Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump / ଟ୍ରମ୍ପଙ୍କ ଧମକ, ଭାରତ ଚାଉଳରେ ଲଗାଇବେ ଟାରିଫ

Banajyotshna Ray
Browse all articles by Banajyotshna Ray
·7 months ago·2 min read
ଟ୍ରମ୍ପଙ୍କ ଧମକ, ଭାରତ ଚାଉଳରେ ଲଗାଇବେ ଟାରିଫ
Donald Trump

Key Points

ଟ୍ରମ୍ପଙ୍କ ଟାର୍ଗେଟରେ ଭାରତୀୟ ଚାଉଳ
ଶୀଘ୍ର ଲଗାଇବେ ନୂଆ ଟାରିଫ୍
ପୁଣି ଭାରତକୁ ଟାରିଫ ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଅତିରିକ୍ତ ଟାରିଫ୍ ପାଇଁ ଧମକ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି । ଭାରତରୁ ପଠାଯାଉଥିବା ଚାଉଳ ଉପରେ ଅଧିକ ଟାରିଫ୍ ଲଗାଇବାକୁ ଟ୍ରମ୍ପ ପ୍ରଶାସନ ପକ୍ଷରୁ ଚେତାବନୀ ଦିଆଯାଇଛି । କାନାଡାରୁ ଆମଦାନୀ କରାଯାଉଥିବା ସାର ଉପରେ ମଧ୍ୟ ଟାରିଫ୍ ଲଗାଇବାକୁ ଧମକ ଦେଇଛନ୍ତି । ଭାରତରୁ ଚାଉଳ ଆମଦାନୀ କରାଯାଉଥିବାରୁ ଆମେରିକାର କୃଷକମାନେ ପ୍ରଭାବିତ ହେଉଥିବା ଟ୍ରମ୍ପ କହିଛନ୍ତି । ଆମେରିକା କୃଷକମାନଙ୍କ ପାଇଁ ୧୨ ବିଲିୟନ ଡଲାରର ଆର୍ଥିକ ସହାୟତା ଦେବାକୁ ଟ୍ରମ୍ପ ପ୍ରଶାସନ ନିଷ୍ପତ୍ତି ନେଇଛି ।

ସୁଧୁରୁ ନାହାଁନ୍ତି ଡୋନାଲ୍ଡ ଟ୍ରମ୍ପ୍ । ବାରମ୍ବାର ଦେଖାଉଛନ୍ତି ଟାରିଫ୍ ବୃଦ୍ଧିର ଧମକ । ଅନେକ ଦେଶ ବିରୋଧରେ ଟାରିଫ୍ ଶୁଳ୍କ ବୃଦ୍ଧି କରିବା ପରେ ଏବେ କୃଷିଜାତ ଦ୍ରବ୍ୟର ଆମାଦୀନ ଉପରେ ନୂଆ ଶୁଳ୍କ ଲଗାଇବାକୁ ଯାଉଛନ୍ତି ୟୁଏସ ପ୍ରେସିଡେଣ୍ଟ୍ । ଏନେଇ ସେ ସ୍ପଷ୍ଟ ସଙ୍କେତ ମଧ୍ୟ ଦେଇଛନ୍ତି । ଯାହା ମଧ୍ୟରେ ଭାରତୀୟ ଚାଉଳ ସାମିଲ ରହିଛି । କୁହାଯାଉଛି ଯେ, ଆମେରିକାର କୃଷକମାନେ ଟ୍ରମ୍ପଙ୍କ ନିକଟରେ ଅଭିଯୋଗ କରିଥିଲେ । ଶସ୍ତା ବିଦେଶୀ ଚାଉଳ ଦ୍ୱାରା ସେମାନେ କ୍ଷତିଗ୍ରସ୍ତ ହେଉଥିବା କୃଷକ ଅଭିଯୋଗ କରିଥିଲେ । ଯାହା ପରେ ଟ୍ରମ୍ପ ଆମଦାନୀ ହେଉଥିବା କୃଷିଜାତ ସାମଗ୍ରୀ ଉପରେ ଟାରିଫ୍ ବୃଦ୍ଧି ନେଇ କହିଛନ୍ତି ।

ଏଥିସହ ପଢ଼ନ୍ତୁ: ଆଜି ବାରବାଟୀରେ ବିଗ ଫାଇଟ, ଭାରତ ଭାଙ୍ଗିବ ପରାଜୟର ରେକର୍ଡ !

