|
logo
Live

Argus News - ଇରାନର ପାୱାର୍ ପ୍ଲାଣ୍ଟ ଏବଂ ବ୍ରିଜକୁ ଧ୍ୱଂସ କରିଦେବାର ଧମକ ଦେଲେ ଟ୍ରମ୍ପ

International

Donald Trump / ଇରାନର ପାୱାର୍ ପ୍ଲାଣ୍ଟ ଏବଂ ବ୍ରିଜକୁ ଧ୍ୱଂସ କରିଦେବାର ଧମକ ଦେଲେ ଟ୍ରମ୍ପ

Rashmita Mishra
Browse all articles by Rashmita Mishra
·2 hours ago·2 min read
ଇରାନର ପାୱାର୍ ପ୍ଲାଣ୍ଟ ଏବଂ ବ୍ରିଜକୁ ଧ୍ୱଂସ କରିଦେବାର ଧମକ ଦେଲେ ଟ୍ରମ୍ପ
Donald Trump

Key Points

ପାୱାର ପ୍ଲାଣ୍ଟ ଉଡ଼ାଇଦେବୁ । 
ଇରାନକୁ ଆମେରିକା ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ଚେତାବନୀ ।
ଇରାନ୍ ଅସ୍ତ୍ରବିରତି ଉଲ୍ଲଙ୍ଘନ କରିଥିବା ଟ୍ରମ୍ପଙ୍କ ଅଭିଯୋଗ । 
`ଅସ୍ତ୍ରବିରତି ଉଲ୍ଲଙ୍ଘନ କରି ଇରାନ୍ ହର୍ମୁଜରେ ଗୁଳିବର୍ଷା କରିଛି' । 

ଇରାନକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶେଷ ଚେତାବନୀ । ଇରାନ ଆମେରିକାର ଡିଲକୁ ଗ୍ରହଣ ନକରେ ତେବେ ପରିଣାମ ଭୟାଭୟ ହେବ । ଟ୍ରମ୍ପ କହିଛନ୍ତି, "ଆଉ ନୁହେଁ ମିଷ୍ଟର ନାଇସ୍ ଗାଏ" । ଏବେ ଇରାନର କିଲିଂ ମେସିନ୍ ଶେଷ ହେବାର ସମୟ ଆସିଯାଇଛି ।

ଇରାନ ହର୍ମୁଜ ପ୍ରଣାଳୀରେ ଗୁଳି ଚଳାଇ ସିଜ୍‌ଫାୟାର୍ ଚୁକ୍ତିର ଉଲ୍ଲଂଘନ କରିଛି । ଏହି ଆକ୍ରମଣରେ ବ୍ରିଟେନ ଏବଂ ଫ୍ରାନ୍ସର ଜାହାଜକୁ ଟାର୍ଗେଟ୍ କରାଯାଇଛି । ଯଦି ଇରାନ ଆମେରିକାର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରେ, ତେବେ ଆମେରିକା ଇରାନର ପ୍ରତିଟି ପାୱାର୍ ପ୍ଲାଣ୍ଟ ଏବଂ ବ୍ରିଜକୁ ଧ୍ୱଂସ କରିଦେବ ବୋଲି ଟ୍ରମ୍ପ ଧମକ ଦେଇଛନ୍ତି ।

ଏହି ଉତ୍ତେଜନା ମଧ୍ୟରେ ଶାନ୍ତି ପ୍ରତିଷ୍ଠା ପାଇଁ ଆସନ୍ତା ମଙ୍ଗଳବାର ପାକିସ୍ତାନର ଇସଲାମାବାଦରେ ପୁଣିଥରେ ଆଲୋଚନା ହେବାକୁ ଯାଉଛି । ତେବେ ଇରାନ ଏଥିରେ ସାମିଲ ହେବାକୁ ମନା କରିଛି ।

ଇରାନକୁ ଟ୍ରମ୍ପଙ୍କ ଚେତାବନୀ ପରେ ଇରାନର ପାଲଟା ପଦକ୍ଷେପ । ଇସଲାମାବାଦରେ ହେବାକୁ ଥିବା ଶାନ୍ତି ବୈଠକରୁ ଓହରି ଯିବାକୁ ଘୋଷଣା କରିଛି ଇରାନ । IRNAର ବଡ଼ ପଦକ୍ଷେପକୁ ନେଇ ଦ୍ବିତୀୟ ପର୍ଯ୍ୟାୟ ଶାନ୍ତି ବୈଠକ ହେବା ନେଇ ସସପେନ୍ସ ଲାଗି ରହିଛି । ଇରାନ ଆମେରିକାର ଡିଲକୁ ଗ୍ରହଣ ନକରେ ତେବେ ପରିଣାମ ଭୟାଭୟ ହେବ ବୋଲି ଟ୍ରମ୍ପ ଧମକ ଦେଇଥିଲେ ।

ସେପଟେ ଆମେରିକା କବଜା ରେ ଇରାନ ର ଜାହାଜ । 'TOUSKA' ନାମକ ଏକ ଇରାନୀ ପତାକାଧାରୀ ମାଲବାହୀ ଜାହାଜକୁ ନିଜ କବଜାକୁ ନେଇଛି ଆମେରିକା । ଜାହାଜଟି ଆମେରିକାର ନୌସେନା ଅବରୋଧ ଅତିକ୍ରମ କରିବାକୁ ଚେଷ୍ଟା କରୁଥିଲା ।

ଆମେରିକା ନୌସେନାର ଗାଇଡେଡ୍ ମିସାଇଲ୍ ଡେଷ୍ଟ୍ରୋୟର୍ 'USS SPRUANCE' ଓମାନ ସାଗରରେ TOUSKA କୁ ଅଟକାଇଥିଲା । ପୂର୍ବରୁ ବେଆଇନ କାର୍ଯ୍ୟକଳାପର ଇତିହାସ ଥିବାରୁ TOUSKA ଉପରେ ଆମେରିକା ଟ୍ରେଜେରୀ ବିଭାଗ ଦ୍ୱାରା ପ୍ରତିବନ୍ଧକ ଲଗାଯାଇଛି । ବର୍ତ୍ତମାନ ଜାହାଜଟି ଆମେରିକା ଅଧୀନରେ ଥିବା ନିଜ ଟ୍ରୁଥ ସୋସିଆଲରେ ପୋଷ୍ଟ କରି କହିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Donald Trump: ଇରାନର ପାୱାର୍ ପ୍ଲାଣ୍ଟ ଏବଂ ବ୍ରିଜକୁ ଧ୍ୱଂସ କରିଦେବାର ଧମକ ଦେଲେ ଟ୍ରମ୍ପ | Argus News