ବାଣିଜ୍ୟକୁ ପ୍ରଭାବିତ କରିବ ଟାରିଫ୍: ଚୀନକୁ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଧମକ ଦେଲେ ଟ୍ରମ୍ପ

ଟ୍ରମ୍ପଙ୍କ ଟାରିଫ୍କୁ ନେଇ ଦୁନିଆ ଟେନସନ୍ରେ ଥିବା ବେଳେ ଆଉ ଏକ ବିପଦ ମୁଣ୍ଡ ଟେକୁଛି । ଆଶଙ୍କା କରାଯାଉଛି, ଆମେରିକା ଓ ଚୀନ ମଧ୍ୟରେ ହୋଇପାରେ ବାଣିଜ୍ୟିକ ଯୁଦ୍ଧ । କାରଣ ଟାରିଫ୍କୁ ନେଇ ଆମେରିକା ଓ ଚୀନ ଯେଉଁ ଭଳି ମୁହାଁମୁହିଁ ହେଉଛନ୍ତି,ଏହା ଆଉ ଏକ ଯୁଦ୍ଧ ଆଡ଼କୁ ଗତି କରୁଛି । ଯଦିଓ ଯୁଦ୍ଧ ଗୁଳିଗୋଳାର ନୁହଁ ତଥାପି ଧନ ଜୀବନକୁ ପ୍ରଭାବିତ କରିବ ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି- ଯଦି ଚୀନ, ଆମେରିକା ଉପରେ ଲଗାଇଥିବା ୩୪ ପ୍ରତିଶତ ଟାରିଫ୍ ନ ହଟାଏ ତ ବୁଧବାର ଠାରୁ ବେଜିଂ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଲାଗୁ କରାଯିବ । ଯାହାକୁ ନେଇ ଚୀନ କହିଛି, ଆମ ଉପରେ ଟାରିଫ୍ ଉପରେ ଟାରିଫ୍ ଲଗାଇବା ହେଉଛି ଆମେରିକାର ଗୋଟିଏ ପରେ ଆଉ ଗୋଟିଏ ଭୁଲ୍ ।
ଏଭଳି ଧମକ ଦେଇ ଆମେରିକା ବ୍ଲାକମେଲିଂ କରୁଥିବା ଚୀନ କହିଛି । ଏଭଳି ବ୍ଲାକମେଲିଂର ଚୀନ କେବେ ବି ମୁଣ୍ଡ ନୁଆଇଁବ ନାହିଁ । ଯଦି ଆମେରିକା ତା ହିସାବରେ ଚାଲିବାକୁ ଜିଦ୍ କରିବ ତ ଚୀନ ଶେଷ ପର୍ଯ୍ୟନ୍ତ ଲଢ଼ିବ ବୋଲି ବେଜିଂ କହିଛି ।
📱 Get Argus News App
✨
ଏହା ପୂର୍ବରୁ ରବିବାର ଚୀନ କହିଥିଲେ- ଯଦି ଟ୍ରେଡ୍ ୱାର ହୁଏ ତ, ଚୀନ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । ଆହୁରି ମଜଭୁତ ହୋଇ ବାହାରିବ । ସେହିଭଳି ଚୀନ କମ୍ୟୁନିଷ୍ଟ ପାର୍ଟିର ମୁଖପତ୍ର ପିପଲ୍ସ ଡେଲି ରବିବାର ଲେଖିଛି, 'ଆମେରିକା ଟାରିଫ୍ର ପ୍ରଭାବ ନିଶ୍ଚୟ ରହିବ, କିନ୍ତୁ ଆକାଶ ଛିଡ଼ିଯିବ ନାହିଁ ।'
ଶନିବାର ଚୀନର ବିଦେଶ ମନ୍ତ୍ରଣାଳୟ କହିଥିଲା, ଦୁନିଆର ଦ୍ଵିତୀୟ ବଡ଼ ଅର୍ଥ ବ୍ୟବସ୍ଥା ଓ ଉପଭୋକ୍ତା ବଜାର ହୋଇଥିବାରୁ ଅନ୍ତର୍ଜାତୀୟ ସ୍ଥିତିରେ ପରିବର୍ତ୍ତନ ସତ୍ତ୍ଵେ ଚୀନ ସମସ୍ତଙ୍କ ପାଇଁ ତାର ଦ୍ଵାର ଖୋଲା ରଖିବ ।