ସୂଚନାନୁସାରେ, ଟାରିଫ୍ ଦ୍ୱାରା ପ୍ରଭାବିତ ହୋଇଥିବା ଆମେରିକୀୟ କୃଷକଙ୍କୁ୧୨ ମିଲିୟନ ଡଲାରର ଆର୍ଥିକ ସହାୟତା ପ୍ରଦାନ ନେଇ ହ୍ୱାଇଟ ହାଉସର ଏକ ବୈଠକରେ ଆଲୋଚନା ହୋଇଛି । ବୈଠକରେ ଟ୍ରମ୍ପ୍ ଭାରତ ସହ କାନାଡା ଉପରେ ମଧ୍ୟ ନୂଆ ଟାରିଫ ଲଗାଇବାକୁ ସଙ୍କେତ ଦେଇଛନ୍ତି । କିଛି ଦେଶ ଆମେରିକା ବଜାରରେ ଶସ୍ତା ଚାଉଳ ବିକ୍ରି କରୁଥିବା ଅଭିଯୋଗ ଉପରେ ବିଚାର ହେବ ବୋଲି ଟ୍ରମ୍ପ୍ କହିଛନ୍ତି । ବୈଠକରେ କିଛି ଅଧିକାରୀ ଭାରତ, ଥାଇଲାଣ୍ଡ, ଚୀନ ଏବଂ କାନାଡା ଚାଉଳ ବାବଦରେ ଟ୍ରମ୍ପଙ୍କୁ କହିଥିଲେ । ଏହାପରେ ଟ୍ରମ୍ପ୍ କୃଷକଙ୍କୁ କେଉଁ ଦେଶ ଉପରେ ଟାରିଫ୍ ଲଗାଇଲେ ଭଲ ହେବ ବୋଲି ପ୍ରଶ୍ନ କରିଥିଲେ । ଏଥିରେ ଭାରତ ଏବଂ କାନାଡାର ନାଁ ପ୍ରଥମେ ଆସିଥିଲା । ଯେଉଁଥିରୁ ଟ୍ରମ୍ପ୍ ଦ୍ୱିପାକ୍ଷିକ ସମମ୍ପର୍କକୁ ଖରାପ କରି ଭାରତ ବିରୋଧରେ ଉଚ୍ଚ ଟାରିଫ ଲଗାଇପାରନ୍ତି ବୋଲି କୁହାଯାଉଛି ।

ବୈଠକରେ ଦେଶର କୃଷକ ଏବଂ କୃଷି ସମସ୍ୟା ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । କୃଷକଙ୍କ କିଛି ପ୍ରତିନିଧି ମଣ୍ଡଳ କହିଛନ୍ତି ଯେ, ଆମେରିକା ବଜାର ଅନ୍ୟ ଦେଶର ଚାଉଳ ପାଇଁ ପ୍ରଭାବିତ ହେଉଛି । ବିଦେଶୀ ଚାଉଳ ଘରୋଇ ଉତ୍ପାଦଠୁ ଶସ୍ତାରେ ବିକ୍ରି ହେଉଛି । ଯାହାପରେ ଏମିତି ଶସ୍ତାରେ ବିକ୍ରି କରୁଥିବା ଦେଶ ଧୋକା ଦେଉଛନ୍ତି ବୋଲି ଟ୍ରମ୍ପ୍ ପ୍ରକାଶ କରିଛନ୍ତି । ଆଗରୁ ଟ୍ରମ୍ପ ୫୦ ପ୍ରତିଶତ ଟାରିଫ ଲଗାଇଛନ୍ତି ଭାରତ ଉପରେ ପୁଣି ଚାଉଳ ଉପରେ ଟାରିଫ ଲଗାଇପାରନ୍ତି ବୋଲି କହିଛନ୍ତି ଟ୍ରମ୍ପ। ଏଥିରୁ ଏହା ସ୍ପଷ୍ଟ ଯେ, ଆଉ ଭାରତ ଆମେରିକା ଆଗ ପରି ବନ୍ଧୁ ହୋଇ ରହିନାହାନ୍ତି।

ଅଧିକ ପଢ଼ନ୍ତୁ ବିଦେଶ ଖବର: 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Donald Trump | ‘India should not be dumping rice into US market’ | Argus News | Argus News