Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump / ଟାରିଫ୍ ଉପରେ ସୁପ୍ରିମକୋର୍ଟଙ୍କ ଆକ୍ସନ୍ ପରେ ପଛକୁ ହଟୁ ନାହାନ୍ତି ଟ୍ରମ୍ପ; କହିଦେଲେ ବଡ଼ ପ୍ଲାନ୍

Sushanta Sahoo
Browse all articles by Sushanta Sahoo
·4 months ago·2 min read
ଟାରିଫ୍ ଉପରେ ସୁପ୍ରିମକୋର୍ଟଙ୍କ ଆକ୍ସନ୍ ପରେ ପଛକୁ ହଟୁ ନାହାନ୍ତି ଟ୍ରମ୍ପ; କହିଦେଲେ ବଡ଼ ପ୍ଲାନ୍
Donald Trump Reacts to Supreme Court Tariff Decision

Key Points

ଟ୍ରମ୍ପ ଲଗାଇଥିବା ଟାରିଫ୍‌କୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ବଡ଼ ସଂକେତ ଦେଇଛନ୍ତି ଟ୍ରମ୍ପ । ସାମ୍ବାଦିକ ସମ୍ମିଳନୀ କରି ଟ୍ରମ୍ପ ତାଙ୍କର ପରବର୍ତ୍ତୀ ପଦକ୍ଷେପ ନେଇ ସଂକେତ ଦେଇଛନ୍ତି ।
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଲଗାଇଥିବା ଟାରିଫ୍‌କୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ବଡ଼ ସଂକେତ ଦେଇଛନ୍ତି ଟ୍ରମ୍ପ । ସାମ୍ବାଦିକ ସମ୍ମିଳନୀ କରି ଟ୍ରମ୍ପ ତାଙ୍କର ପରବର୍ତ୍ତୀ ପଦକ୍ଷେପ ନେଇ ସଂକେତ ଦେଇଛନ୍ତି ।

ସେକ୍ସନ୍-୧୨୨ ଅନୁସାରେ, ବିଶ୍ଵବ୍ୟାପୀ ରାଷ୍ଟ୍ର ଗୁଡ଼ିକ ଉପରେ ଟ୍ରମ୍ପ ୧୦ ପ୍ରତିଶତ ଗ୍ଲୋବାଲ ଟାରିଫ୍ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିର ସମାଲୋଚନା କରି ଟ୍ରମ୍ପ କହିଛନ୍ତି, "ଆମେରିକା ଏବେ ଶକ୍ତିଶାଳୀ ବିକଳ୍ପ ଜରିଆରେ ବାଣିଜ୍ୟ ନୀତିକୁ ଆଗକୁ ବଢ଼ାଇବ ।"

ଏଥିସହ ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଶକ୍ତ ଝଟ୍‌କା, ଟାରିଫ୍‌କୁ ବେଆଇନ୍‌ କହିଲେ ଆମେରିକା ସୁପ୍ରିମକୋର୍ଟ

ନିକଟରେ ଆମେରିକା, ଭାରତ ମଧ୍ୟରେ ହୋଇଥିବା ଟ୍ରେଡ୍ ଫ୍ରେମୱର୍କ ପ୍ରଶ୍ନରେ ଟ୍ରମ୍ପ କହିଛନ୍ତି, "ସେଥିରେ କୌଣସି ପରିବର୍ତ୍ତନ ହେବ ନାହିଁ ।" ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟ୍ରମ୍ପ ସ୍ମାର୍ଟ, ବଢ଼ିଆ ନେତା ବୋଲି କହିଛନ୍ତି । ଏଥିସହ ଭାରତ ଉପରେ ୧୮ ପ୍ରତିଶତ ଟାରିଫ୍ ଆଦାୟ ଜାରି ରହିବ ବୋଲି କହିଛନ୍ତି ।

ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଟ୍ରମ୍ପ ବହୁତ ନିରାଶାଜନକ ଏବଂ କିଛି ବିଚାରପତି ଦେଶ ହିତରେ ନିଷ୍ପତ୍ତି ନେବାର ସାହସ ଦେଖାଇ ନାହାନ୍ତି ବୋଲି କହିଛନ୍ତି । ଜଷ୍ଟିସ୍ ଥୋମାସ, ଏଲିଟୋ ଓ କାୱାନାଙ୍କ ମତକୁ ଖୋଲାଖୋଲି ଟ୍ରମ୍ପ ସମର୍ଥନ କରିବା ସହ ଅନ୍ୟ ବିଚାରପତି ରାଜନୈତିକ ଚାପ ଓ ବିଦେଶୀ ସ୍ଵାର୍ଥରେ ପ୍ରଭାବିତ ବୋଲି କହିଛନ୍ତି ।

ଏଥିସହ ପଢ଼ନ୍ତୁ:
କାର୍‌ରୁ ନେଇ କପଡ଼ା ପର୍ଯ୍ୟନ୍ତ; ଟାରିଫ୍‌ରେ ୩୨ ପ୍ରତିଶତ ହ୍ରାସ୍ କଲା ଆମେରିକା

ଆମେରିକା ବର୍ତ୍ତମାନ ସୁଦ୍ଧା ଟାରିଫ୍‌ରୁ ୧୭୫ ଅରବ ଡଲାର ରାଜସ୍ଵ ଆଦାୟ କରିଛି । ଯାହାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପଙ୍କୁ ୧୭୫ ଅରବ ଡଲାର ରାଜସ୍ଵର କଣ ହେବ ବୋଲି ପଚାରିଥିଲେ ସାମ୍ବାଦିକ । ଟ୍ରମ୍ପ କହିଛନ୍ତି, "ନିଷ୍ପତ୍ତିରେ ଏହା ଉପରେ ସ୍ପଷ୍ଟତା ନାହିଁ ଓ ଏହି ମାମଲା ଆଗାମୀ କିଛି ବର୍ଷ ପର୍ଯ୍ୟନ୍ତ ଅଦାଲତରେ ଚାଲିପାରେ ।"

ଟ୍ରମ୍ପ କହିଛନ୍ତି, "ଯେଉଁ ଦେଶ ଆମେରିକା ସହ ଅନୁଚିତ ବାଣିଜ୍ୟ କରିବେ, ତାଙ୍କୁ ଅଧିକ ଟାରିଫ୍ କିମ୍ବା ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ ।" ସେ ଦାବି କରିଛନ୍ତି ଯେ, "ଏବେ ଅନେକ ଦେଶ ବାଣିଜ୍ୟ ଚୁକ୍ତି ପାଇଁ ଆମେରିକା ସହ ସମ୍ପର୍କ କରୁଛନ୍ତି ଏବଂ ଆମେରିକା ପୂର୍ବଠାରୁ ଅଧିକ ମଜଭୁତ ସ୍ଥିତିରେ ଅଛି ।"
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Trump Unfazed After US Supreme Court Tariff Ruling, Signals Big Plan | Argus News | Argus News