Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
International

Donald Trump / ବଗରାମ ଏୟାରବେସ୍‌କୁ ନେଇ ଧମକାଇଲା ଆମେରିକା, କହିଲା "ଫେରାଅ ନ ହେଲେ..."

Sushanta Sahoo
Browse all articles by Sushanta Sahoo
·9 months ago·2 min read
ବଗରାମ ଏୟାରବେସ୍‌କୁ ନେଇ ଧମକାଇଲା ଆମେରିକା, କହିଲା "ଫେରାଅ ନ ହେଲେ..."

Key Points

ଟ୍ରମ୍ପ ଏବେ ଆଫଗାନିସ୍ତାନକୁ ଦେଇଛନ୍ତି ଧମକ । ଆଉ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଧମକକୁ ତାଲିବାନ ଖାତିର୍ କରିନି ।

ୱାଶିଂଟନ: ଟାରିଫ୍‌କୁ ନେଇ ଦୁନିଆର ବିଭିନ୍ନ ଦେଶ ସହ ତିକ୍ତତା ସୃଷ୍ଟି କରିଥିବା ଟ୍ରମ୍ପ ଏବେ ଆଫଗାନିସ୍ତାନକୁ ଦେଇଛନ୍ତି ଧମକ । ଆଉ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ଧମକକୁ ତାଲିବାନ ଖାତିର୍ କରିନି । ଯାହାକୁ ନେଇ ଟ୍ରମ୍ପ ଏବେ ଖପ୍ପା । ନିଜ ସୋସିଆଲ୍ ମିଡିଆ ଟ୍ରୁଥ୍‌ରେ ଆଫଗାନିସ୍ତାନକୁ ଦେଇଛନ୍ତି ଖୋଲା ଧମକ ।


ଟ୍ରୁଥ୍‌ରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇ ଲେଖିଛନ୍ତି, "ଯଦି ଆଫଗାନିସ୍ତାନ ବଗରାମ ଏୟାରବେସ୍‌କୁ ତାର ନିର୍ମାତା ଆମେରିକାକୁ ଫେରାଇବ ନାହିଁ ତାହେଲେ, ତାର ପରିଣାମ ବହୁତ ଖରାପ ହେବ ।"


ଏବେ ଆମେରିକା ଏନେଇ ଆଫଗାନିସ୍ତାନ ସହ ଆଲୋଚନା କରୁଥିବା ଟ୍ରମ୍ପ କହିଛନ୍ତି । ସେ କହିଛନ୍ତି, "ବଗରାମ ଏୟାରବେସ୍ ଉପରେ ଆମେରିକା ଶୀଘ୍ର ନିୟନ୍ତ୍ରଣ ଚାହୁଁଛି । ଯଦି ଆଫଗାନିସ୍ତାନ ଏଭଳି କରିବ ନାହିଁ ତ ଆପଣଙ୍କୁ ବୁଝା ପଡ଼ିଯିବ ମୁଁ କଣ କରି ପାରିବି ।"


ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ କହିଥିଲେ, କାବୁଲ ନିକଟରେ ଆମେରିକା ଏକ ବଡ଼ ଆଫଗାନ ଏୟାରବେସକୁ ତାର କବ୍‌ଜାକୁ ନେବାକୁ ଯୋଜନା କରୁଛି । ଯେମିତି ସେଠାରୁ ଚୀନ ଉପରେ ତୀକ୍ଷଣ ନଜର ରଖି ପାରିବ ଆମେରିକା ସେନା ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:


ଟ୍ରମ୍ପଙ୍କ ଧମକ ଉପରେ ପ୍ରତିକ୍ରିୟା ରଖିଛି ଆଫଗାନିସ୍ତାନକୁ ଶାସନ କରୁଥିବା ତାଲିବାନ । ତାଲିବାନ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି "ଆଫଗାନିସ୍ତାନରେ ଆମେରିକାର କୌଣସି ପ୍ରକାର ସୈନ୍ୟ ପ୍ରତ୍ୟାବର୍ତ୍ତନକୁ ମଞ୍ଜୁରୀ ଦିଆଯିବ ନାହିଁ । ବଗରାମ ଏୟାରବେସ୍‌କୁ ଆମେରିକାକୁ ଦେବାର ପ୍ରଶ୍ନ ହିଁ ଉଠୁ ନାହିଁ ।"


ସେହିଭଳି ତାଲିବାନ ବିଦେଶ ମନ୍ତ୍ରଣାଳୟର ରାଜନୈତିକ ନିର୍ଦ୍ଦେଶକ ଜାକିର୍ ଜଲାଲି Xରେ ପୋଷ୍ଟ କରି ଲେଖିଛନ୍ତି, "ଆଫଗାନିସ୍ତାନ ଓ ଆମେରିକା ପରସ୍ପର ମଧ୍ୟରେ ଆଲୋଚନା କରିବା ଆବଶ୍ୟକ । ପରସ୍ପରର ସମ୍ମାନ ଓ ସ୍ଵାର୍ଥ ଆଧାରରେ ଦୁଇ ଦେଶ ଆର୍ଥିକ ଓ ରାଜନୈତିକ ସମ୍ବନ୍ଧ ରଖିପାରିବେ । କିନ୍ତୁ ଆମେରିକା ସୈନ୍ୟ ପ୍ରତ୍ୟାବର୍ତ୍ତନକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ ।"


ସୂଚନାଯୋଗ୍ଯ, ବଗରାମ ଏୟାରବେସ୍ ପ୍ରାୟ ଦୁଇ ଦଶନ୍ଧି ଧରି ନାଟୋ ଫୋର୍ସର ଏକ ବଡ଼ କେନ୍ଦ୍ର ଥିଲା । ଆଉ ତାଲିବାନ ଆଫଗାନିସ୍ତାନକୁ କବ୍‌ଜା କରିବାର ଠିକ୍ ପୂର୍ବରୁ ଆଫଗାନ ସେନାକୁ ଏହି ବେସ୍ ଦିଆ ଯାଇଥିଲା । ଆଉ ଯାହାକୁ ନେଇ ଗୁରୁବାର ଟ୍ରମ୍ପ ବ୍ରିଟେନର ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ, "ଆମେରିକା ମାଗଣାରେ ବଗରାମ ଏୟାରବେସ୍‌କୁ ମାଗଣାରେ ଆଫଗାନିସ୍ତାନକୁ ଦେଇ ଦେଇଛି ।"

Related Topics

Explore more stories

Sponsored
Donald Trump | Trump Threatens Afghanistan Over Bagram Airbase, Taliban Rejects | Argus News | Argus News