ଏଣିକି ୟୁକ୍ରେନ୍କୁ କ୍ଷେପଣାସ୍ତ୍ର ଯୋଗାଇବ ଆମେରିକା, ନାଟୋ କରିବ ସାହାଯ୍ୟ !

Key Points
ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ ରୁଷିଆ ଉପରେ ଦ୍ୱିତୀୟ ଶୁଳ୍କ ଲାଗୁ କରିବାକୁ ନେଇ ଟ୍ରମ୍ପ ସୂଚନା ଦେଇଥିଲେ ।
ମ୍ୟାରିଲାଣ୍ଡରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ୟୁକ୍ରେନ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିବା ପାଟ୍ରିଅଟ କ୍ଷେପଣାସ୍ତ୍ର ଆମେ ପଠାଇବୁ।
ଋଷ ଉପରେ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି ଟ୍ରମ୍ପ । କହିଲେ ପୁଟିନ୍ ଉପରେ ଯେତିକି ଭଲ କଥାବାର୍ତ୍ତା କରନ୍ତି ବାସ୍ତବରେ ସେ ସେମିତି ନୁହନ୍ତି । ସକାଳୁ ଗୋଟେ କଥା କହିଥିବେ କିନ୍ତୁ ସନ୍ଧ୍ୟାରେ ବୋମା ବର୍ଷା କରିବେ । ତେଣୁ ୟୁକ୍ରେନ୍ରେ ଯୁଦ୍ଧ ଜାରି ରଖିଥିବାରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ପ୍ରବଳ ଅସନ୍ତୋଷ ଝାଡ଼ିଛନ୍ତି। ଟ୍ରମ୍ପ୍ ୟୁକ୍ରେନକୁ ପାଟ୍ରିଅଟ୍ ବାୟୁ ପ୍ରତିରକ୍ଷା ବ୍ୟବସ୍ଥା ବା କ୍ଷେପଣାସ୍ତ୍ର ପଠାଇବେ ବୋଲି ଘୋଷଣା କରିଛନ୍ତି। ମ୍ୟାରିଲାଣ୍ଡରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଟ୍ରମ୍ପ କହିଛନ୍ତି, ୟୁକ୍ରେନ ପାଇଁ ଅତ୍ୟନ୍ତ ଆବଶ୍ୟକ ଥିବା ପାଟ୍ରିଅଟ କ୍ଷେପଣାସ୍ତ୍ର ଆମେ ପଠାଇବୁ।
ଏହି ଅବସରରେ ଟ୍ରମ୍ପ କହିଛନ୍ତି, ପୁଟିନ ବାସ୍ତବରେ ଅନେକ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ସେ ଭଲ କଥା କୁହନ୍ତି କିନ୍ତୁ ପରେ ସେ ସନ୍ଧ୍ୟାରେ ସମସ୍ତଙ୍କ ଉପରେ ବୋମା ବର୍ଷା କରନ୍ତି। ତେଣୁ ସେଠାରେ କିଛି ସମସ୍ୟା ଅଛି ଯାହାକୁ ମୁଁ ପସନ୍ଦ କରେ ନାହିଁ। ଟ୍ରମ୍ପ କହିଛନ୍ତି, ୟୁକ୍ରେନକୁ ସେ କେତେ ସଂଖ୍ୟକ ପାଟ୍ରିଅଟ୍ କ୍ଷେପଣାସ୍ତ୍ର ପଠାଇବେ ସେ ନିଷ୍ପତ୍ତି ନେଇନାହାନ୍ତି କିନ୍ତୁ ସେମାନଙ୍କର ସୁରକ୍ଷା ଆବଶ୍ୟକ ଥିବାରୁ ପାଟ୍ରିଅଟ୍ କ୍ଷେପଣାସ୍ତ୍ର ପଠାଯିବ। ଏହି ବାବଦ ଅର୍ଥ ୟୁରୋପୀୟ ସଂଘ ପଇଠ କରିବ ବୋଲି ସୂଚନା ଦେଇଛନ୍ତି।
ଟ୍ରମ୍ପ୍ ଗତ ସପ୍ତାହରେ କହିଥିଲେ ଯେ ତାଙ୍କ ପ୍ରଶାସନ ୟୁରୋପରେ ନାଟୋ ସହଯୋଗୀଙ୍କୁ ଅସ୍ତ୍ର ବିକ୍ରି ପାଇଁ ନିଷ୍ପତ୍ତି ନେଇଛି ଯାହା କି ପରେ କିଭ୍କୁ ପଠାଯାଇପାରିବ। ଏଭଳି ସ୍ଥିତିରେ ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର୍ ଜେଲେନସ୍କି କହିଛନ୍ତି ଯେ ଅସ୍ତ୍ରଶସ୍ତ ଉତ୍ପାଦନ ବୃଦ୍ଧି ଓ କ୍ରୟ ସଂପର୍କରେ ସେ ଟ୍ରମ୍ପଙ୍କ ସ୍ବତନ୍ତ୍ର ପ୍ରତିନିଧି କିଥ୍ କେଲଗ୍ଙ୍କ ସହିତ କଥା ହୋଇଛନ୍ତି।
ତେବେ ପୁଟିନଙ୍କୁ ୫୦ ଦିନର ଡେଡ୍ ଲାଇନ ଦେଇଛନ୍ତି ଟ୍ରମ୍ପ । ଆସନ୍ତା ୫୦ ଦିନ ଭିତରେ ଯୁଦ୍ଧ ବନ୍ଦ କରିବାକୁ ଚେତାବନୀ ଶୁଣାଇଛନ୍ତି । ୟୁକ୍ରେନ ବିରୋଧରେ ଯୁଦ୍ଧ ବନ୍ଦ ନକଲେ ରୁଷିଆ ଉପରେ ଶହେ ପ୍ରତିଶତ ଟାରିଫ ଲାଗୁ କରିବାକୁ ଘୋଷଣା କରିଛନ୍ତି ଟ୍ରମ୍ପ । କେବଳ ଏତିକି ନୁହେଁ ନାଟୋ ସହଯୋଗୀଙ୍କ ସହିତ ୟୁକ୍ରେନକୁ ଅଧିକ ଅସ୍ତ୍ରଶସ୍ତ୍ର ପଠାଇବା ପାଇଁ ଚୁକ୍ତି କରିଛନ୍ତି ଆମେରିକା ରାଷ୍ଟ୍ରପତି।
ଗତକାଲି ନାଟୋ ସଚିବ ଜେନେରାଲ ମାର୍କ ରୁଟଙ୍କ ସହ ଓଭାଲ ଅଫିସରେ ଆୟୋଜିକ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି ଟ୍ରମ୍ପ । ହ୍ୱାଇଟ ହାଉସରେ ସାମ୍ବାଦିକଙ୍କ ସହିତ ଆଲୋଚନା ବେଳେ ରୁଷିଆ ଉପରେ ଦ୍ୱିତୀୟ ଶୁଳ୍କ ଲାଗୁ କରିବାକୁ ନେଇ ଟ୍ରମ୍ପ ସୂଚନା ଦେଇଥିଲେ ।