Trump Tariffs / ଔଷଧ ପରେ ଇଲେକ୍ଟ୍ରୋନିକ୍ସ ଉପରେ ଟ୍ରମ୍ପଙ୍କ ଟାରିଫ୍

Key Points
ଔଷଧ ପରେ ଇଲେକ୍ଟ୍ରୋନିକ୍ସ ଉପରେ ଟାରିଫ୍
ମହଙ୍ଗା ହେବ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ
ଚିପ୍ ଗଣି ଗଣି ଲଗାଇବେ ଟାରିଫ୍
ଇଲେକ୍ଟ୍ରୋନିକ୍ସ ଉପରେ ଟାରିଫ୍ କଷିବେ ଟ୍ରମ୍ପ। ଫାର୍ମା ପରେ ଏବେ ବିଦେଶୀ ଇଲେକ୍ଟ୍ରୋନିକ୍ସ ଡିଭାଇସ୍ ଗୁଡ଼ିକରେ ଟାରିଫ୍ ଲଗାଇବାକୁ ବିଚାର କରୁଛି ଟ୍ରମ୍ପ । ଡିଭାଇସ୍ରେ ଲାଗିଥିବା ଚିପ୍ ସଂଖ୍ୟା ଆଧାରରେ ଏହି ଟାରିଫ୍ ଲାଗି ପାରେ ବୋଲି କୁହାଯାଉଛି ।
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚାହାନ୍ତି, କମ୍ପାନିଗୁଡ଼ିକ ନିଜ ନିଜର ଉତ୍ପାଦନ ୟୁନିଟ୍ଗୁଡ଼ିକୁ ଆମେରିକାକୁ ସ୍ଥାନାନ୍ତର କରନ୍ତୁ। ପ୍ରଡକ୍ଟରେ ବ୍ୟବହୃତ ଚିପ୍ କଣ୍ଟେଣ୍ଟ୍ର ମୋଟ ମୂଲ୍ୟର ୧% ସମତୁଲ୍ୟ ଟାରିଫ୍ ଲଗାଯାଇପାରେ।
ସେପଟେ ଦ୍ଵାଇଟ୍ ହାଉସ୍ ମୁଖପାତ୍ର କୁଶ ଦେଶାଇ କହିଛନ୍ତି ଯେ, ସେମିକଣ୍ଡକ୍ଟର ପ୍ରଡକ୍ଟଗୁଡ଼ିକ ପାଇଁ ଆମେରିକା ବିଦେଶୀ ଆମଦାନି ଉପରେ ନିର୍ଭର କରିପାରିବ ନାହିଁ । ଏହା ଆମର ଜାତୀୟ ଏବଂ ଅର୍ଥନୈତିକ ସୁରକ୍ଷା ପାଇଁ ଜରୁରୀ।
ଯଦି ଟ୍ରମ୍ପ ପ୍ରଶାସନ ଏ ପ୍ରସ୍ତାବକୁ କାର୍ଯ୍ୟକାରୀ କରେ ତେବେ ବିଭିନ୍ନ ପ୍ରକାର ଖାଉଟି ଉତ୍ପାଦ ଯେପରି ଚିପ୍ଭିତ୍ତିକ ଟୁଥବ୍ରସ୍ ଠାରୁ ଆରମ୍ଭ କରି ଲାପ୍ଟପ୍ ପର୍ଯ୍ୟନ୍ତ ସବୁକିଛି ଉପରେ ପ୍ରଭାବ ପଡ଼ିବ। ଏସବୁ ମହଙ୍ଗା ହୋଇଯିବା ଫଳରେ ଆମେରିକାରେ ମୁଦ୍ରସ୍ତୀତି କ୍ଷୀପ୍ର ବେଗରେ ବଢ଼ିଚାଲିବ।
📱 Get Argus News App
✨
ଆମେରିକାନ୍ ଏଣ୍ଟରପ୍ରାଇଜ୍ ଇନ୍ଷ୍ଟିଚ୍ୟୁଟ୍ ଅର୍ଥନୀତିଜ୍ଞ ମାଇକେଲ ଷ୍ଟୁନ୍ କୁହଛନ୍ତି, ଆମେରିକାରେ ମୁଦ୍ରାସ୍ପୀତି ଏକ ବଡ଼ ଚିନ୍ତା ଭାବେ ଉଭା ହୋଇଛି। ଏହା ଫେଡେରାଲ ରିଜର୍ଭର ଲକ୍ଷ୍ୟ ଉପରେ ଅଛି ଏବଂ ଦିନକୁ ଦିନ ବଢ଼ିଚାଲିଛି। ଏଭଳି ସ୍ଥିତିରେ ଚିପ୍ ସଂଖ୍ୟା ଆଧାରରେ ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଉପରେ ଟାରିଫ୍ ଲଗାଇବା ଦ୍ୱାରା ଉପଭୋକ୍ତାଙ୍କ ସାମଗ୍ରୀଦର ବଢ଼ିଚାଲିବ।
ସୂଚନାଯୋଗ୍ୟ, ଫେଡେରାଲ ରିଜର୍ଭର ମୁଦ୍ରାସ୍ପୀତି ଟାର୍ଗେଟ୍ ରହିଛି ୨%। ଟ୍ରମ୍ପ ପ୍ରଶାସନ ଯଦି ବିଦେଶୀ ଇଲେକ୍ଟ୍ରୋନିକ୍ସ ଉପରେ ଟାରିଫ୍ ଲଗାଏ ତେବେ ଘରୋଇ ବଜାରରେ ଉତ୍ପାଦିତ ସାମଗ୍ରୀ ବି ମହଙ୍ଗା ହେବ।
ଆହୁରି ପଢନ୍ତୁ : ଜେଲରୁ ବାହାରିଲା ଖଲ୍ଲିସ୍ତାନୀ ଆତଙ୍କବାଦୀ, ଅଜିତ ଡୋଭାଲଙ୍କୁ ଧମକପୂର୍ଣ୍ଣ ବାର୍ତ୍ତା ଦେଲା ପନ୍ନୁ
ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ଶୁକ୍ରବାର ବ୍ରାଣ୍ଡେଡ୍ ତଥା ପେଟେଣ୍ଟଯୁକ୍ତ ଔଷଧରେ ସିଧା ୧୦୦% ଶୁଳ୍କ ଲଗାଇଛନ୍ତି, ଯାହାକି ଆସନ୍ତା ମାସ ୧ ତାରିଖରୁ ଲାଗୁ ହେବ। ଯଦିଓ ଭାରତୀୟ ଫାର୍ମା କମ୍ପାନିଗୁଡ଼ିକ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିବ ନାହିଁ ତଥାପି ଚିନ୍ତାରେ ଘରୋଇ ଔଷଧ ନିର୍ମାତା। ଭାରତ ଆମେରିକାକୁ ଅଧିକ ଜେନେରିକ୍ ଔଷଧ ରପ୍ତାନି କରିଥାଏ । ଏଭଳି କ୍ଷେତ୍ରରେ କମ୍ପାନିଗୁଡ଼ିକର ଭୟ ରହିଛି ଯେ, ଟ୍ରମ୍ପଙ୍କ ପରବର୍ତ୍ତୀ ଟାର୍ଗେଟ ହୋଇପାରେ ଜେନେରିକ୍ ଔଷଧ।
Related Topics
Explore more stories