଭାରତ ଉପରେ ପ୍ରଥମେ ୨୫ ଓ ପରେ ଆଉ ୨୫ ମୋଟ୍ ୫୦% ଟାରିଫ ଲଗାଇଥିଲେ। ଏମିତି କରି ଟ୍ରମ୍ପ ନିଜ ପ୍ରତିଶୋଧ ନେଇଥିଲେ ଓ ଋଷ ତୈଳ କ୍ରୟ ପାଇଁ ଟାରିଫ ଲଗାଉଛନ୍ତି ବୋଲି କାରଣ ଦର୍ଶାଉଛନ୍ତି। ତେବେ ଜୁନ୍ ୧୭ ପରେ ଦୁଇ ନେତାଙ୍କ ମଧ୍ୟରେ ଆଉ କୌଣସି ଆଲୋଚନା ହୋଇନି। ଏହାପରେ ଟ୍ରମ୍ପ ମୋଦିଙ୍କୁ ୪ଥର ଫୋନ୍ କରିଥିଲେ ମଧ୍ୟ ମୋଦି ଏହାକୁ ରେସପଣ୍ଡ କରିନଥିଲେ।

Sponsored
Trump's Alleged Tariff Plot Against India: Nobel Ambitions or Political Vendetta? | Argus News